ଡ୍ରାଇଭରଙ୍କ ଆନ୍ଦୋଳନ ଓ ଆତଙ୍କରାଜ ସରକାରୀ ପ୍ରାୟୋଜିତ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଓ ଆତଙ୍କରାଜ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ଡ୍ରାଇଭରଙ୍କୁ ନିୟନ୍ତ୍ରଣ କରିବାରେ ପୁଲିସର ବିଫଳତା ପାଇଁ ପୁଲିସ ଓ ଗୁଇନ୍ଦା ପରସ୍ପରକୁ ଦୋଷ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେପି କହିଛି । ଡ୍ରାଇଭରମାନଙ୍କ ପାଇଁ କେନ୍ଦ୍ର ସରକାର ବହୁ ଯୋଜନା କରିଥିବାବେଳେ ରାଜ୍ୟ ସରକାର ଏହାକୁ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି ବୋଲି ବିଜେପି କହିବା ସହ କେନ୍ଦ୍ର ସରକାରଙ୍କ ପାଣ୍ଠିର […]

Lekhasri Samantsinghar

Lekhasri Samantsinghar

Ordigital Desk
  • Published: Wednesday, 20 April 2022
  • Updated: 20 April 2022, 10:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଓ ଆତଙ୍କରାଜ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ଡ୍ରାଇଭରଙ୍କୁ ନିୟନ୍ତ୍ରଣ କରିବାରେ ପୁଲିସର ବିଫଳତା ପାଇଁ ପୁଲିସ ଓ ଗୁଇନ୍ଦା ପରସ୍ପରକୁ ଦୋଷ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେପି କହିଛି । ଡ୍ରାଇଭରମାନଙ୍କ ପାଇଁ କେନ୍ଦ୍ର ସରକାର ବହୁ ଯୋଜନା କରିଥିବାବେଳେ ରାଜ୍ୟ ସରକାର ଏହାକୁ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି ବୋଲି ବିଜେପି କହିବା ସହ କେନ୍ଦ୍ର ସରକାରଙ୍କ ପାଣ୍ଠିର ସୁବିନିଯୋଗ କରି ଡ୍ରାଇଭରମାନଙ୍କ ଦାବିକୁ ପୂରଣ କରିବା ନିମନ୍ତେ ବିଜେପି ଦାବି କରିଛି ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ଗତ ୧୮ ତାରିଖ ଦିନ ଡ୍ରାଇଭର ମହାସଂଘର ହଜାର ହଜାର ସଦସ୍ୟ ଭୁବନେଶ୍ୱରରେ ଆନ୍ଦୋଳନ କରିବେ ବୋଲି ଉଭୟ ଗୋଇନ୍ଦା ଓ ପୋଲିସ ପାଖରେ ସ୍ପଷ୍ଟ ଖବର ଥିଲା ଏବଂ ରାଜ୍ୟ ସରକାର ସଂପୂର୍ଣ୍ଣ ଅବଗତ ଥିଲେ । ଏପରିକି ଆନ୍ଦୋଳନକାରୀ ଡ୍ରାଇଭରମାନେ ବେଆଇନ କାର୍ଯ୍ୟ କରିବାର ସୁଚନା ମଧ୍ୟ ଥିଲା । ଅତୀତରେ ଯେତେବେଳେ କୃଷକମାନେ ତାଙ୍କ ଅଧିକାର ପାଇଁ ଭୁବନେଶ୍ୱର ଆସୁଥିଲେ ତାଙ୍କୁ ରାସ୍ତାରେ ଅଟକାଗଲା ଓ ଭୁବନେଶ୍ୱରରେ ଆନ୍ଦୋଳନକାରୀ କୃଷକ ଭାଇମାନଙ୍କ ଖାଇବା ଥାଳିରେ ଗୋଇଠା ମାରି ମାତ୍ରାଧିକ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ ରାଜ୍ୟ ସରକାର । ନ୍ୟାଯ୍ୟ ଦାବି ନେଇ ଆନ୍ଦୋଳନରତ ଅଙ୍ଗନବାଡୀ ମହିଳାକର୍ମୀଙ୍କୁ ମାଡ ମରାଯାଇଥିଲା । ବହୁଚର୍ଚ୍ଚିତ ମମିତା ମେହେର ଓ ପରୀକୁ ନ୍ୟାୟ ପ୍ରଦାନ ଦାବୀରେ ଆନ୍ଦୋଳନ କରୁଥିବା ମହିଳାମାନଙ୍କୁ ମାଡ ମାରି ହାତ ଗୋଡ ଭାଙ୍ଗି ଦିଆଯାଇଥିଲା । କିନ୍ତୁ ଡ୍ରାଇଭର ମହାସଂଘ ଆନ୍ଦୋଳ ସଂପର୍କରେ ପୋଲିସ ଓ ଗୋଇନ୍ଦା ବିଭାଗ ପାଖରେ ସ୍ପଷ୍ଟ ଖବର ଥିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ ।ଏହି ଘଟଣାରେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ପଦାକୁ ଆସିବା ପରେ ଘଟଣାର ୩ଦିନ ପରେ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଘୋଷଣା କରି ରାଜ୍ୟ ସରକାର କଣ ବାର୍ତା ଦେବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ୨ ବର୍ଷ ପୂର୍ବରୁ ଡ୍ରାଇଭରମାନଙ୍କୁ ଏକାଠି କରି ଆନ୍ଦୋଳନ କରିବାର ଯୋଜନା କରାଯାଇଥିଲା । ସେମାନଙ୍କୁ ଡ୍ରେସ କୋଡ୍ ଓ ଲୋଗୋ କିଏ ଦେଲା ? ଆନ୍ଦୋଳନ ପାଇଁ ଡ୍ରାଇଭରଙ୍କୁ ପ୍ରୋତ୍ସାହନ କିଏ ଦେଇଥିଲା, ଲକ୍ଷ ଲକ୍ଷ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ରାଜଧାନୀକୁ ଆଣି ରାଜରାସ୍ତାରେ ଅଖଚଖ କିଏ ବନ୍ଦ କରିଥିଲା, ଆଇନଶୃଙ୍ଖଳା ପରିସ୍ଥତିକୁ ନିୟନ୍ତ୍ରଣ ବାହାରକୁ ନେଇ ଯାଇ ନିରବଦ୍ରଷ୍ଟା ସାଜିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ ? ତେଣୁ ଡ୍ରାଇଭରଙ୍କ ଆନ୍ଦୋଳନ ଓ ଆତଙ୍କରାଜ ସରକାର ପ୍ରାୟୋଜିତ । ପୁଲିସ ପ୍ରଶାସନ ଏହି ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ସାମାଜିକ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା,ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, କୋଠାବାଡି ନିର୍ମାଣ ଶ୍ରମିକ, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଜନନୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର କାର୍ଯ୍ୟାନ୍ୱୟନ କରିଛନ୍ତି । କିନ୍ତୁ କେନ୍ଦ୍ରର ଯୋଜନା ଓଡ଼ିଶାର ଦଳିତ, ଗରିବ ଓ ଡ୍ରାଇଭରମାନେ କାହିଁକି ଏଯାଏଁ ପାଇନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ସୋନାଲି ସାହୁ ଏବଂ ଜୟନ୍ତ ଜେନା ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos