ଏମିତି ତ ଜଗତସିଂହପୁରରେ ଫାଟ ଥିଲା ପ୍ରବଳ। ସବୁ ଥିଲେ ଅସମ୍ଭାଳ। ସମସ୍ତେ ଚାହୁଁଛନ୍ତି କେମିତି ଖଣ୍ଡେ ଟିକେଟ୍ ପାଇବେ। ଆଉ ଏହାସହ ଯୋଡ଼ି ହୋଇଗଲେ ଚିରଞ୍ଜୀବ ବିଶ୍ବାଳ। ଚିରଞ୍ଜୀବଙ୍କ ପାଇଁ ବିଜେଡି ଏବେ ଅଡୁଆରେ ବୋଲି ଚର୍ଚ୍ଚା ହେଉଛି। କାରଣ, ଯଦି ଜଗତସିଂହପୁର ଆସନ ଚିରଞ୍ଜୀବଙ୍କୁ ଦେବେ ତେବେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କର କଣ ହେବ। ସେହିପରି ଏହି ଆସନରୁ ବର୍ତ୍ତମାନ ବିଧାୟକ ଥିବା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କର କଣ ହେବ। ତାଙ୍କୁ କେଉଁଠି ଆଡଜଷ୍ଟ କରିବ ଦଳ। ଦେଖନ୍ତୁ ପୂରା ରିପୋର୍ଟ।