ଜାରି ହେଲା ଚୂଡ଼ାନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ୬ଟି ଆସନକୁ ନେଇ ସସପେନ୍ସ

ଭୁବନେଶ୍ୱର (ପ୍ରକାଶ ସେଠୀ): ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ରାଜ୍ୟ ସରକାର ଆଜି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ତେବେ ରାଜ୍ୟ ସରକାର ଅକ୍ଟୋବର ୧୬ ତାରିଖରେ ଜାରି କରିଥିବା ଚିଠା ତାଲିକା ଓ ଆଜିର ଚୂଡ଼ାନ୍ତ ତାଲିକା ମଧ୍ୟରେ ଯେଉଁ କେତେକ ସଂଶୋଧନ ବା ପରିବର୍ତ୍ତନ କରିଛନ୍ତି, ସେଥିରେ ରାଜନୀତିକ ଗନ୍ଧ ବାରି ହୋଇପଡ଼ୁଛି। ଚିଠା ତାଲିକାରେ ୧୨ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀକୁ ଅଣସଂରକ୍ଷିତ ବର୍ଗରେ ରଖିଥିବା ରାଜ୍ୟ ସରକାର […]

Election

Election

Ordigital Desk
  • Published: Friday, 05 November 2021
  • Updated: 05 November 2021, 10:04 PM IST

Sports

Latest News

ଭୁବନେଶ୍ୱର (ପ୍ରକାଶ ସେଠୀ): ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ରାଜ୍ୟ ସରକାର ଆଜି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ତେବେ ରାଜ୍ୟ ସରକାର ଅକ୍ଟୋବର ୧୬ ତାରିଖରେ ଜାରି କରିଥିବା ଚିଠା ତାଲିକା ଓ ଆଜିର ଚୂଡ଼ାନ୍ତ ତାଲିକା ମଧ୍ୟରେ ଯେଉଁ କେତେକ ସଂଶୋଧନ ବା ପରିବର୍ତ୍ତନ କରିଛନ୍ତି, ସେଥିରେ ରାଜନୀତିକ ଗନ୍ଧ ବାରି ହୋଇପଡ଼ୁଛି। ଚିଠା ତାଲିକାରେ ୧୨ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀକୁ ଅଣସଂରକ୍ଷିତ ବର୍ଗରେ ରଖିଥିବା ରାଜ୍ୟ ସରକାର ଚୂଡ଼ାନ୍ତ ତାଲିକାରେ ୬ଟିକୁ ଆସନକୁ କୌଣସି ବର୍ଗ ପାଇଁ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖିତ (ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆବର୍ଗ କିମ୍ବା ଅଣସଂରକ୍ଷିତ ବର୍ଗ) ନରଖିବାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି । ଅବଶ୍ୟ ପଂଚାୟତିରାଜ ଆଇନ ଅନୁସାରେ ୫୦ ପ୍ରତିଶତ (୧୫ଟି ଜିଲ୍ଲାର) ଅଧ୍ୟକ୍ଷ ପଦବୀକୁ ମହିଳାଙ୍କ ନିମନ୍ତେ ସଂରକ୍ଷଣ କରିଛନ୍ତି ।

ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଅନୁସାରେ, ପଛୁଆ ବର୍ଗ ପାଇଁ ୪ଟି ଜିଲ୍ଲା ଯଥା- ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ ସୋନପୁର, ଅନୁସୂଚିତ ଜାତି ବର୍ଗ ପାଇଁ କଟକ, ଜଗତସିଂହପୁର, ଭଦ୍ରକ ଓ ଯାଜପୁର ଏବଂ ଅନୁସୂଚିତ ଜନଜାତି ବର୍ଗ ପାଇଁ କନ୍ଧମାଳ, କେନ୍ଦୁଝର, କୋରାପୁଟ, ଗଜପତି,ନବରଙ୍ଗପୁର, ବାଲେଶ୍ୱର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ସଂରକ୍ଷିତ ରହିଛି । ସେହିପରି ଅଣସଂରକ୍ଷିତ ବର୍ଗରେ କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ଦେବଗଡ଼, ପୁରୀ,ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ଅଧ୍ୟକ୍ଷ ପଦବୀ ରହିଛି । ମାତ୍ର ଯେଉଁ ୬ଟି ଜିଲ୍ଲାକୁ ନେଇ ସସପେନ୍ସ ଦେଖାଦେଇଛି ସେଗୁଡ଼ିକ ହେଲା କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳ, ନୂଆପଡ଼ା, ବରଗଡ଼ ଓ ବୌଦ୍ଧ । ଏହି ୬ଟି ଜିଲ୍ଲାର ଅଧ୍ୟକ୍ଷ ପଦବୀକୁ ନିର୍ଦ୍ଦିଷ୍ଟ ଭାବେ କୌଣସି ବର୍ଗ ପାଇଁ ସଂରକ୍ଷିତ ରଖିନାହାନ୍ତି । ଏପରିକି ଏଗୁଡ଼ିକୁ ଅଣସଂରକ୍ଷିତ ବର୍ଗ ବୋଲି ମଧ୍ୟ ଦର୍ଶାଇ ନାହାନ୍ତି । କେବଳ ଏହି ଅଧ୍ୟକ୍ଷ ପଦବୀଗୁଡ଼ିକ ମହିଳାଙ୍କ ନିମନ୍ତେ ସଂରକ୍ଷିତ ବୋଲି ଉଲ୍ଲେଖ ରହିଛି ।

