ସୁଧୁରିବନି କଂଗ୍ରେସ : ଶେଷଦିନରେ ବି ନିରଞ୍ଜନ ଖେଳି ଦେଇଗଲେ ଖେଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୀବ୍ର ଗୋଷ୍ଠୀକନ୍ଦଳ ଓ ଗୋଡ଼ଟଣା ନୀତି ଯୋଗୁ ଓଡ଼ିଶାରେ କଂଗ୍ରେସ କ୍ରମାଗତ ଭାବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଅଥଚ ଦଳକୁ ସଂଗଠିତ କରି ସୁଦୃଢ଼ କରିବା ଦିଗରେ ନେତାମାନେ ଆନ୍ତରିକତା ଦେଖାଇନାହାନ୍ତି । ଗତ ୪ବର୍ଷରୁ ଅଧିକ ସମୟ ଧରି ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକ  ନିଜର ଶେଷ କାର୍ଯ୍ୟ ଦିବସରେ ଏଭଳି ଏକ ରାଜନୀତିକ ଗୋଟି ଚାଳନା କରିଯାଇଛନ୍ତି ଯାହାର ପ୍ରଭାବ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ […]

Niranjan

Niranjan

Ordigital Desk
  • Published: Monday, 23 May 2022
  • Updated: 24 May 2022, 08:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୀବ୍ର ଗୋଷ୍ଠୀକନ୍ଦଳ ଓ ଗୋଡ଼ଟଣା ନୀତି ଯୋଗୁ ଓଡ଼ିଶାରେ କଂଗ୍ରେସ କ୍ରମାଗତ ଭାବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଅଥଚ ଦଳକୁ ସଂଗଠିତ କରି ସୁଦୃଢ଼ କରିବା ଦିଗରେ ନେତାମାନେ ଆନ୍ତରିକତା ଦେଖାଇନାହାନ୍ତି । ଗତ ୪ବର୍ଷରୁ ଅଧିକ ସମୟ ଧରି ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକ  ନିଜର ଶେଷ କାର୍ଯ୍ୟ ଦିବସରେ ଏଭଳି ଏକ ରାଜନୀତିକ ଗୋଟି ଚାଳନା କରିଯାଇଛନ୍ତି ଯାହାର ପ୍ରଭାବ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆରମ୍ଭରୁ ସିଧାସଳଖ ଅଙ୍କୁଶ ଲଗାଇବା ପାଇଁ ଉଦ୍ଦିଷ୍ଟ ତଥା ଦଳ ଭିତରେ ଗୋଷ୍ଠୀକନ୍ଦଳକୁ ଅଧିକ ଉଗ୍ର ରୂପ ଦେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ, ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନାଁ ଘୋଷଣା ସହ ୪ବର୍ଷରୁ ଅଧିକ ସମୟ ଧରି ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟକାଳ  ଶେଷ ହୋଇଛି । ତେବେ ଶେଷଦିନରେ ନିରଞ୍ଜନ ଏଭଳି ଏକ ୭ଜଣିଆ କମିଟି ଗଠନ କରିଛନ୍ତି ଯାହା ତାଙ୍କର କଂଗ୍ରେସକୁ ସୁଧାରିବା ପାଇଁ ନୁହେଁ ବରଂ ଅଧିକ ବିଗାଡ଼ିବା ପାଇଁ ଉଦ୍ଦିଷ୍ଟ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି । ରାଜସ୍ଥାନର ଉଦୟପୁରରେ କଂଗ୍ରେସର ‘ନବସଂକଳ୍ପ ଶିବିର’ରେ ନିଆଯାଇଥିବା ନିଷତ୍ତି ଅନୁସାରେ ରାଜ୍ୟସ୍ତରରେ ଗୋଟିଏ ଲେଖାଏଁ ରାଜନୀତିକ ବ୍ୟାପାର କମିଟି ଗଠନ କରାଯିବ।

ସମସ୍ତ ନେତାମାନଙ୍କ ସହ ବିଚାରବିମର୍ଶ କରି ପିସିସି ସଭାପତି ଏନେଇ ଏଆଇସିସିକୁ ସୁପାରିଶ କରିବେ । ମାତ୍ର ନିରଞ୍ଜନ ଶେଷଦିନରେ ତରବରିଆ ଭାବେ ଦଳର ରାଜ୍ୟସ୍ତରୀୟ ୭ଜଣିଆ ରାଜନୀତିକ ବ୍ୟାପାର କମିଟି ଗଠନ କରିଛନ୍ତି । ଏଥିରେ ସେ ନିଜେ ସଦସ୍ୟ ଥିବାବେଳେ ନରସିଂହ ମିଶ୍ର, ଚିରଞ୍ଜିବୀ ବିଶ୍ୱାଳ(ଓବିସି), ସପ୍ତଗିରି ଉଲାକା(ଅନୁସୂଚିତ ଜନଜାତି), ଗଣେଶ୍ୱର ବେହେରା(ଅନୁସୂଚିତ ଜାତି), ବନ୍ଦିତା ପରିଡ଼ା(ମହିଳା ଓବିସି) ଓ ଅନାମ ନାୟକ (ଅନୁସୂଚିତ ଜନଜାତି-କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି) ସଦସ୍ୟ ଅଛନ୍ତି । ଏଆଇସିସି ପରାମର୍ଶ ଅନୁସାରେ ଏହି କମିଟି ଗଠନ ହୋଇଛି ସତ, କିନ୍ତୁ ନୈତିକତା ଦୃଷ୍ଟିରୁ ନୂଆ ପିସିସି ସଭାପତି ଏହି କମିଟି ଗଠନ କରିପାରିଥାନ୍ତେ।

