କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ଜର୍ଜ ତିର୍କୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଜର୍ଜ ତିର୍କୀ ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ସଂଗଠନର ପରିଚାଳନାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କଂଗ୍ରେସରେ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ମିଳିଥିବା ସୂଚନା ଅନୁସାରେ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଶ୍ରୀ ତିର୍କୀ ଇସ୍ତଫା ଦେଇଛନ୍ତି ଓ ସେ ତାଙ୍କର ଇସ୍ତଫା ପତ୍ର […]

george

george

Ordigital Desk
  • Published: Friday, 01 April 2022
  • Updated: 01 April 2022, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଜର୍ଜ ତିର୍କୀ ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ସଂଗଠନର ପରିଚାଳନାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କଂଗ୍ରେସରେ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନି ।

ମିଳିଥିବା ସୂଚନା ଅନୁସାରେ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଶ୍ରୀ ତିର୍କୀ ଇସ୍ତଫା ଦେଇଛନ୍ତି ଓ ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଶ୍ରୀ ତିର୍କୀ ତାଙ୍କ ଚିଠିରେ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ପଂଚାୟତ ଓ ପୌର ନିର୍ବାଚନ ସମୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୌଣସି ସହଯୋଗ ମିଳିନଥିଲା । ପ୍ରାର୍ଥୀମାନେ ଅତ୍ୟନ୍ତ ଶୋଚନୀୟ ଭାବେ ପରାଜିତ ହେଲେ । ବିଭିନ୍ନ କର୍ମକର୍ତ୍ତାଙ୍କ ବିରୋଧରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟି ମୂକ ବଧିର ପାଲଟି ଯାଇଛି । କଂଗ୍ରେସରେ ଶୃଙ୍ଖଳା ନାହିଁ । ଏନେଇ ସେ ବାରମ୍ବାର ଏଆଇସିସି ଓ ପିସିସିରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ।

ରାଉରକେଲା, ବଣାଇ, ରଘୁନାଥପାଲି, ବୀରମିତ୍ରପୁରରେ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବା ପାଇଁ ସେ ଅନେକ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଇନଥିଲେ । ପଂଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନବେଳେ ମଧ୍ୟ ତାଙ୍କ ସହ କୌଣସି ବିଚାରବିମର୍ଶ କରାଯାଇନଥିଲା । ଏପରିକି ସଂଗଠନକୁ ଦୁର୍ବଳ ଓ ବିଶୃଙ୍ଖଳା କରୁଥିବା କର୍ମକର୍ତ୍ତାମାନଙ୍କ ବିରୋଧରେ ସେ ଅଭିଯୋଗ କରିଥିବାବେଳେ ଦଳ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କୁ ପୁରସ୍କୃତ କରିଥିଲା । ଯାହାକି ତାଙ୍କର ମନୋବଳକୁ ହ୍ରାସ କରିଥିଲା । ତେଣୁ ସେ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇ ପିସିସି ସଭାପତିଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ବୋଲି ଶ୍ରୀ ତିର୍କୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବର ମାସରେ ଶ୍ରୀ ତିର୍କୀ କଂଗ୍ରେସରେ ସାମିଲ ହୋଇଥିଲେ । ୨୦୨୦ ମସିହାରେ ଶ୍ରୀ ତିର୍କୀଙ୍କୁ କଂଗ୍ରେସ ରାଉରକେଲା ସାଂଗଠନିକ ଜିଲ୍ଲାର ସଭାପତି ଭାବେ ଅବସ୍ଥାପିତ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos