ଦିବ୍ୟଶଙ୍କରଙ୍କୁ ବିଜେଡିର କ୍ଲିନଚିଟ୍ : ଯିବନି ମନ୍ତ୍ରୀପଦ, ଗାଁ ଗାଁ ବୁଲି ବାଣ୍ଟିବେ ସ୍ମାର୍ଟ କାର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ପୁଳାପୁଳା ଅଭିଯୋଗ, ତଥ୍ୟ-ପ୍ରମାଣ ସହ ବିରୋଧୀ ଦଳର ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ସତ୍ତ୍ୱେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଶାସକ ବିଜେଡି କ୍ଲିନଚିଟ୍ ଦେଇଛି । ଦିବ୍ୟଶଙ୍କରଙ୍କ ମନ୍ତ୍ରୀ ପଦକୁ ସୁରକ୍ଷିତ ରଖି କଳାହାଣ୍ଡିରେ ପୁଣିଥରେ ଦଳୀୟ ସଂଗଠନରେ ସକ୍ରିୟ କରାଇବା ଓ ମମିତା ହତ୍ୟା ମାମଲାରେ ପୁଲିସ ତଦନ୍ତ ପରିସରଭୁକ୍ତ ନକରାଇ ଶାସକ ବିଜେଡି ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି […]

Capt. Dibya Sankar Mishra

Capt. Dibya Sankar Mishra

Ordigital Desk
  • Published: Friday, 05 November 2021
  • Updated: 05 November 2021, 10:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ପୁଳାପୁଳା ଅଭିଯୋଗ, ତଥ୍ୟ-ପ୍ରମାଣ ସହ ବିରୋଧୀ ଦଳର ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ସତ୍ତ୍ୱେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଶାସକ ବିଜେଡି କ୍ଲିନଚିଟ୍ ଦେଇଛି । ଦିବ୍ୟଶଙ୍କରଙ୍କ ମନ୍ତ୍ରୀ ପଦକୁ ସୁରକ୍ଷିତ ରଖି କଳାହାଣ୍ଡିରେ ପୁଣିଥରେ ଦଳୀୟ ସଂଗଠନରେ ସକ୍ରିୟ କରାଇବା ଓ ମମିତା ହତ୍ୟା ମାମଲାରେ ପୁଲିସ ତଦନ୍ତ ପରିସରଭୁକ୍ତ ନକରାଇ ଶାସକ ବିଜେଡି ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତବେଳେ ତାଙ୍କୁ ସଭାମଂଚରେ ବସାଇ ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମମିତା ମେହେର ହତ୍ୟାକୁ ଆଜି ୨୮ଦିନ ପୁରିବାକୁ ବସିଥିବାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ କ୍ଲିନଚିଟ୍ ଦେବାକୁ ରଣନୀତି ପ୍ରସ୍ତୁତ ହୋଇଛି। ବଲାଙ୍ଗୀର ପୁଲିସ ଏସପିଙ୍କୁ ବ୍ୟକ୍ତିଗତ ହାଜର ହୋଇ ମମିତା ହତ୍ୟା ମାମଲାର ତଦନ୍ତ ଓ ଅଗ୍ରଗତି ସମ୍ପର୍କରେ ତଥ୍ୟ ରଖିବାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ(ଏନସିପିସିିଆର) ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ସରକାର ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତିକୁ ରୋକଠୋକ୍ ଖାରଜ କରିଦେଇଛନ୍ତି । ଆଉ ତଦନୁରୂପ ରିପୋର୍ଟ ପ୍ରସ୍ତୁତ କରାଯାଇ ଏନସିପିଆରସିଙ୍କ ନିକଟରେ ଦାଖଲ କରାଯିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ମମିତାଙ୍କ ହତ୍ୟାକୁ ଏକମାସ ପୂରିବା ଦିନ ଅର୍ଥାତ୍ ନଭେମ୍ବର ୮ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ଭବାନୀପାଟଣାଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କଳାହାଣ୍ଡି ଜିଲ୍ଲାର ମନ୍ତ୍ରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଏବେ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ଚାଲିଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଭବାନୀପାଟଣା ଗସ୍ତକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ଆଉ ବିରୋଧୀ ଦଳଙ୍କ ପ୍ରତିବାଦ ଓ ବିକ୍ଷୋଭକୁ ହେୟଜ୍ଞାନ କରି ମୁଖ୍ୟମନ୍ତ୍ରୀଙ୍କ ସହ ସଭାମଂଚରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବସାଇ ବିରୋଧୀ ଦଳକୁ କଡ଼ା ଜବାବ ଦେବାକୁ ତୃତୀୟ ମହଲା ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଅବଶ୍ୟ ମମିତା ହତ୍ୟା ଘଟଣାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ରାଷ୍ଟମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଓ ସମ୍ବଲପୁର ଗସ୍ତରୁ ଦୂରେଇ ରଖିଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଡ ବଣ୍ଟାର ସରକାରୀ କାର୍ଯ୍ୟକ୍ରମର ରାଜନୀତିକ ଫାଇଦା ନେବାକୁ ବିଜେଡି ସମାନ୍ତରାଳ ଭାବେ ନିଜର ମନ୍ତ୍ରୀ ଓ ନେତାମାନଙ୍କୁ ଜିଲ୍ଲାର ବିଭିନ୍ନ ବ୍ଳକ ଓ ପୌରାଂଚଳରେ ସରକାରୀ କାର୍ଡ ବଣ୍ଟା କାର୍ଯ୍ୟକ୍ରମରେ ନିୟୋଜିତ କରାଇ ଆସୁଥିବାବେଳେ ବିବାଦୀୟ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଭବାନୀପାଟଣା ବ୍ଲକର ୩୬ଟି ପଂଚାୟତର ଦାୟିତ୍ୱ ନ୍ୟସ୍ତ କରିଛି।  ଶ୍ରୀ ମିଶ୍ରଙ୍କୁ ସହଯୋଗ ପାଇଁ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶଦାସ ନାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ତେଣୁ ଏସବୁ ଘଟଣାକ୍ରମ ହିଁ ପରୋକ୍ଷରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ କ୍ଲିନଚିଟ୍ ଦିଆଯାଇଥିବାକୁ ପ୍ରମାଣିତ କରାଉଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରଥମରୁ ହିଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୁରକ୍ଷା ଦେଇ ଆସିଛି। ତେଣୁ ମମିତା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସମ୍ପର୍କର ତଥ୍ୟକୁ କଦାପି ପୁଲିସ ଉନ୍ମୋଚନ କରିବ ନାହିଁ। ତା’ଛଡ଼ା ବାରମ୍ବାର ସେହି ଶିକ୍ଷାନୁଷ୍ଠାନରେ ମନ୍ତ୍ରୀ ବାରମ୍ବାର ଅତିଥି ହୋଇ ରାତ୍ରି ବିତାଇବାର ପ୍ରମାଣ ହେଉ, ଅବା ଶିକ୍ଷାନୁଷ୍ଠାନର ସେକ୍ସ ସ୍କାଣ୍ଡାଲର ସବୁ କଳଙ୍କିତ ଅଧ୍ୟାୟର ପ୍ରମାଣକୁ ବି ପୁଲିସ ଚାପରେ ପଡ଼ି ନଷ୍ଟ କରିବା ସ୍ୱାଭାବିକ । ମମିତା ହତ୍ୟା ମାମଲାକୁ ନେଇ ବିରୋଧୀ ଦଳ ହୋ-ହାଲ୍ଲା କରୁଥିଲେ ମଧ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁନଥିବା ଓ ବ୍ୟାକଡୋରରେ ସଲାସୁତୁରା ଚାଲିଥିବାରୁ ବିଜେଡି ସରକାର ବି ବିଶେଷ ଚିନ୍ତିତ ନୁହଁନ୍ତି। ମମିତାର ହତ୍ୟାକୁ ମାସେ ପୁରିବାକୁ ବସିଥିବାବେଳେ କାହିଁକି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲାନି କିମ୍ବା ମନ୍ତ୍ରୀଙ୍କ ବିରୋଧରେ ଜନମତ ସୃଷ୍ଟି କରିବାରେ ବିରୋଧୀ ସକ୍ଷମ ହୋଇନାହାନ୍ତି । ଆଉ ବିରୋଧୀ ଦଳର ଏଭଳି ଲୋକଦେଖାଣିଆ ବିରୋଧକୁ ହେୟଜ୍ଞାନ କରି ଶାସକ ବିଜେଡି ନିଜର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ କ୍ଲିନଚିଟ୍ ଦେବ। ଯାହାକି ଆସନ୍ତା ୮ତାରିଖ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତରେ ସ୍ପଷ୍ଟ ହୋଇଯିବ ଓ ବିରୋଧୀଙ୍କୁ କଡ଼ା ଜବାବ ମିଳିଯିବ ବୋଲି ଆକଳନ କରାଯାଉଛି।

ଶ୍ରୀ ମିଶ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଥିବା ପର୍ଯ୍ୟନ୍ତ ମମିତା ହତ୍ୟାର ନିରପେକ୍ଷ ତଦନ୍ତ ସମ୍ଭବପର ନୁହେଁ ବୋଲି ରାଜ୍ୟବ୍ୟାପୀ ମତ ପ୍ରକାଶ ପାଉଥିବାବେଳେ ତାଙ୍କୁ ସୁରକ୍ଷା ଦେବାକୁ ବିଜେଡିର ଏଭଳି ଜିଦ୍ ହିଁ ଦଳକୁ ଆଗାମୀ ଦିନରେ ଏକ ସଙ୍କଟଜନକ ଓ ବିପର୍ଯ୍ୟସ୍ତ ସ୍ଥିତି ଆଡ଼କୁ ଠେଲି ଦେଉଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story