ନବୀନଙ୍କୁ ମହଙ୍ଗା ପଡ଼ୁଛି ବିଜେପି ପ୍ରେମ, ଭାବମୂର୍ତ୍ତିରେ ଲାଗିଲା ଦାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୀର୍ଘ ୨୫ବର୍ଷର ରାଜନୀତିକ କ୍ୟାରିୟରରେ ଏକ ସୁଦୃଢ଼ ଓ ସଫଳ ଆଂଚଳିକ ଦଳ ‘ବିଜେଡି’ର ନେତୃତ୍ୱ ନେଉଥିବା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିରେ ଲାଗିଛି ଦାଗ । ଜାତୀୟ ରାଜନୀତି ତଥା ଦିଲ୍ଲୀ ଦରବାରରେ ନିଜର ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ସର୍ବଦା ସଜାଗ ରହୁଥିବା ଶ୍ରୀ ପଟ୍ଟନାୟକ ଗତ କିଛିବର୍ଷ ଧରି ବିଜେପିକୁ ସୁହାଇବା ଭଳି ନିଷ୍ପତ୍ତି ନେଉଥିବାରୁ ତାଙ୍କୁ ତୃଣମୂଳ କଂଗ୍ରେସ ସିଧାସଳଖ କଡ଼ା ସମାଲୋଚନା କରିଛି । ନବୀନ ପଟ୍ଟନାୟକଙ୍କ ବିଜେଡି ହେଉଛି […]

CM

CM

Niranjan Mishra
  • Published: Saturday, 23 July 2022
  • Updated: 23 July 2022, 09:51 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୀର୍ଘ ୨୫ବର୍ଷର ରାଜନୀତିକ କ୍ୟାରିୟରରେ ଏକ ସୁଦୃଢ଼ ଓ ସଫଳ ଆଂଚଳିକ ଦଳ ‘ବିଜେଡି’ର ନେତୃତ୍ୱ ନେଉଥିବା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିରେ ଲାଗିଛି ଦାଗ । ଜାତୀୟ ରାଜନୀତି ତଥା ଦିଲ୍ଲୀ ଦରବାରରେ ନିଜର ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ସର୍ବଦା ସଜାଗ ରହୁଥିବା ଶ୍ରୀ ପଟ୍ଟନାୟକ ଗତ କିଛିବର୍ଷ ଧରି ବିଜେପିକୁ ସୁହାଇବା ଭଳି ନିଷ୍ପତ୍ତି ନେଉଥିବାରୁ ତାଙ୍କୁ ତୃଣମୂଳ କଂଗ୍ରେସ ସିଧାସଳଖ କଡ଼ା ସମାଲୋଚନା କରିଛି । ନବୀନ ପଟ୍ଟନାୟକଙ୍କ ବିଜେଡି ହେଉଛି ବିଜେପିର ଆନୁଷ୍ଠାନିକ ସହଯୋଗୀ ବୋଲି ତୃଣମୂଳ କଂଗ୍ରେସ କହିବାକୁ ପଛାଇ ନାହିଁ । ୨୦୧୯ ସାଧାରଣ ନିର୍ବାଚନ ପରେ ଜାତୀୟସ୍ତରରେ ପ୍ରଥମଥର ପାଇଁ ଓଡ଼ିଶା ବାହାରେ ନବୀନଙ୍କୁ ନିଜର ନିଷ୍ପତ୍ତି (ବିଜେପିର ନିକଟତର ହେବା) ନିମନ୍ତେ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଆଉ ନବୀନଙ୍କ ସୁବିଧାବାଦୀ ସମଦୂରତ୍ୱ ନୀତି ମଧ୍ୟ ପଦାରେ ପଡ଼ିଛି ।
ରାଜ୍ୟସଭାରେ ତୃଣମୂଳ କଂଗ୍ରେସର ନେତା ଡେରେକ ଓ ବ୍ରାୟନ୍ ଶୁକ୍ରବାର ରାତିରେ ‘ଏନଡିଟିଭି’ର ଏକ କାର୍ଯ୍ୟକ୍ରମରେ ଆଂଚଳିକ ଦଳ ବିଜେଡି ଓ ତା’ର ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କର ସୁବିଧାବାଦୀ ରାଜନୀତି ପାଇଁ କଡ଼ା ସମାଲୋଚନା କରିଛନ୍ତି । ତୃଣମୂଳ କଂଗ୍ରେସ ସାଂସଦ ଶ୍ରୀ ବ୍ରାୟନ୍ କହିଛନ୍ତି ଯେ,“ ନବୀନ ପଟ୍ଟନାୟକ  ଓ ତାଙ୍କ ବିଜେଡି ହେଉଛନ୍ତି ବିଜେପିର କଟ୍ଟର ଓ ବିଭାଜନକାରୀ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାରେ ଭାରତରେ ଏକ ନମ୍ବର ରାଜନୀତିକ ଦଳ । ନବୀନ ପଟ୍ଟନାୟକଙ୍କ ବିଜେଡି ହେଉଛି ବିଜେପିର ଆନୁଷ୍ଠାନିକ ସହଯୋଗୀ । ନବୀନ ପଟ୍ଟନାୟକ ଇଟାଲୀର ଭାଟିକାନକୁ ଯାଇ ସୁନ୍ଦର ଫଟୋ ଉଠାଇଦେଲେ ଚଳିବ ନାହିଁ । ଯଦି ବାସ୍ତବରେ ବିଜେପି ସହ ଲଢ଼ିବାକୁ ଚାହୁଁଛନ୍ତି ତା’ହେଲେ ସଂସଦ ଭିତରେ ଓ ବାହାରେ ଲଢ଼ନ୍ତୁ” ବୋଲି ଶ୍ରୀ ବ୍ରାୟନ୍ କହିଛନ୍ତି ।
