ବିବୃତ୍ତି ଦେଇ ଫସିଗଲେ ମନ୍ତ୍ରୀ: କଂଗ୍ରେସ କହିଲା- ଦିବ୍ୟ ବଚନ ନଦେଇ ତଦନ୍ତର ସାମ୍ନା କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ପ୍ରାୟ ୨୧ଦିନର ନିରବତା ପରେ ଗତକାଲି ପ୍ରେସ୍ ବିବୃତ୍ତି ମାଧ୍ୟମରେ ଗଣମାଧ୍ୟମକୁ ନାଲିଆଖି ଦେଖାଇବାକୁ ଚେଷ୍ଟା କରିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜ ଜାଲରେ ନିଜେ ଫସି ଯାଇଛନ୍ତି। ତାଙ୍କର ଗତକାଲିର ପ୍ରେସ୍ ବିବୃତ୍ତିକୁ ବିଜେପି କଡ଼ା ସମାଲୋଚନା କରି ୪ଟି ପ୍ରଶ୍ନ କରିଥିବାବେଳେ ଆଜି କଂଗ୍ରେସ ମଧ୍ୟ ଅନୁରୂପ ଢଙ୍ଗରେ ୩ଟି ପ୍ରଶ୍ନ କରି ଜବାବ ମାଗିଛି। ଦିବ୍ୟ ବଚନ ନଦେଇ ମନ୍ତ୍ରୀ […]

Capt. Dibya Sankar Mishra

Capt. Dibya Sankar Mishra

Ordigital Desk
  • Published: Saturday, 30 October 2021
  • Updated: 30 October 2021, 06:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ପ୍ରାୟ ୨୧ଦିନର ନିରବତା ପରେ ଗତକାଲି ପ୍ରେସ୍ ବିବୃତ୍ତି ମାଧ୍ୟମରେ ଗଣମାଧ୍ୟମକୁ ନାଲିଆଖି ଦେଖାଇବାକୁ ଚେଷ୍ଟା କରିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜ ଜାଲରେ ନିଜେ ଫସି ଯାଇଛନ୍ତି। ତାଙ୍କର ଗତକାଲିର ପ୍ରେସ୍ ବିବୃତ୍ତିକୁ ବିଜେପି କଡ଼ା ସମାଲୋଚନା କରି ୪ଟି ପ୍ରଶ୍ନ କରିଥିବାବେଳେ ଆଜି କଂଗ୍ରେସ ମଧ୍ୟ ଅନୁରୂପ ଢଙ୍ଗରେ ୩ଟି ପ୍ରଶ୍ନ କରି ଜବାବ ମାଗିଛି। ଦିବ୍ୟ ବଚନ ନଦେଇ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି କଂଗ୍ରେସ କହିଛି।

କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ଗଣେଶ୍ୱର ବେହେରା ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୃହମନ୍ତ୍ରୀ ଶ୍ରୀ ମିଶ୍ର ଗତକାଲି ଜାରି କରିଥିବା ପ୍ରେସ୍ ବିବୃତ୍ତିି ଯେତିକି ହାଲୁକା ସେତିକି ଅର୍ଥହୀନ । ଗଣମାଧ୍ୟମ ତାଙ୍କର ମାନହାନି କରିଥିବାର ମନ୍ତ୍ରୀ ତାଙ୍କ ବିବୃତ୍ତିରେ କହିଛନ୍ତି। ଯଦି ମାନହାନି ହୋଇଛି ବୋଲି ମନ୍ତ୍ରୀ ଅନୁଭବ କଲେ, ତା’ହେଲେ ନିଜେ କାହିିଁକି ମକଦ୍ଦମା କଲେନି। ଆଇନ କହୁଛି, ଯେଉଁ ବ୍ୟକ୍ତିଙ୍କର ସମ୍ମାନହାନି ହେଲା ବୋଲି ହୃଦବୋଧ କରିବେ, ସେ ହିଁ ମାନହାନି ମକଦ୍ଦମା କରିପାରିବେ। ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଏହି ପଦକ୍ଷେପ ବି ଆଇନସିଦ୍ଧ ନୁହେଁ । ସେହିପରି ଦେଶର ଫୌଜଦାରୀ ଆଇନ ଧାରା ୧୯୯ ଓ ଉପଧାରା (୨) କହୁଛି ଯେ, ଯଦି ଜଣେ ମନ୍ତ୍ରୀଙ୍କର ମାନହାନି ହୁଏ, ତେବେ ସରକାର ତାଙ୍କ ପକ୍ଷରୁ ସେସନ୍ସ କୋର୍ଟରେ ମାମଲା ରୁଜ କରିପାରିବେ । ତାହା ହୋଇନାହିଁ କାହିଁକି? ଏଥିରୁ ସ୍ପଷ୍ଟ ଯେ, ସରକାର ବି ସମର୍ଥନ ଦେଉନାହାନ୍ତି । ନିଜ ଅପକର୍ମ କେବଳ ମନ୍ତ୍ରୀଙ୍କର ନିଜସ୍ୱ ବୋଲି କଂଗ୍ରେସ କହିଛି ।

