ତଦନ୍ତ କରୁନି ପୁଲିସ, କୁମ୍ଭକର୍ଣ୍ଣ ନିଦ୍ରାରେ ମୁଖିଆ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାର ସଠିକ୍ ତଦନ୍ତ ଦାବି କରି ବିଜେପି ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିବା ସହ କଡ଼ା ଭାଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛି । ରଙ୍ଗଶାଳାରେ ଓଡ଼ିଶା ଶାସନ ଓ କୁମ୍ଭକର୍ଣ୍ଣ ନିଦ୍ରାରେ ମୁଖିଆ ଥିବାରୁ ରାଜ୍ୟ ସରକାରଙ୍କୁ ଜାଗ୍ରତ କରାଇବା ଏବଂ ମୁଖିଆଙ୍କ ନିଦ ଭାଙ୍ଗିବାକୁ ଆଜିର ନବୀନ ନିବାସ ଘେରାଉ କରାଯାଇଛି ବୋଲି ବିଜେପି […]

BJP

Ordigital Desk
  • Published: Monday, 31 October 2022
  • , Updated: 31 October 2022, 10:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାର ସଠିକ୍ ତଦନ୍ତ ଦାବି କରି ବିଜେପି ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିବା ସହ କଡ଼ା ଭାଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛି । ରଙ୍ଗଶାଳାରେ ଓଡ଼ିଶା ଶାସନ ଓ କୁମ୍ଭକର୍ଣ୍ଣ ନିଦ୍ରାରେ ମୁଖିଆ ଥିବାରୁ ରାଜ୍ୟ ସରକାରଙ୍କୁ ଜାଗ୍ରତ କରାଇବା ଏବଂ ମୁଖିଆଙ୍କ ନିଦ ଭାଙ୍ଗିବାକୁ ଆଜିର ନବୀନ ନିବାସ ଘେରାଉ କରାଯାଇଛି ବୋଲି ବିଜେପି କହିଛି । ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି ।

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ସହ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଓ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କେଳେଙ୍କାରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ ରହିଥିବାରୁ ଘଣ୍ଟ ଓ ଘଣ୍ଟା ବଜାଇ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବାକୁ ନବୀନ ନିବାସ ଅଭିମୁଖେ ବିଜେପି ଯାଇଥିଲା । ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂରେ ବିଜେଡି ମନ୍ତ୍ରୀ, ବିଧାୟକଙ୍କ ସଂପୃକ୍ତିର ସମସ୍ତ ତଥ୍ୟ ପୁଲିସ ପାଖରେ ରହିଛି । କିନ୍ତୁ ରାଜ୍ୟ ପୁଲିସ ଓ ଓଡ଼ିଶା ସରକାର ସମସ୍ତ କଥା ଜାଣିବି କାହିଁକି ନୀରବ ବସିବା ସହ ତଦନ୍ତ କରୁନାହିଁ । ଏହି ୨ଟି ସମ୍ବେଦନଶୀଳ ଘଟଣାର ପ୍ରମାଣ ନଷ୍ଟ କରିବାକୁ ରାଜ୍ୟ ସରକାର ସମୟ ଗଡ଼ାଉଛନ୍ତି । ଅର୍ଚ୍ଚନା ନାଗ ୫ବର୍ଷ ଭିତରେ ପାଖାପାଖି ୧୦୦କୋଟି ସମ୍ପତ୍ତିର ଅଧିକାରୀ କିପରି ହେଲେ ତାହାର ଜବାବ ରାଜ୍ୟ ସରକାର ରଖନ୍ତୁ । ଅର୍ଚ୍ଚନାଙ୍କ ସହ ଶାସକ ଦଳର ନେତା, ମନ୍ତ୍ରୀଙ୍କ ସମ୍ପୃକ୍ତି ଫଟୋଗ୍ରାଫ ସହ ସ୍ପଷ୍ଟ ପ୍ରମାଣ ସାଧାରଣରେ ଘୁରିବୁଲୁଛି । କକ୍‌ଟେଲ, ହନିଟ୍ରାପିଂ, ବ୍ଲାକମେଲିଂ ଓ କର୍ପୋରେସନ, ନେପୋଟିଜିମ୍‌ର ଭଳି ସମସ୍ତ ବିଷୟକୁ ବାରମ୍ବାର ବିଜେପି ପ୍ରେସମିଟ୍ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି କିନ୍ତୁ ମୁଖିଆ କୁମ୍ଭକର୍ଣ୍ଣ ନିଦ୍ରାରେ । ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥା ଧ୍ୱଂସ ହୋଇଗଲାଣି । ଭ୍ରଷ୍ଟାଚାରୀ, ଦୂରାଚାରୀ ଓ ଚରିତ୍ରହୀନ ସରକାର ଜାଗ୍ରତ ହୋଇ ଜନତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ।

ଓଡ଼ିଶାରେ ମହିଳାମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତା । ଭାଇରାଲ ଅଡିଓ କ୍ଲିପରେ ଧର୍ମେନ୍ଦ୍ର ସାହୁ ନିଜ ମୃତ୍ୟୁର କାରଣ ପାଇଁ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଦାୟୀ ବୋଲି ସ୍ପଷ୍ଟ କରିଥିଲେ । ଶ୍ରୀ ଦାଶ ମଧ୍ୟ ସ୍ୱର୍ଗତଃ ସାହୁଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅଡିଓ ପୁଲିସ ପାଖରେ ଅଛି । ଏଭଳି ୨ଟି ଯାକ ସମ୍ବେଦନଶୀଳ ଘଟଣାର ତଦନ୍ତକୁ ପୁଲିସ କାହା ଚାପରେ ଚାପି ଦେବାର ପ୍ରୟାସ କରୁଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ନଚେତ୍ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ବିଜେପି କହିଛି ।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭାତୀ ପରିଡା, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ଦିଲୀପ ମହାନ୍ତି, ସୋନାଲୀ ସାହୁ, ଦିଲୀପ ମଲ୍ଲିକ, ପିଙ୍କି ପ୍ରଧାନ, କସ୍ତୁରୀ ମିଶ୍ର, ବାବୁ ସିଂ, ଆଶ୍ରିତ ପଟ୍ଟନାୟକ ଓ ଶାରଦା ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Related story