ଟିକେଟ ବଣ୍ଟାକୁ ନେଇ ନିମାପଡ଼ାରେ ବଢୁଛି ବିଜେଡି କନ୍ଦଳ

  • Published: Thursday, 25 April 2024
  • , Updated: 25 April 2024, 12:37 PM IST

ନିମାପଡ଼ା ବିଧାନସଭା ଆସନ ଟିକେଟ ବଣ୍ଟାକୁ ନେଇ ବିଜେଡି କନ୍ଦଳ ତୀବ୍ର ହେବାରେ ଲାଗିଛି। ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ବାଚନୀମଣ୍ଡଳୀ ନିମାପଡ଼ା। ଯାହା ଚଳିତ ନିର୍ବାଚନରେ ବେଶ ଚର୍ଚ୍ଚାରେ ଅଛି। ଗତ କିଛିଦିନ ତଳେ ବିଜେଡି ଟିକେଟ ପରିବର୍ତ୍ତନ ଦାବିରେ ହଜାର ହଜାର ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିଥିଲେ ସମୀର। ଭରାସଭାରେ ପରୋକ୍ଷରେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ଉପରେ ବର୍ଷିଥିଲେ ଭାଇନା। କଥାକଥାରେ କହିଥିଲେ, ଯିଏ ବିଜେଡି ପ୍ରାର୍ଥୀ ହୋଇଛନ୍ତି, ସେ ନୋଟ ଧରି ବୁଲୁଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Related story