ସେହିପରି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପରିବାର ସଦସ୍ୟ କେତେକ ଗଣମାଧ୍ୟମ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି ବୋଲି ସେ କହିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କଂଗ୍ରେସ କହିଛି । ଗଣତନ୍ତ୍ରର କଣ୍ଠରୋଧ ପାଇଁ ହୀନ ଉଦ୍ୟମ ହେଉଛି । ଏହା କ୍ଷମତାର ଔଦ୍ଧତ୍ୟର ପରିଚାୟକ । କଂଗ୍ରେସ ଏହାର ନିନ୍ଦା କରୁଛି । ଏହା ଜଣାଶୁଣା କଥା ଯେ, ପ୍ରାୟ ଅପରାଧିମାନେ ନିଜକୁ ନିର୍ଦ୍ଦୋଶ ବୋଲି ଦାବି କରନ୍ତି । କିନ୍ତୁ ପରେ ତଦନ୍ତରେ ଦୋଷୀ ପ୍ରମାଣିତ ହୁଅନ୍ତି । ବହୁଚର୍ଚ୍ଚିତ ରାମ- ରହିମ ଓ ଆଶାରାମ ବାପୁଙ୍କ କାହାଣୀ ଏହାର ଜ୍ୱଳନ୍ତ ଉଦାହରଣ । ତେଣୁ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା ନିହାତି ପିଲାଳିଆମି ।

ମନ୍ତ୍ରୀ ତାଙ୍କ ବିବୃତ୍ତିରେ ଦୋଷ ପ୍ରମାଣିତ କରାଇବାକୁ ଗଣମାଧ୍ୟମ ଓ ରାଜନୀତିକ ଦଳକୁ ଆହ୍ୱାନ ଦେଇଛନ୍ତି । ତେବେ କଂଗ୍ରେସ ପ୍ରଶ୍ନ କରିବାକୁ ଚାହୁଁଛି ଯେ, ମନ୍ତ୍ରୀ ଶ୍ରୀ ମିଶ୍ର ନିଜେ ଘରୋଇ ବିଭାଗର ମନ୍ତ୍ରୀ, ଦୋଷ ପ୍ରମାଣ କରିବା ଦାୟିତ୍ୱ ପୁଲିସର । ଅର୍ଥାତ ନିଜର କ’ଣ ଦୋଷ ତାହା ପ୍ରମାଣ ନକରି ଅନ୍ୟମାନଙ୍କୁ କ’ଣ ଓଲଟା ଆହ୍ୱାନ ଦେଇଛନ୍ତି । ମନ୍ତ୍ରୀଙ୍କର ଏପରି ଆହ୍ୱାନ ହାସ୍ୟାସ୍ପଦ । ଅତଏବ ଦିବ୍ୟଶଙ୍କର ମିଶ୍ର ନିଜର ଦିବ୍ୟ ବଚନରୁ ବିରତ ରହି, ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ । ଆଉ ତଦନ୍ତର ସାମନା କରନ୍ତୁ , ନିଜକୁ ନିର୍ଦ୍ଦୋଷ ପ୍ରମାଣ କରନ୍ତୁ ବୋଲି କଂଗ୍ରେସ କହିଛି ।

ସେହିପରି ମନ୍ତ୍ରୀ ଶ୍ରୀ ମିଶ୍ର ମଧ୍ୟ କଂଗ୍ରେସର ୩ଟି ପ୍ରଶ୍ନ ଉପରେ ଜବାବ ରଖନ୍ତୁ । ପ୍ରଥମତଃ ମନ୍ତ୍ରୀ ଶ୍ରୀ ମିଶ୍ର ନିଜର ରାୟପୁର ବାସଭବନରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଅଧ୍ୟାପିକା ମମିତା ମେହେରଙ୍କୁ ଡକାଇ ଆପୋଷ ବୁଝାମଣା ଉଦ୍ୟମ କରିଥିଲେ କି? ଦ୍ୱିତୀୟତଃ, ମହାଲିଙ୍ଗସ୍ଥିତ ସନସାଇନ୍ ଶିକ୍ଷାନୁଷ୍ଠାନରେ ବହୁଥର ରାତ୍ରିଯାପନ କରିଛନ୍ତି କି? ତୃତୀୟତଃ, ମମିତା ମେହେରଙ୍କ ହତ୍ୟାପରେ ଅକ୍ଟୋବର ୮ ତାରିଖ ପରେରେ ହତ୍ୟାକାରୀ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ବାର୍ତ୍ତାଳାପ କରିଛନ୍ତି ଯାହାର ଅଡିଓ କ୍ଳିକ୍ ପୁଲିସଙ୍କୁ ଦିଆଯାଇଛି କି? ଉପରୋକ୍ତ ୩ଟି ପ୍ରଶ୍ନ ମଧ୍ୟରୁ କୌଣସି ଗୋଟିଏ କଥାକୁ ବି ମନ୍ତ୍ରୀ ଶ୍ରୀ ମିଶ୍ର ସ୍ପଷ୍ଟ ଭାବେ ଖଣ୍ଡନ କରିନାହାନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ନେତାଦେବାଶିଷ ପଟ୍ଟନାୟକ ଓ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story