ଟିକେଟ କଟିବା ପରେ ଶକ୍ତି ପ୍ରଦର୍ଶନ କଲେ ସମୀର

  • Published: Sunday, 21 April 2024
  • , Updated: 21 April 2024, 01:00 PM IST

ଟିକେଟ୍ କଟିବା ପରେ ଶନିବାର ଦିନ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ନିଜ ନିର୍ବାଚନ ମଣ୍ଡଳୀରେ ହଜାର ହଜାର କର୍ମୀଙ୍କୁ ନେଇ କରିଛନ୍ତି ବିଶାଳ ଶୋଭାଯାତ୍ରା ଓ ସମାବେଶ। ନିମାପଡ଼ାର ବାରବାଟୀ ପଡ଼ିଆରେ ଆୟୋଜିତ ଏହି ସମାବେଶରେ ନିଜ ସମର୍ଥକଙ୍କ ଗହଣରେ ସମୀର ଦାଶ ଦଳୀୟ ନେତୃତ୍ୱଙ୍କୁ ଟିକେଟ ନେଇ ପୁନର୍ବିଚାର କରିବାକୁ ଦାବି କରିଛନ୍ତି। 

Related story