ବିଜେଡି ବଢ଼ୁଛି ନା ଛିଡ଼ୁଛି : ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲାକୁ ଗଲେ ସେ ଜିଲ୍ଲା ‘ବନ୍ଦ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିଭିନ୍ନ ଜିଲ୍ଲା ଗସ୍ତରେ ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଯେଉଁସବୁ ଜିଲ୍ଲାକୁ ଯାଉଛନ୍ତି ତାଙ୍କ ଗସ୍ତ ପରେ ସେହି ଜିଲ୍ଲାରେ ବିଭିନ୍ନ ସଂଗଠନ ଓ ରାଜନୀତିକ ଦଳ ପକ୍ଷରୁ ‘ବନ୍ଦ’ ପାଳନ ହେଉଛି। ଯାହାକି ବିଭିନ୍ନ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗସ୍ତ ମାଧ୍ୟମରେ ରାଜନୀତିକ ଫାଇଦା ନେବାକୁ ରଣନୀତି କରିଥିବା ବିଜେଡି ପାଇଁ ଏବେ ଚିନ୍ତାର ବିଷୟ […]

Naveen Patnaik

Naveen Patnaik

Ordigital Desk
  • Published: Wednesday, 03 November 2021
  • Updated: 03 November 2021, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିଭିନ୍ନ ଜିଲ୍ଲା ଗସ୍ତରେ ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଯେଉଁସବୁ ଜିଲ୍ଲାକୁ ଯାଉଛନ୍ତି ତାଙ୍କ ଗସ୍ତ ପରେ ସେହି ଜିଲ୍ଲାରେ ବିଭିନ୍ନ ସଂଗଠନ ଓ ରାଜନୀତିକ ଦଳ ପକ୍ଷରୁ ‘ବନ୍ଦ’ ପାଳନ ହେଉଛି। ଯାହାକି ବିଭିନ୍ନ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗସ୍ତ ମାଧ୍ୟମରେ ରାଜନୀତିକ ଫାଇଦା ନେବାକୁ ରଣନୀତି କରିଥିବା ବିଜେଡି ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି। ଆଉ ଦଳର ସଂଗଠନ ସୁଦୃଢ଼ ହେବା ପରିବର୍ତ୍ତେ ଅଧିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ବିଜେଡି ଖୁବଶୀଘ୍ର ନବୀନଙ୍କ ଏହି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରାଇବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଦୁର୍ବଳ ପ୍ରଦର୍ଶନ କରିଥିବା ଦକ୍ଷିଣରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଜିଲ୍ଲାଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସରକାରୀ ଗସ୍ତରେ ଯାଉଛନ୍ତି। ୩ବର୍ଷ ପୁରୁଣା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରୁ ରାଜନୀତିକ ଫାଇଦା ନେବା ପାଇଁ ସରକାରୀ ପଦପଦବୀକୁ ଆଳ କରି ବିଜେଡିର ମନ୍ତ୍ରୀ ଓ ନେତାମାନେ ପଂଚାୟତସ୍ତରରେ କାର୍ଯ୍ୟକ୍ରମ କରୁଛନ୍ତି। ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜେଡିର ଏହି ରଣନୀତି ଏବେ ବୁମେରାଂ ହେବାରେ ଲାଗିଛି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଗସ୍ତର ଠିକ୍ ଦିନକ ପରେ ସୁନ୍ଦରଗଡ଼, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ବନ୍ଦ ପାଳିତ ହୋଇଛି।

ବିଜେଡି ନେତାମାନେ ସମ୍ପୃକ୍ତ ଜିଲ୍ଲାରେ ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ ଡେରା ପକାଇଥିବାବେଳେ ଏହି ବନ୍ଦ ପାଳନ ଯୋଗୁ ବଣ୍ଟନ କାର୍ଯ୍ୟ ପ୍ରଭାବିତ ମଧ୍ୟ ହେଉଥିଲା । ଅବଶ୍ୟ ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦ ପାଳନ ଦିନ ବିଜେଡି ନେତାମାନେ ନିଜର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିବାବେଳେ ସମ୍ବଲପୁର ଜିଲ୍ଲାରେ ମୁହାଁମୁହିଁ ହେବାକୁ ପଛାଇ ନାହାନ୍ତି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍ମାର୍ଟ କାର୍ଡ ବଣ୍ଟନ ଭଳି ସରକାରୀ କାର୍ଯ୍ୟକ୍ରମକୁ ‘ବନ୍ଦ ପାଳନ’ ଦିନ ହିଁ ବିଜେଡି କର୍ମୀ ଓ ନେତାମାନେ ଏତେ ଜିଦ୍ ଧରି କରିବାକୁ ନେଇ ସବୁ ମହଲରୁ ନିନ୍ଦା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରୁ ରାଜନୀତିକ ଫାଇଦା ଉଠାଇବାକୁ ବିଜେଡିର ରଣନୀତି ଏବେ ଧୀରେଧୀରେ ଫେଲ୍ ମାରିବା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଡ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭର ୪୮ଘଣ୍ଟା ଭିତରେ ଜିଲ୍ଲାର ଟ୍ରକ ପରିବହନ ମହାସଂଘ ‘ ଜିଲ୍ଲା ବନ୍ଦ ଡାକରା’ ଦେଇଥିଲା । ଏହି ବନ୍ଦ ଡାକରା ମଧ୍ୟ ସଫଳ ହୋଇଥିଲା, ଆଉ ପରୋକ୍ଷରେ ବିଜେଡିର ସ୍ମାର୍ଟ କାର୍ଡ ବଣ୍ଟା କାର୍ଯ୍ୟକ୍ରମ ଉପରେ ‘ଗ୍ରହଣ’ ଲାଗିଥିଲା ।

ସେହିପରି ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସଙ୍ଗରେ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ଏହି ୧୨ଘଣ୍ଟିଆ ବନ୍ଦ ବି ସଫଳ ହୋଇଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ସ୍ମାର୍ଟ କାର୍ଡ ବଣ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କିନ୍ତୁ ବିଜେଡି କର୍ମୀ ଓ ପୁଲିସର ଅମାନୁଷିକ ବ୍ୟବହାର ପ୍ରତିବାଦରେ ଆଜି ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ପରେ ପାଳନ ହେଉଥିବା ଏହି ‘ବନ୍ଦ’କୁ ଆଶ୍ଚର୍ଯ୍ୟଜନକ ଭାବେ ସ୍ଥାନୀୟ ବ୍ୟବସାୟିକ ପ୍ରତିଷ୍ଠାନଠୁ ଆରମ୍ଭ କରି ସବୁବର୍ଗ ସମର୍ଥନ ଜଣାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ମାଧ୍ୟମରେ ବିଜେଡିର ସଂଗଠନ ବଢ଼ାଇବା ରଣନୀତି ଫେଲ୍ ମାରିଛି । ଆଉ ବିଜେଡିର ସଂଗଠନ ବଢ଼ିବା ପରିବର୍ତ୍ତେ ଛିଡ଼ିବାର କାରଣ ପାଲଟିବାର ଆଶଙ୍କା ସୃଷ୍ଟି ହୋଇଛି ।

ବିଜେଡି ସୂତ୍ର ଅନୁସାରେ, ମମିତା ମେହେର ମୃତ୍ୟୁ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଓ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ ସହ ଗିରଫ ଦାବିରେ ଉଭୟ କଂଗ୍ରେସ ଓ ବିଜେପି ଏବେ ରାଜରାସ୍ତାକୁ ଓହ୍ଲାଇଥିବାରୁ ସବୁ ଜିଲ୍ଲାରେ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ହେବାରେ ଲାଗିଛି । ଆଉ ଦିବ୍ୟଶଙ୍କର ନିଆଁ ଏବେ ଉଭୟ ବିଜେଡି ଓ ସରକାର ଅଣ୍ଟିକୁ ପୋଡ଼ିବାକୁ ବସିଥିବାବେଳେ ଦଳ ନିଜର ଟ୍ରମ୍ପକାର୍ଡ ‘ନବୀନ ପଟ୍ଟନାୟକ’ଙ୍କୁ ଜିଲ୍ଲା ଗସ୍ତରେ ପଠାଇ ପଂଚାୟତ ଓ ପୌର ନିର୍ବାଚନରେ ରାଜନୀତିକ ଫାଇଦା ଯୋଗାଡ଼ ନିମନ୍ତେ କରିଥିବା ରଣନୀତି ବି ଫେଲ୍ ମାରିବାକୁ ବସିଛି । ସମ୍ଭବତଃ ପଶ୍ଚିମ ଓଡ଼ିଶାର ଆଉ ଗୋଟିଏ ଅବା ଦୁଇଟି ଜିଲ୍ଲା ଗସ୍ତ ପରେ ନବୀନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଆଗାମୀ ପଂଚାୟତ ନିର୍ବାଚନ ପର୍ଯ୍ୟନ୍ତ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରୋନା କଟକଣା ମଧ୍ୟରେ ବି ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଆଳରେ ଏବେସୁଦ୍ଧା ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗୀର, ଗଜପତି, ପୁରୀ, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲା ଗସ୍ତ କରିଥିବାବେଳେ ଭର୍ଚୁଆଲ ମୋଡରେ ଦେବଗଡ଼ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଉ ବିଜେଡି ନେତା-ମନ୍ତ୍ରୀମାନେ ପଂଚାୟତକୁ ଯାଇ କାର୍ଡ ବାଣ୍ଟିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story