ସବୁ ମନ୍ତ୍ରୀଙ୍କଠୁ ଇସ୍ତଫା ନେଲେ ନବୀନ, ରବିବାର ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସରକାରର ପଂଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହ ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତାକାଲି ଅର୍ଥାତ ରବିବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଲୋକସଭା ଭବନର କନଭେସନରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ […]

naveen

Ordigital Desk
  • Published: Saturday, 04 June 2022
  • , Updated: 04 June 2022, 05:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସରକାରର ପଂଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହ ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତାକାଲି ଅର୍ଥାତ ରବିବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଲୋକସଭା ଭବନର କନଭେସନରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନରେଡ୍ଡୀ ଗତ ଏପ୍ରିଲ ମାସରେ ନିଜର ସମସ୍ତ ମନ୍ତ୍ରୀଙ୍କୁ ସମୂହ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇ ପରେ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଥିଲେ । ଏବେ ନବୀନ ସମାନ ଢଙ୍ଗରେ ନିଜର ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଥିବା ଜଣାପଡ଼ିଛି। ମନ୍ତ୍ରିମଣ୍ଡଳରେ ୧୦ରୁ ୧୨ ଜଣ ନୂଆ ମୁହଁ ସାମିଲ ହେବାକୁ ଥିବା ବେଳେ ଅନ୍ୟ ମନ୍ତ୍ରୀ ମାନଙ୍କ ବିଭାଗ ପରିବର୍ତ୍ତନ ହେବ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ମନ୍ତ୍ରୀଙ୍କୁ ତୁରନ୍ତ ନିଜର ଇସ୍ତଫା ପତ୍ର ପଠାଇବାକୁ ଆଜି ସକାଳେ ନିର୍ଦ୍ଦେଶ ଦିଆଯାଇଥିଲା। ମନ୍ତ୍ରୀମାନେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ସାରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ତାରିଖରୁ ବିଦେଶ ଗସ୍ତରେ ଯାଉଥିବାରୁ ତା’ର ଯଥେଷ୍ଟ ପୂର୍ବରୁ ଏହି ମନ୍ତ୍ରିମଣ୍ଡଳ ଗଠନ ହେବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମ୍ ଓ ପରେ ଦୁବାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଦୁବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ’ କାର୍ଯ୍ୟକ୍ରମରେ ନବୀନଙ୍କ ସହ ରାଜ୍ୟର କିଛି ମନ୍ତ୍ରୀ ଓ ଆଇଏଏସ୍ ଅଫିସର ମଧ୍ୟ ଯିବେ ବୋଲି ଜଣାପଡ଼ିଛି । ତା’ଛଡ଼ା ଆସନ୍ତା ଜୁନ ୨୨ତାରିଖରୁ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାରୁ ନୂଆ ମନ୍ତ୍ରିମଣ୍ଡଳ ଗଠନ ଜରୁରୀ ହୋଇପଡ଼ିଛି।

ସୂଚନାଯୋଗ୍ୟ, ୨୦୧୯ ମେ’ ୨୯ତାରିଖରେ ନବୀନ ପଟ୍ଟନାୟକ ନିଜର ପଂଚମ ପାଳି ସରକାରର ଶପଥ ନେଇଥିଲେ। ଗତ ଏକ ବର୍ଷରୁ ଅଧିକ ସମୟ ଧରି ମନ୍ତ୍ରିମଣ୍ଡଳର ଅଦଳବଦଳକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ନବୀନ ନିଜର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିନଥିଲେ । ବିଶେଷକରି ପଂଚାୟତ ଓ ପୌର ନିର୍ବାଚନ ସହ ବ୍ରଜରାଜନଗର ଉପନିର୍ବାଚନ ଯୋଗୁ ଏହି ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟା ଅଟକି ରହିଥିଲା । ଆଜି ସବୁ ମନ୍ତ୍ରୀମାନଙ୍କଠୁ ଇସ୍ତଫା ନେଇଥିବାରୁ ନୂଆ ମନ୍ତ୍ରିମଣ୍ଡଳ ଗଠନ ସମ୍ଭାବନା ଅଧିକ ରହିଛି ।

Related story