'ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛି ବିଜେଡି ସରକାର'

  • Published: Monday, 06 November 2023
  • , Updated: 06 November 2023, 04:04 PM IST

ରତ୍ନଭଣ୍ଡାର ସୁରକ୍ଷା ଏବଂ ଜଗନ୍ନାଥ ମନ୍ଦିରରେ ଅବ୍ୟବସ୍ଥା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଏନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ଜୟଶ୍ରୀ ପାତ୍ର କହିଛନ୍ତି, ''ଭୋଟ୍ ରାଜନୀତିରେ ବିଜେଡି ସରକାର ଜଗନ୍ନାଥଙ୍କୁ ମଧ୍ୟ ବାଦ୍ ଦେଇନାହାନ୍ତି । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବିଜେଡି ସରକାର ବାଧକ ସାଜିଛନ୍ତି । ରତ୍ନଭଣ୍ଡାର ସୁରକ୍ଷା ଏବଂ ଜଗନ୍ନାଥ ମନ୍ଦିରରେ ଅବ୍ୟବସ୍ଥା ନସୁଧୁରିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ଦଳ ପକ୍ଷରୁ ଆସନ୍ତା 9 ତାରିଖରେ ପ୍ରତି ବ୍ଲକ ଏବଂ ଏନଏସିରେ ଥିବା ଜଗନ୍ନାଥ ମନ୍ଦିରରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯିବ।''

Related story