ସେହିପରି ଚୂଡ଼ାନ୍ତ ତାଲିକାରେ କେନ୍ଦୁଝର ଓ ଗଜପତି ଜିଲ୍ଲାର ଅଧ୍ୟକ୍ଷ ପଦବୀକୁ ପଛୁଆ ବର୍ଗ ପରିବେର୍ତ୍ତ ଅନୁସୂଚିତ ଜନଜାତି ଏବଂ ନୟାଗଡ଼ ଓ ସୋନପୁରର ଅଧ୍ୟକ୍ଷ ପଦବୀକୁ ଅନୁସୂଚିତ ଜନଜାତି ପରିବର୍ତ୍ତେ ପଛୁଆ ବର୍ଗ ଭାବେ ସଂରକ୍ଷିତ ରଖାଯାଇଛି । ସେହିପରି ଚିଠା ତାଲିକାରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ସୋନପୁର ଓ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀକୁ ସଂଶୋଧନ କରି କେନ୍ଦୁଝର ଓ ଗଜପତି ଜିଲ୍ଲାର ଅଧ୍ୟକ୍ଷ ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି ।

ସଂଶୋଧିତ ଚୂଡ଼ାନ୍ତ ତାଲିକାରେ ଯେଉଁ ଜିଲ୍ଲାର ଆସନଗୁଡ଼ିକ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି, ସେଗୁଡ଼ିକ ହେଲା- ଅନୁଗୋଳ, କଟକ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା,ଗଜପତି, ଗଞ୍ଜାମ,ଢେଙ୍କାନାଳ, ନୂଆପଡ଼ା, ବରଗଡ଼, ବୌଦ୍ଧ, ଭଦ୍ରକ, ମାଲକାନଗିରି ଓ ରାୟଗଡ଼ା। ଏଥିରୁ ଭଦ୍ରକ ଓ କଟକ ଜିଲ୍ଲାର ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ଏବଂ ଅନୁଗୋଳ ଓ ଖୋର୍ଦ୍ଧା ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କ ନିମନ୍ତେ କେନ୍ଦୁଝର, ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଆସନ୍ତା ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ପଂଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି । ଶାସକ ବିଜେଡି ଚଳିତ ନିର୍ବାଚନରେ ଓବିସି କାର୍ଡ ଖେଳି ନିଜର ୨୭ ପ୍ରତିଶତ ପ୍ରାର୍ଥୀ ପଛୁଆ ବର୍ଗରୁ ଦେବ ବୋଲି ଘୋଷଣା କରିଥିବାରୁ ସମ୍ଭବତଃ ଏହି ୬ଟି ଜିଲ୍ଲାର ଜିଲ୍ଲା ପରିଷଦ ଆସନ(ମହିଳା)କୁ ନେଇ ଦଳ କିଛି ରଣନୀତି ପ୍ରସ୍ତୁତ କରିଛି । ଏହି ୬ଟି ଜିଲ୍ଲାର ପଦବୀ କୌଣସି ନିର୍ଦ୍ଦିଷ୍ଟ ବର୍ଗ ପାଇଁ ନଥିବାରୁ ଓ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଯେକୌଣସି ଜାତିର ମହିଳାଙ୍କୁ ଦଳ ସେଠାରେ ଅଧ୍ୟକ୍ଷ ଭାବେ ଉପସ୍ଥାପିତ କରିବ ବୋଲି ଜଣାପଡ଼ିଛି । ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ-୧୯୯୧ର ଧାରା-୮ ଅନ୍ତର୍ଗତ ଉପଧାରା(୩)ର ପ୍ରାବଧାନ ଅନୁସାରେ ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀର ସଂରକ୍ଷଣ ତାଲିକା ଜାରି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story