ଗତ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ସହ ତାଙ୍କ ପାଇଁ ଉପରେ ପଡ଼ି ପ୍ରଚାର କରିବା ଏବଂ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକରଙ୍କୁ ସମର୍ଥନ ଘୋଷଣା ସହ ନିଜର ସାଂସଦଙ୍କୁ ପଠାଇ ପ୍ରାର୍ଥୀପତ୍ର ଦାଖଲବେଳେ ସମର୍ଥନ ଦେବାକୁ ନେଇ ଏବେ ଜାତୀୟ ରାଜନୀତିକ ମହଲରେ ବିଜେଡିର ‘ସୁବିଧାବାଦୀ’ ଓ ‘ଦୋମୁହାଁ ’ ଚରିତ୍ର ପଦାକୁ ଆସିଛି ।
ରାଜନୀତିକ ବିଶ୍ଲେଷକଙ୍କ ମତରେ ଓଡ଼ିଶାର ମହିଳା ଭାବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବାର ଆଳ ବିଜେଡି ଦେଖାଇଛି । ଅବଶ୍ୟ ଆଂଚଳିକ ଦଳ ବିଜେଡି ପାଇଁ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବା ବ୍ୟତୀତ ବିକଳ୍ପ କିଛି ନଥିଲା । କିନ୍ତୁ ଯେଉଁ ଢଙ୍ଗରେ ବିଜେଡି ସମର୍ଥନ ଦେଲା ଓ ପ୍ରଚାର କଲା ତାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଜେପି ନେତୃତ୍ୱଙ୍କ ଘନିଷ୍ଠତାକୁ ପ୍ରମାଣିତ କରାଉଛି । ଜଗଦୀପ ଧନକରଙ୍କ ଭଳି ଜଣେ କଟ୍ଟର ବିଜେପି ନେତାଙ୍କୁ ବିଜେଡି କେଉଁ ଆଧାରରେ ସମର୍ଥନ ଦେଲା ତାହା ଏବେବି ଅସ୍ପଷ୍ଟ । କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ କରିଥିଲେ ତେଣୁ ଜଗଦୀପ ଧନକରଙ୍କୁ ବିଜେଡି ସମର୍ଥନ ଦେବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।
ଅବଶ୍ୟ ଏହି ବିଜେଡି ୨୦୧୭ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ବଦଳରେ ବିରୋଧୀ ଦଳଙ୍କ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇ ନିଜର ରାଜନୀତିକ ଆଭିମୁଖ୍ୟ ଓ ସମଦୂରତ୍ୱ ନୀତିର ପ୍ରମାଣ ଦେଇଥିଲା । ଯଦିଓ ତା’ର ଠିକ୍ ପୂର୍ବରୁ ସେତେବେଳେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ ଜଣାଇଥିଲା । ୨୦୧୭ ପରଠୁ ବିଜେଡି ନିଜର ସମଦୂରତ୍ୱ ନୀତି(ବିଜେପି ଓ କଂଗ୍ରେସଠୁ)ର ଆଳ ଦେଖାଇ କେବଳ ସୁବିଧାବାଦୀ ରାଜନୀତି କରୁଥିବା ଜଳଜଳ ହୋଇ ଦିଶୁଛି ।
ଆଉ ଓଡ଼ିଶାରେ ବିଜେପି ସହ ଲଢ଼ୁଥିବା ବିଜେଡି ଯେହେତୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଲ୍ ଓ ନିଷ୍ପତ୍ତିକୁ ବିଜେଡି ସମର୍ଥନ ଦେଇ ଆସୁଛି, ତେଣୁ ରାଜ୍ୟର ଭୋଟରଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ହେବା ସ୍ୱାଭାବିକ । ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିବା ଲୁଚାଛପା ମଧୁଚନ୍ଦ୍ରିକା ବି ପଦାରେ ପଡ଼ିଛି । ଆଉ ନବୀନଙ୍କ ସୁବିଧାବାଦୀ ନୀତି ଏବେ ଜାତୀୟସ୍ତରରେ ତାଙ୍କ ଭାବମୂର୍ତ୍ତିକୁ ମଧ୍ୟ ଧୂମିଳ କରିବାରେ ଲାଗିଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ପରଠୁ ହିଁ ବିଜେଡି ସମଦୂରତ୍ୱର ଆଳ ଦେଖାଇଛି ସତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଓ ପ୍ରସଙ୍ଗରେ ସମର୍ଥନ ଦେଇ ଆସିଛି । ୨୦୧୫ରେ ଜିଏସଟି ବିଲ, ୨୦୧୬ରେ ବିମୁଦ୍ରାକରଣ, ୨୦୧୭ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ, ୨୦୧୮ ଜୁଲାଇ ୨୦ରେ ମୋଦି ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବବେଳେ ସଂସଦରୁ ନାଟକୀୟ ଢଙ୍ଗରେ କକ୍ଷତ୍ୟାଗ କରି ବିଜେଡି ସିଧାସଳଖ ନିଜର ଘନିଷ୍ଠତାର ପ୍ରମାଣ ଦେଇଥିଲା । ୨୦୧୮ ଅଗଷ୍ଟ ୮ରେ ବିଜେଡି ନିଜର ସମ୍ପର୍କକୁ ଆଉ ପାଦେ ଆଗେଇ ନେଇ ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେଲା । ଆଉ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପିର ସମ୍ପର୍କର ଘନିଷ୍ଠତା ପଶ୍ଚିମଓଡ଼ିଶାରେ ବିଜେପିକୁ ମିଳିଥିବା ଲୋକସଭା ସିଟରୁ ପ୍ରମାଣିତ ହୋଇଯାଇଥିଲା ।
ଏହି ସମ୍ପର୍କ ୨୦୧୯ ପରେ ଅଧିକ ନିବିଡ଼ ହୋଇଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, କାଶ୍ମୀରରେ ଧାରା-୩୭୦ର ଉଚ୍ଛେଦ, ଟ୍ରିପଲ ତଲାକ ବିଲ୍ , ନାଗରିକତା ସଂଶୋଧନ ବିଲ୍ (ସିଏଏ)କୁ ସମର୍ଥନ ଦେବାକୁ ପଛାଇ ନଥିଲା । ୨୦୧୯ ଜୁନ୍ ମାସରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ବିଜେଡି ସମସ୍ତଙ୍କୁ ଚକିତ କରିଦେଇଥିଲା । ଯଦିଓ ଏହି ଆସନକୁ ଜିତିବା ପାଇଁ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଥିଲା । ଆଉ ସେବେଠୁ ବିଜେଡି ବିଭିନ୍ନ ସମୟରେ ବିଜେପିକୁ ଅଯାଚିତ ସମର୍ଥନ ଦେଇ ଆସିଛି ।
ଅନ୍ୟପକ୍ଷରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ପ୍ରତି ଏଭଳି ସମର୍ଥନକୁ ବିଜେଡି ସର୍ବଦା ‘ରାଜ୍ୟ ସ୍ୱାର୍ଥ ପାଇଁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେବାରେ ବିଜେଡି ବିଶ୍ୱାସ କରେ’ବୋଲି କହି ନିଜର ସମଦୂରତ୍ୱ ନୀତିକୁ ପ୍ରମାଣିତ କରାଇବାକୁ ଚାହିଁଛି । ମାତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ଢଙ୍ଗରେ ସମର୍ଥନ ଘୋଷଣାକୁ କରୁଛନ୍ତି ଓ ପ୍ରଧାନମନ୍ତ୍ରୀ ମୋଦି ଫୋନ୍ କରିଥିବାର ଆଳ ଦେଖାଇ ବିଜେଡି ଏଭଳି ନିଷ୍ପତ୍ତି ନେଇଛି ବୋଲି କହୁଛନ୍ତି ତାହା ବାସ୍ତବରେ ବିଜେପି ସହ ବିଜେଡିର ସମ୍ପର୍କର ନିବିଡ଼ତାକୁ ପଦାରେ ପକାଇଛି । ଆଉ ନବୀନଙ୍କ ସୁବିଧାବାଦୀ ରାଜନୀତିକ ଚରିତ୍ର ପଦାରେ ପଡ଼ିଥିବାବେଳେ ସମଦୂରତ୍ୱ ନୀତି ଓ ତାଙ୍କର ଭାବମୂର୍ତ୍ତି ଧୂମିଳ ହେବାରେ ଲାଗିଛି । ଯାହା ବିଜେଡି ପାଇଁ ଆଗାମୀ ଦିନରେ ବୁମେରାଂ ହେବ ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story