ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର କର : ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଟ୍ୱିଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାର ପ୍ରସ୍ତାବିତ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରନ୍ତୁ। କେନ୍ଦ୍ର ଆଗରେ ଏହି ପ୍ରସଙ୍ଗ ଉଠାଇବାକୁ ସବୁ ଓଡ଼ିଆ ସାଂସଦଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ। ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ଏହା ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ହ ଜଡ଼ିତ। ତେଣୁ ଏହି ବାଇ-ଲକୁ ପ୍ରତ୍ୟାହାର କରାଯାଉ। ବାଇ ଲ’କୁ ନେଇ ଲିଙ୍ଗରାଜ ସେବାୟତଙ୍କ ବିରୋଧ ପରେ […]

Naveen Patnaik

Tapas Behera
  • Published: Friday, 12 February 2021
  • , Updated: 12 February 2021, 06:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଟ୍ୱିଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାର ପ୍ରସ୍ତାବିତ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରନ୍ତୁ। କେନ୍ଦ୍ର ଆଗରେ ଏହି ପ୍ରସଙ୍ଗ ଉଠାଇବାକୁ ସବୁ ଓଡ଼ିଆ ସାଂସଦଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ। ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ଏହା ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ହ ଜଡ଼ିତ।

ତେଣୁ ଏହି ବାଇ-ଲକୁ ପ୍ରତ୍ୟାହାର କରାଯାଉ। ବାଇ ଲ'କୁ ନେଇ ଲିଙ୍ଗରାଜ ସେବାୟତଙ୍କ ବିରୋଧ ପରେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ବିରୋଧ କରାଯାଇ ଥିଲା ।

ଜନ ଜାଗରଣ ମଞ୍ଚ  ପକ୍ଷରୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା । ଏହି ବାଇ ଲ' ଦ୍ୱାରା ଏକାମ୍ର କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି ଅଭିଯୋଗ କରାଯାଇଥିଲା । ସେହିପରି ବାଇ-ଲ’ ପ୍ରସଙ୍ଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା। ବାଇ-ଲ ଲଗାଯାଇ ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି। ଏହି ପ୍ରସଙ୍ଗରେ ଅପରାଜିତା ନିରବତାକୁ ନେଇ  ସେ ପ୍ରଶ୍ନ ଉଠାଇଥିଲେ। ସେହିପରି ରାଜଧାନୀରେ ସାଂସଦ ନିଖୋଜ ନେଇ ମଧ୍ୟ ବିବାଦୀୟ ପୋଷ୍ଟର ଲଗାଯାଇଥିଲା।

Related story