ଚିନ୍ତନ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏହି ରାଜ୍ୟସ୍ତରୀୟ ରାଜନୀତିକ ବ୍ୟାପାର କମିଟି ପ୍ରତ୍ୟେକ ମାସରେ ବୈଠକ କରିବ । ଏହି କମିଟି ରାଜ୍ୟରେ ଦଳୀୟ ସଂଗଠନର ସମସ୍ତ ନିଷ୍ପତ୍ତି ନେବ । ତେଣୁ ନିରଞ୍ଜନ ନିଜର ଦଳରେ ରାଜନୀତିକ ଗୁରୁତ୍ୱ ରଖିବା ନିମନ୍ତେ ଏଭଳି କମିଟି ଗଠନ କରି ଏଆଇସିସିକୁ ଅନୁମୋଦନ ନିମନ୍ତେ ପଠାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏଆଇସିସି ନିର୍ଦ୍ଦେଶରେ ଆସନ୍ତା ଜୁନ୍ ୧ ଓ ୨ତାରିଖରେ ଭୁବନେଶ୍ୱରରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହେବ । ଏଥିରେ ଦଳର ସମସ୍ତ ସାଂସଦ, ବିଧାୟକ, ସାଂସଦ ଓ ବିଧାୟକ ପ୍ରାର୍ଥୀ, ଜିଲ୍ଲା କମିଟି ସଭାପତି, ପିସିସି କର୍ମକର୍ତ୍ତା ଓ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ । ପିସିସି ପ୍ରଭାରୀ ଓ ସହପ୍ରଭାରୀ ମଧ୍ୟ କର୍ମଶାଳାରେ ଉପସ୍ଥିତ ରହି ଉଦୟପୁର ଚିନ୍ତନଶିବିରରେ ନିଆଯାଇଥିବା ନିଷ୍ପତ୍ତିକୁ କିଭଳି କାର୍ଯ୍ୟକାରୀ କରାଯିବ ତା’ର ରୂପରେଖ ପ୍ରସ୍ତୁତ କରିବେ।

ସେହିପରି ଅନୁରୂପ କର୍ମଶାଳା ମଧ୍ୟ ଜୁନ୍ ୧୧ରୁ ୧୪ତାରିଖ ମଧ୍ୟରେ ଜିଲ୍ଲାସ୍ତରରେ ହେବ । ଯେଉଁଠି ଜିଲ୍ଲା କମିଟି ଓ ବ୍ଲକ କମିଟି ସଦସ୍ୟମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ତେବେ ପ୍ରଶ୍ନ ଉଠୁଛି, ଏହି ରାଜନୀତିକ ବ୍ୟାପାର କମିଟି ଗଠନ ନିମନ୍ତେ ନିରଞ୍ଜନ କାହା ସହ ବିଚାରବିମର୍ଶ କରିଥିଲେ । ନିଜେ ନୂଆ ସଭାପତି ଶରତ ପଟ୍ଟନାୟକଙ୍କୁ ସହଯୋଗ କରିବା ପରିବର୍ତ୍ତେ କାହିଁକି ତରବରିଆ ଭାବେ ମନଇଚ୍ଛା ରାଜନୀତିକ ବ୍ୟାପାର କମିଟି ଗଠନ କରିଦେଲେ? କାହିଁକି ନୂଆ ସଭାପତିଙ୍କୁ ବିଶ୍ୱାସକୁ ନେଲେନି? ଏହି କମିଟି ଗଠନ ଦ୍ୱାରା ନିରଞ୍ଜନ ପ୍ରଦେଶ କଂଗ୍ରେସରେ ଗୋଷ୍ଠୀକନ୍ଦଳକୁ ଅଧିକ ତୀବ୍ର ରୂପ ଦେବାକୁ ଉଦ୍ୟମ କରିନାହାନ୍ତି କି? ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ହାଇକମାଣ୍ଡ ରଣନୀତି ପ୍ରସ୍ତୁତ କରି ସଂଗଠନକୁ ସଜାଡ଼ିବାକୁ ଚେଷ୍ଟା କରୁଥିବାବେଳେ ନିରଞ୍ଜନଙ୍କ ଭଳି ବରିଷ୍ଠ ନେତାମାନେ ହିଁ ନିଜର କାର୍ଯ୍ୟ ଓ ଆଚରଣ ମାଧ୍ୟମରେ ଓଡ଼ିଶାରେ କଂଗ୍ରେସକୁ ନିମ୍ନମୁଖୀ କରିବାର ମାର୍ଗ ପ୍ରଶସ୍ତ କରୁଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story