ବିଜେଡିକୁ ମିଳିଲା ଉତ୍ତରାଧିକାରୀ: ନବୀନଙ୍କ ସ୍ଥାନ ନେବେ ଓଡ଼ିଆ ଝିଅ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ, ତାକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସସପେନ୍ସ ଉପରୁ ଶେଷରେ ପରଦା ହଟିଛି । ନବୀନଙ୍କ ଉତ୍ତରାଧିକାରୀ ଭାବେ ଜଣେ ଓଡ଼ିଆ ଝିଅ ହିଁ ବିଜେଡିର ନେତୃତ୍ୱ ନେବେ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ସଙ୍କେତ ଦିଆଯାଇଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ପ୍ରସ୍ତାବିତ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବା ପାଇଁ ସଜବାଜ ହେଉଥିବାବେଳେ […]

sujata-karthikeyan-pandian

sujata-karthikeyan-pandian

Ordigital Desk
  • Published: Tuesday, 26 April 2022
  • Updated: 26 April 2022, 02:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ, ତାକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସସପେନ୍ସ ଉପରୁ ଶେଷରେ ପରଦା ହଟିଛି । ନବୀନଙ୍କ ଉତ୍ତରାଧିକାରୀ ଭାବେ ଜଣେ ଓଡ଼ିଆ ଝିଅ ହିଁ ବିଜେଡିର ନେତୃତ୍ୱ ନେବେ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ସଙ୍କେତ ଦିଆଯାଇଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ପ୍ରସ୍ତାବିତ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବା ପାଇଁ ସଜବାଜ ହେଉଥିବାବେଳେ ସୁଚିନ୍ତିତ ଢଙ୍ଗରେ ଉତ୍ତରାଧିକାରୀଙ୍କ ନାଁ ’କୁ ଦଳର ଏକ ବୈଠକରେ ଉଠାଇ ସିଧାସଳଖ ଭାବେ ଦଳ ଭିତରେ ଓ ବାହାରୁ କିଭଳି ପ୍ରତିକ୍ରିୟା ମିଳୁଛି, ତାକୁ ପରଖିବାକୁ ରଣନୀତି କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୨୨ତାରିଖରେ ବିଜେଡି ନିଜର ମୁଖପାତ୍ର ଓ ପ୍ୟାନେଲିଷ୍ଟମାନଙ୍କର ଏକ ବୈଠକ ଡାକି ପଂଚାୟତ ଓ ପୌର ନିର୍ବାଚନରେ ଦଳର ସଫଳତାର ଉତ୍ସବ ମନାଇଥିଲା । ବୈଠକରେ ପ୍ରାୟ ୪୦ରୁ ୫୦ଜଣ ଦଳୀୟ କର୍ମୀ ଓ ନେତା ଯୋଗ ଦେଇଥିବାବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସାମିଲ ହୋଇଥିଲେ । ଦଳର ଭବିଷ୍ୟତ ରଣନୀତି ପ୍ରସଙ୍ଗରେ ସେ ଏହି ବୈଠକରେ ଉପସ୍ଥିତ ମୁଖପାତ୍ର ଓ ପ୍ୟାନେଲିଷ୍ଟମାନଙ୍କର ମତାମତ ଲୋଡ଼ିବା ସହ ବିଜେଡିର ଉତ୍ତରାଧିକାରୀ କିଏ ହେବେ ସେ ନେଇ ସ୍ପଷ୍ଟ ଭାବେ ସୂଚନା ଦେଇଥିଲେ । ନବୀନ ପଟ୍ଟନାୟକ ଅବା ବିଜୁ ପଟ୍ଟନାୟକଙ୍କ ପରିବାରର କୌଣସି ସଦସ୍ୟ ନୁହଁନ୍ତି ବରଂ  ଓଡ଼ିଆ ଝିଅ ସୁଜାତା ରାଉତ(କାର୍ତ୍ତିକେୟନ) ହିଁ ବିଜେଡି ଓ ନବୀନଙ୍କ ଉତ୍ତରାଧିକାରୀ ହେବେ ବୋଲି ଦଳର ସଂଗଠନ ସମ୍ପାଦକ ଶ୍ରୀ ଦାସ ଖୋଲାଖୋଲି ଘୋଷଣା କରିଥିଲେ ।
ଦଳର ଉତ୍ତରାଧିକାରୀଙ୍କ ନାମକୁ ଏଭଳି ଏକ ବୈଠକରେ ସଂଗଠନ ସମ୍ପାଦକ ଶ୍ରୀ ଦାସ ଘୋଷଣା କରିବାକୁ ନେଇ ଦଳର ‘ତୁଣ୍ଡ’ମାନେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଜେଡିର ପରାମର୍ଶଦାତା ଏହି ବୈଠକରେ ସାମିଲ ହୋଇ ଉକ୍ତ ଘୋଷଣା ଉପରେ ପରୋକ୍ଷରେ ମୋହର ଲଗାଇଥିବା ସୂଚନା ମିଳିଛି । ୨୦୨୪ ସାଧାରଣ ନିର୍ବାଚନ ସମୟରେ ହିଁ ନବୀନ ନିଜର ଉତ୍ତରାଧିକାରୀଙ୍କ ନାଁ ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ରହିଛି ।
ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ସହ ଜଡ଼ିତ ଥିବା ରାଜ୍ୟର ପ୍ରାୟ ୭୦ଲକ୍ଷ ମହିଳାଙ୍କୁ ବିଜେଡି ନିଜର ଭୋଟବ୍ୟାଙ୍କ ଭାବେ ଉପଯୋଗ କରୁଥିବାବେଳେ ଜଣେ ମହିଳାଙ୍କୁ ନେତୃତ୍ୱ ଦେଇ ଏହି ଭୋଟବ୍ୟାଙ୍କକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ୨୦୨୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ମହିଳାଙ୍କୁ ଉତ୍ତରାଧିକାରୀ ଭାବେ ଉପସ୍ଥାପନ କରି ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକ ସ୍ଥିତିକୁ ଆକଳନ ନିମନ୍ତେ ପ୍ରୟାସ କରୁଥିବା ଜଣାପଡ଼ିଛି । ତା’ଛଡ଼ା ଏବେ ରାଜ୍ୟରେ ଉଭୟ ବିଜେପି ଓ କଂଗ୍ରେସ ନିଜର ସଂଗଠନ ଓ ନିର୍ବାଚନୀ ଫଳାଫଳକୁ ନେଇ ବ୍ୟାକଫୁଟରେ ଥିବାରୁ ବିଜେଡି ଏହି ସମୟକୁ ହିଁ ଉପଯୁକ୍ତ ବୋଲି ବିବେଚନା କରିଛି ।
ପଂଚାୟତ ଓ ପୌର ନିର୍ବାଚନରେ ନିଜର ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁ ଏବେ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟରେ ସରକାର କିମ୍ବା ବିଜେଡି ବିରୁଦ୍ଧରେ ଜନମତ ସୃଷ୍ଟି କରିବା ସ୍ଥିତିରେ ନାହାନ୍ତି । ତା’ଛଡ଼ା ବିଜେଡିର ‘ମ୍ୟାନେଜ’ ରଣନୀତି ମଧ୍ୟ ଓଡ଼ିଶାରେ ବେଶ୍ ସଫଳ ହେଉଛି । ଯେଉଁଥିପାଇଁ ବିଜେଡିରେ ତୀବ୍ର ଅସନ୍ତୋଷ ଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକର ସ୍ଥିତିକୁ ଆକଳନ ଓ ବିକଳ୍ପ ନ ଥିବାରୁ ଅସନ୍ତୁଷ୍ଟ ବିଜେଡି ନେତାମାନେ ଦଳର ନିଷ୍ପତ୍ତିକୁ ମୁଣ୍ଡ ପାତି ସହିବାକୁ ବାଧ୍ୟ ହେଉଛନ୍ତି । ଏସବୁକୁ ଆଖିରେ ରଖି ବିଜେଡି ନିଜର ଏହି ‘ଉତ୍ତରାଧିକାରୀ’ଙ୍କ ନାଁକୁ ସୁଚିନ୍ତିତ ଢଙ୍ଗରେ ବଜାରକୁ ଛାଡ଼ି ଦଳର ନେତା, କର୍ମୀ ଓ ସାଧାରଣ ଲୋକଙ୍କ ପ୍ରତିକ୍ରିୟାକୁ ପରଖିବାକୁ ଲକ୍ଷ୍ୟ ରଖିଛି ।
ଅବଶ୍ୟ ବିଜେଡିର ଏହି 'ଗୁଗଲି'କୁ ନେଇ ଏବେ ଉଭୟ ବିଜେଡି ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସବୁଠୁ ସଫଳ ତଥା ଏକ କୋଟି ସଦସ୍ୟଙ୍କ ଦଳ ବିଜେଡି ଓ ରାଜ୍ୟବାସୀଙ୍କ ଦ୍ବାରା ଏହି ମହିଳା ପ୍ରଶାସନିକ ଅଧିକାରୀଙ୍କ ନେତୃତ୍ବ କେତେ ଗ୍ରହଣୀୟ ହୋଇପାରୁଛନ୍ତି ତାହା ସମୟ କହିବ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story