ଧାମନଗର: ବିଜେଡି-ବିଜେପି ମୁହାଁମୁହିଁ, ଆସନ୍ତାକାଲି ପ୍ରଚାରକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ପରସ୍ପର ବିରୁଦ୍ଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନର ଲମ୍ବା ତାଲିକା ଆଣି ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲିଠୁ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ୨ଦିନ ଧରି ସେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ସେ ପଦଯାତ୍ରା କରିବେ । ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୧ତାରିଖରେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ […]

dharmendra-pradhan

Ordigital Desk
  • Published: Thursday, 27 October 2022
  • , Updated: 27 October 2022, 07:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ପରସ୍ପର ବିରୁଦ୍ଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନର ଲମ୍ବା ତାଲିକା ଆଣି ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲିଠୁ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ୨ଦିନ ଧରି ସେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ସେ ପଦଯାତ୍ରା କରିବେ । ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୧ତାରିଖରେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭର୍ଚୁଆଲ ମୋଡରେ ପ୍ରଚାରର ମଙ୍ଗ ଧରିବେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲିଠୁ ୨ଦିନ ପର୍ଯ୍ୟନ୍ତ ଧାମନଗର ନିର୍ବାଚନମଣ୍ଡଳୀରେ ରହି ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିମନ୍ତେ ପ୍ରଚାର କରିବେ । ସେ ଆସନ୍ତାକାଲି ଧାମନଗର ବ୍ଲକର ଦୋବଲ ବଜାରୁ ପଦଯାତ୍ରା ଆରମ୍ଭ କରି ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ପଂଚାୟତର କୋଠାର ଛକ ଓ ଅସୁରାଳୀରେ ପ୍ରଚାର କରିବେ । ପରେ ଶହୀଦ ନଗରସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଦେଇ ସେହି ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୯ତାରିଖରେ ତିହିଡ଼ି ବ୍ଲକର ପାଳିଆ ବଜାର, ଗୌମାଳା ଓ ବୋଡାକଠାରେ ପଦଯାତ୍ରା ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଥିବା ଜଣାପଡ଼ିଛି ।

ସେହିପରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୧ତାରିଖରେ ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କ ନିମନ୍ତେ ଭର୍ଚୁଆଲ ମୋଡରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବାରୁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ୩ଟି ସ୍ଥାନରେ ଜନସଭା ଆୟୋଜନ କରାଯାଇ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ନବୀନ ଭୋଟ ମାଗିବେ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ଧାମନଗର ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ଜାତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଫେରାଦ ହେବା ସହ ଧାମନଗର ଉପନିର୍ବାଚନରେ ଶାସକ ଦଳ ଅନୈତିକ ଉପାୟରେ ଭୋଟରଙ୍କୁ ଆକୃଷ୍ଟ କରୁଥିବା ଅଭିଯୋଗ ଆଣିଥିଲେ । ଆଜି ବିଜେଡିର ଏକ ଟିମ୍ ନୂଆଦିଲ୍ଲୀରେ ଜାତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି ଧାମନଗର ଉପନିର୍ବାଚନରେ ବିଜେପି ବିରୁଦ୍ଧରେ ଫେରାଦ ହୋଇଛନ୍ତି ।

ବିଜେଡିର ରାଜ୍ୟସଭା ନେତା ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ବିଜେପି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ମାରକ ପତ୍ର ପ୍ରଦାନ କରିଛି। ବିଜେଡି ଅଭିଯୋଗ କରିଛି ଯେ ଧାମନଗର ଉପନିର୍ବାଚନ ଜିତିବା ପାଇଁ ଓଡ଼ିଶା ବିଜେପି ମିଥ୍ୟା ଅପପ୍ରଚାର ଓ ଜାଲିଆତିର ଆଶ୍ରୟ ନେଇଛି । ମିଶନ ଶକ୍ତି ମା’ମାନେ ଟଙ୍କା ବାଂଟିବାର ଜାଲ୍ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପ୍ରସାରଣ କରୁଛନ୍ତି । ଏହା ଓଡ଼ିଶାର ୭୦ଲକ୍ଷ ମିଶନ ଶକ୍ତି ମା’ମାନଙ୍କ ପ୍ରତି ଅପମାନ ଓ ସେମାନଙ୍କ ମର୍ଯ୍ୟାଦା କ୍ଷୂଣ୍ଣ କରୁଛି । ଧାମନଗରରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ପକ୍ଷରୁ ପ୍ରଚୁର କଳାଟଙ୍କା ଖର୍ଚ୍ଚ କରାଯାଇ ନାନା ପ୍ରଲୋଭନ ଦିଆଯାଉଛି । ଯେତେବେଳେ ବିଜେପି ନିଶ୍ଚିତ ପରାଜୟ ଜାଣେ, ଏଭଳି ମିଥ୍ୟା ପ୍ରଲୋଭନ ଓ ଅର୍ଥବଳର ଆଶ୍ରୟ ନେଇଥାଏ। ଏହା ଅତୀତରେ ବାରମ୍ବାର ପ୍ରମାଣିତ ହୋଇଛି। ନିର୍ବାଚନ ଓ ଉପନିର୍ବାଚନ ସମୟରେ ସ୍ଥାନୀୟ ପ୍ରଶାସନ ବିରୁଦ୍ଧରେ ମିଥ୍ୟା ଓ ମନଗଢ଼ା ଅଭିଯୋଗ ଆଣିବା ମଧ୍ୟ ବିଜେପିର ପୁରୁଣା ଅଭ୍ୟାସ ବୋଲି ବିଜେଡି ଅଭିଯୋଗ କରିଛି।

Related story