Advertisment

୩ ଦିନ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ମୌସୁମୀ ଅଧିବେଶନ ଆଜି ୩ଟି କାର୍ଯ୍ୟଦିବସ ଥାଇ ଆଗୁଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି । ଜୁଲାଇ ୨ରୁ ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ ୨୧ଦିନ ଗୃହ ଚାଲିଛି । ଗୃହରେ ମୋଟ ୧୧ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବାଧାନିକ ପଦବୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବିଧାନସଭାରେ […]

ଅଦ୍ୟତନ ହୋଇଛି
୩ ଦିନ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ

Assembly

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ମୌସୁମୀ ଅଧିବେଶନ ଆଜି ୩ଟି କାର୍ଯ୍ୟଦିବସ ଥାଇ ଆଗୁଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି । ଜୁଲାଇ ୨ରୁ ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ ୨୧ଦିନ ଗୃହ ଚାଲିଛି । ଗୃହରେ ମୋଟ ୧୧ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବାଧାନିକ ପଦବୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବିଧାନସଭାରେ ଏକ ସର୍ବସମ୍ମତି ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା । ଚଳିତ ଅଧିବେଶନରେ ୨୦୨୨-୨୩ ଆର୍ଥକ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ ଲାଭ କରିଛି ।

Advertisment

ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ପୂର୍ଣ୍ଣାଙ୍ଗ ବଜେଟ ଜୁଲାଇ ୨ତାରିଖରେ ଆଗତ ହେବା ପରେ ମୋଟ ୨୧ଟି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ସମ୍ଭବପର ହୋଇପାରିଛି । ବାକି ବିଭାଗର ଖର୍ଚ୍ଚଦାବିକୁ ସରକାର ଗିଲୋଟିନ୍ ଆକାରରେ ପାରିତ କରାଇ ନେଇଥିଲେ । ସମଗ୍ର ଅଧିବେଶନରେ ଗୋଟିଏ ସିଏଜି ରିପୋର୍ଟ, ଗୃହ ବିଭାଗର ଶ୍ୱେତପତ୍ର, ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା ଓ କାଶୀପୁର ହଇଜା ପ୍ରସଙ୍ଗ ସମେତ ମୋଟ ୭ଟି ବିବୃତ୍ତି ସରକାରଙ୍କ ପକ୍ଷରୁ ଗୃହରେ ଉପସ୍ଥାପନ କରାଯାଇଛି । ଚଳିତ ଅଧିବେଶନରେ ମୋଟ ୮ଟି ବିଲ୍ ଆସିଥିବାବେଳେ ସେଥିରୁ ୭ଟି ପାରିତ ହୋଇଛି ।

ଚଳିତ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଗୃହ କାର୍ଯ୍ୟରେ ସାମିଲ ହୋଇଥିବାବେଳେ ବିରୋଧୀ ଦଳ ବିଧାୟକମାନେ କରୋନା କଟକଣାକୁ ହଟାଇ ସାମ୍ବାଦିକମାନଙ୍କୁ ପ୍ରେସ୍ ଗ୍ୟାଲେରୀରେ ପ୍ରବେଶ ପାଇଁ ଅନୁମତି ଦେବାକୁ ଦାବି କରିଥିଲେ । ଏହାସହିତ ଦଳମତ ନିର୍ବିଶେଷରେ ବିଧାୟକମାନେ ନିଜ ହାତ ପାଣ୍ଠି, ଦରମା ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ପାଇଁ ଗୃହରେ ଦାବି ରଖିଥିଲେ । ଶେଷଦିନରେ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍ ବୃଦ୍ଧି ନିମନ୍ତେ ବିଭିନ୍ନ ଦଳର ସଦସ୍ୟମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇଥିବାବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏକ କମିଟି ଗଠନ କରିଛନ୍ତି ।  ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି ଓ ଏଥିରେ କଂଗ୍ରେସ ଓ ବିଜେପି ବିଧାୟକମାନେ ସଦସ୍ୟ ଅଛନ୍ତି । ବିଧାୟକମାନଙ୍କ ଦରମା ଓ ଭତ୍ତା ଆଦିକୁ ନେଇ ଏହି କମିଟି ଅନୁଧ୍ୟାନ କରିବ । ସେହିପରି ଚଳିତ ଅଧିବେଶନରେ ବିରୋଧୀ ଦଳ ନେତା ପଦରୁ ପ୍ରଦୀପ୍ତ କୁମାର ନାଏକଙ୍କୁ ହଟାଇ ଜୟନାରାୟଣ ମିଶ୍ରଙ୍କୁ ବିଜେପି ଦାୟିତ୍ୱ ଦେଇଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe