ମୋଦି ସରକାରରେ ବିକାଶର ପ୍ରୟୋଗଶାଳା ହୋଇଛି ଓଡ଼ିଶା, ଓଡ଼ିଆଙ୍କ ସମ୍ମାନ ବଢ଼ିଛି: ସମୀର ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ୮ବର୍ଷ ଧରି ବିଜେପି ନେତୃତ୍ୱାଧୀନ ସରକାର ସମଗ୍ର ଦେଶକୁ ସାମଗ୍ରିକ ବିକାଶର ଏକ ନୂଆ ଦିଗ ଦେଇଛି । ଜାତି, ପରିବାର, ଭ୍ରଷ୍ଟାଚାର, ତୁଷ୍ଟିକରଣର ଭାରତୀୟ ରାଜନୀତି ଏବେ ଅତୀତ ପାଲଟିଛି । ଗରିବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ, ସଂଖ୍ୟାଲଘୁ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନମାନର ଉତଥାନ ସମ୍ଭବପର ହୋଇପାରିଛି । ଆଉ ଗରିବକଲ୍ୟାଣ ଯୋଜନାରେ ଓଡ଼ିଶାକୁ ମୋଦି […]

BJPq

Ordigital Desk
  • Published: Wednesday, 01 June 2022
  • , Updated: 01 June 2022, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ୮ବର୍ଷ ଧରି ବିଜେପି ନେତୃତ୍ୱାଧୀନ ସରକାର ସମଗ୍ର ଦେଶକୁ ସାମଗ୍ରିକ ବିକାଶର ଏକ ନୂଆ ଦିଗ ଦେଇଛି । ଜାତି, ପରିବାର, ଭ୍ରଷ୍ଟାଚାର, ତୁଷ୍ଟିକରଣର ଭାରତୀୟ ରାଜନୀତି ଏବେ ଅତୀତ ପାଲଟିଛି । ଗରିବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ, ସଂଖ୍ୟାଲଘୁ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନମାନର ଉତଥାନ ସମ୍ଭବପର ହୋଇପାରିଛି । ଆଉ ଗରିବକଲ୍ୟାଣ ଯୋଜନାରେ ଓଡ଼ିଶାକୁ ମୋଦି ସରକାର ନିଜର ପ୍ରୟୋଗଶାଳା କରିବା ସହ ଜାତୀୟସ୍ତରରେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି । ଯାହାକି ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

କେନ୍ଦ୍ରରେ ମୋଦି ସରକାରଙ୍କ ୮ ବର୍ଷ ଶାସନର ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, କଠିନରୁ କଠିନତମ ପରିସ୍ଥିତି ଓ ଆହ୍ୱାନକୁ ସଫଳତାର ସହ ସାମ୍ନା କରିବାକୁ ଶିଖାଇଛି ଗତ ୮ ବର୍ଷର ମୋଦି ଶାସନ । ଏହା ଆତ୍ମନିର୍ଭର ଭାରତର ଯାତ୍ରା, ସଂକଳ୍ପରୁ ସିଦ୍ଧିର ଯାତ୍ରା ଏବଂ ବିଶ୍ୱଗୁରୁ ହେବା ପାଇଁ ଭାରତବର୍ଷର ଯାତ୍ରା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତବର୍ଷର ଆତ୍ମ ବିଶ୍ୱାସ ବୃଦ୍ଧି ପାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ କାରଣରୁ ଅତୀତରେ କେବଳ କାଗଜ କଲମରେ ସୀମିତ ହୋଇ ରହି ଆସୁଥିବା ବିକାଶ କାର୍ଯ୍ୟ ଆଜି ବାସ୍ତବରେ ଯାତ୍ରାରେ ପରିଣତ ହୋଇଛି । ଗତ ୮ ବର୍ଷରେ ଦେଶର ଗରିବୀ ୨୨ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ ପାଇଛି।

ସେ କହିଛନ୍ତି ଯେ, ବିଗତ ୮ବର୍ଷ ମଧ୍ୟରେ ସମଗ୍ର ଦେଶରେ ୩କୋଟି ପକ୍କାଘର କେନ୍ଦ୍ର ସରକାର ଯୋଗାଇଥିବାବେଳେ ଓଡ଼ିଶାରେ ୨୬ଲକ୍ଷ ଘର ଆବଣ୍ଟିତ ହୋଇଛି । ଏଥିରେ ଗ୍ରାମାଂଚଳରେ ୧୮.୩୮ଲକ୍ଷ ଓ ସହରରେ ୧୩ହଜାର ଘର ଦିଆଯାଇଛି । ସ୍ୱଚ୍ଛ ଭାରତରେ ରାଜ୍ୟରେ ୭୧ଲକ୍ଷ ପାଇଖାନା ନିର୍ମାଣ ହୋଇଛି । ରାଜ୍ୟର ୩.୨୫କୋଟି ଲୋକ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାର ଲାଭ ପାଇଛନ୍ତି । ଓଡ଼ିଶାରେ ୫୨.୩୪ହଜାର ମହିଳାଙ୍କୁ ଉଜ୍ୱଳା ଗ୍ୟାସ ଦିଆଯାଇଛି।

ଗରିବ କଲ୍ୟାଣ ଯୋଜନାର ଓଡ଼ିଶାକୁ ପ୍ରୟୋଗଶାଳା କରିଥିବା ମୋଦି ସରକାରରେ ଆକାଂକ୍ଷା ଜିଲ୍ଲା ତାଲିକାରେ ଓଡିଶାର ୧୦ ଟି ଜିଲ୍ଲାକୁ ସାମିଲ, ଉଡାନ୍ ଯୋଜନାରେ ଜୟପୁର, ଝାରସୁଗୁଡ଼ା, ରାଉରକେଲା ଆଦି ସହର ସାମିଲ; ପିଏମ ଗତିଶକ୍ତି ଯୋଜନାରେ ଓଡ଼ିଶାକୁ ପ୍ରାଧାନ୍ୟ, ଭାରତମାଳା ଏବଂ ସାଗରମାଳା ପ୍ରକଳ୍ପ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ; ଫନି, ଅମ୍ପାନ, ହୁଡ୍‌ହୁଡ୍‌, ୟସ ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶାବାସୀଙ୍କ ସହିତ ମୋଦି ସରକାର ଛିଡ଼ା ହୋଇଛନ୍ତି ଓ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ସେହିପରି ମୋଦି ସରକାରରେ ଓଡ଼ିଆଙ୍କ ସମ୍ମାନ ବଢ଼ିଛି । ୩ ଜଣ ଓଡ଼ିଆଙ୍କୁ ରାଜ୍ୟପାଳ ଦାୟିତ୍ୱ । ମୋଦି ସରକାର ଅମଳରେ ୫ ଜଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ । ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମଶ୍ରୀ, ପଦ୍ମବିଭୁଷଣ, ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ । ରିଜର୍ଭ ବ୍ୟାଂକ ଗଭର୍ଣ୍ଣର, ଜାତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ, ଏନବିଆଇ ନିର୍ଦ୍ଦେଶକ, ଏନଡିଏଫ ଡିଜି, ସେନାବାହିନୀର ଗୁରୁତ୍ୱପୂର୍ଣ୍ଣ ଆଦି ପଦରେ ଓଡ଼ିଆଙ୍କୁ ନିଯୁକ୍ତି ଦିଆଯିବା, ୧୮୧୭ ମସିହା ପାଇକ ବିଦ୍ରୋହକୁ ଜାତୀୟ ମାନ୍ୟତା ପ୍ରଦାନ କରିବା ସହିତ ପାଠ୍ୟପୁସ୍ତକରେ ସାମିଲ କରାଗଲା । ଖୋର୍ଦ୍ଧା ବରୁଣାଇଠାରେ ପାଇକ ସ୍ମାରକୀର ଶିଳାନ୍ୟାସ ଏବଂ ୨୦୦ କୋଟି ଟଙ୍କା ପ୍ରଦାନ ଆମ ସମସ୍ତଙ୍କ ପାଇଁ ଗୈାରବର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ମନମୋହନ ସାମଲ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା ଓ ଅନୀତା ଶୁଭଦର୍ଶିନୀ, ପୃଥ୍ୱୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

Related story