ମମିତାଙ୍କୁ ନ୍ୟାୟ ପାଇଁ ଦୀପଟିଏ ଜାଳିବାକୁ ବିଜେପି କଲା ନିବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିର୍ମମ ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଦୀପାବଳିରେ ପ୍ରତି ଘରେ ଦୀପଟିଏ ଜାଳିବାକୁ ବିଜେପି ଆହ୍ୱାନ ଦେଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମମିତାର ବିଭତ୍ସ ହତ୍ୟା ସମଗ୍ର ଓଡ଼ିଶାବାସୀଙ୍କୁ ଲଜ୍ଜିତ କରିଛି। ମୃତ ଓଡ଼ିଆ ଝିଅ ମମିତା ଏବଂ ତାଙ୍କ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମଗ୍ର […]

samir

samir

Ordigital Desk
  • Published: Tuesday, 02 November 2021
  • Updated: 02 November 2021, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିର୍ମମ ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଦୀପାବଳିରେ ପ୍ରତି ଘରେ ଦୀପଟିଏ ଜାଳିବାକୁ ବିଜେପି ଆହ୍ୱାନ ଦେଇଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମମିତାର ବିଭତ୍ସ ହତ୍ୟା ସମଗ୍ର ଓଡ଼ିଶାବାସୀଙ୍କୁ ଲଜ୍ଜିତ କରିଛି। ମୃତ ଓଡ଼ିଆ ଝିଅ ମମିତା ଏବଂ ତାଙ୍କ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମଗ୍ର ରାଜ୍ୟବାସୀ ଏକାଠି ହୋଇ ସ୍ୱର ଉଠାଇଛନ୍ତି । ହତ୍ୟାକୁ ୨୫ଦିନ ବିତିଗଲାଣି । କିନ୍ତୁ ତଦନ୍ତ ଠିକ୍ ବାଟରେ ଆଗେଇ ପାରୁନି। ତେଣୁ ମମିତା ଏବଂ ତାଙ୍କ ପରିବାରକୁ ଯେଭଳି ନ୍ୟାୟ ମିଳିବ ସେଥିପାଇଁ ସମସ୍ତେ ଚାହୁଁଛନ୍ତି। ମମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ପବିତ୍ର ଦୀପାବଳୀରେ ଘରେ ଗୋଟିଏ ଲେଖାଏଁ ଦୀପ ପ୍ରଜ୍ୱଳନ କରିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ନିବେଦନ କରିଛନ୍ତି। ଏହାସହିତ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଏକ କୋଟି ଓଡ଼ିଆ ପରିବାରକୁ ମଧ୍ୟ ବିଜେପି ପକ୍ଷରୁ ସେ ଅନୁରୂପ ନିବେଦନ କରିଛନ୍ତି।

ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ଶାସନରେ ମହିଳା ବିପଦରେ ଅଛନ୍ତି । ସଦ୍ୟ ପ୍ରକାଶିତ ଏନସିଆରବି-୨୦୨୦ ରିପୋର୍ଟ ଅନୁସାରେ ରାଜ୍ୟରେ ମହିଳା ହିଂସା ଓ ନିର୍ଯାତନା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ନାରୀ ଅପହରଣ, ଦୁଷ୍କର୍ମ, ବଳାତ୍କାର, ନିଖୋଜ, ଏସିଡ୍ ଆକ୍ରମଣ, ସାଇବର ଅପରାଧରେ ଓଡ଼ିଶା ସମଗ୍ର ଦେଶରେ ଏବେ ପ୍ରଥମ ସ୍ଥାନରେ ରହିଛି। ଯାହା ଆମ ସମସ୍ତଙ୍କ ପାଇଁ ଲଜ୍ଜା ଓ ଚିନ୍ତାର କାରଣ ସାଜିଛି । ରାଜ୍ୟରେ ଦୈନିକ ହାରାହରି ୬ଟି ଦୁଷ୍କର୍ମ ଓ ୯ଟି ଅପହରଣ ହେଉଛି। ହିଂସାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ। ବରଂ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ମହିଳା ହିଂସା ବୃଦ୍ଧି ପାଉଥିବାବେଳେ ଏହି କାରଣରୁ ଦଣ୍ଡବିଧାନ ହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ସେହିପରି ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା କାରଣରୁ ଗତ ୫ ବର୍ଷରେ ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ଘଟଣା ମଧ୍ୟ ଚିନ୍ତାର କାରଣ ସାଜିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଗୋଲକ ମହାପାତ୍ର ଓ ଠାକୁର ରଣଜିତ୍ ଦାସ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos