ଚାଷୀଙ୍କ ସହ ବି ଖେଳିଛନ୍ତି ଓଡ଼ିଶା ସରକାର, ବିଧାନସଭାରେ ଆଣିଥିଲେ ବିଲ୍ ଓ ଅଧ୍ୟାଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ୩ଟି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଘୋଷଣା କରିବା ପରେ ଚାଷୀମାନଙ୍କର ନୈତିକ ବିଜୟ ହୋଇଛି। ଅଧିକାଂଶ ରାଜନୀତିକ ଦଳ ଓ ସଂଗଠନ ଏହାର ଶ୍ରେୟ ଚାଷୀମାନଙ୍କୁ ଦେଇଥିବାବେଳେ ଏହି ପ୍ରସଙ୍ଗରେ ରାଜନୀତିକ ବୟାନବାଜି କରୁଥିବା ଶାସକ ବିଜେଡି ଓଡ଼ିଶାରେ ମଧ୍ୟ ସମାନ ଢଙ୍ଗରେ ଚାଷୀମାନଙ୍କ ସ୍ୱାର୍ଥବିରୋଧୀ କାର୍ଯ୍ୟ କରିଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ମଧ୍ୟରୁ ୨ଟି ଆଇନକୁ […]

Farmer

Farmer

Ordigital Desk
  • Published: Friday, 19 November 2021
  • Updated: 19 November 2021, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ୩ଟି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଘୋଷଣା କରିବା ପରେ ଚାଷୀମାନଙ୍କର ନୈତିକ ବିଜୟ ହୋଇଛି। ଅଧିକାଂଶ ରାଜନୀତିକ ଦଳ ଓ ସଂଗଠନ ଏହାର ଶ୍ରେୟ ଚାଷୀମାନଙ୍କୁ ଦେଇଥିବାବେଳେ ଏହି ପ୍ରସଙ୍ଗରେ ରାଜନୀତିକ ବୟାନବାଜି କରୁଥିବା ଶାସକ ବିଜେଡି ଓଡ଼ିଶାରେ ମଧ୍ୟ ସମାନ ଢଙ୍ଗରେ ଚାଷୀମାନଙ୍କ ସ୍ୱାର୍ଥବିରୋଧୀ କାର୍ଯ୍ୟ କରିଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ମଧ୍ୟରୁ ୨ଟି ଆଇନକୁ ଅଧ୍ୟାଦେଶ ଆକାରରେ ରାଜ୍ୟରେ ଲାଗୁ କରିବାକୁ ଉଦ୍ୟମ ଓ ପରେ ଏଥିରୁ ଗୋଟିଏ ଆଇନକୁ ୩ଥର ଅଧ୍ୟାଦେଶ ଆଣି ଏବଂ ବିଧାନସଭାରେ ଆଗତ କରାଇବାକୁ ପଛାଇ ନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ବିବାଦୀୟ ୩ଟି ଆଇନ ମଧ୍ୟରୁ ୨ଟି ଆଇନକୁ ଓଡ଼ିଶାରେ ଅଧ୍ୟାଦେଶ ଆକାରରେ ଲାଗୁ କରିବା ନିମନ୍ତେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଉଦ୍ୟମ କରିଆସିଛି। ଯଦିଓ ଚାଷୀଙ୍କ ସ୍ୱାର୍ଥର ଦ୍ୱାହି ଦେଇ ବିଜେଡି ନିଜର ରାଜନୀତିକ ଫାଇଦା ନେବାକୁ ପ୍ରୟାସ କରିଛି, ତଥାପି କେନ୍ଦ୍ର ସରକାରଙ୍କ ଦ୍ୱାରା ଆସିଥିବା କୃଷି ଆଇନର ପ୍ରାବଧାନ ଅନୁରୂପ କୃଷି ବଜାରର ସଂଶୋଧନ ଓ ଚୁକ୍ତିଭିତ୍ତିକ କୃଷି ଭଳି ଦୁଇଟି ଆଇନକୁ ଓଡ଼ିଶାରେ ଲାଗୁ ପାଇଁ ଅଧ୍ୟାଦେଶ ଜାରି କରିବାକୁ ପଛାଇ ନଥିଲା। କେନ୍ଦ୍ର ସରକାର ନିଜର ଏହି ୩ଟି କୃଷି ଆଇନକୁ ସଂସଦରେ ଗୃହୀତ କରାଇବାର କିଛିଦିନ ନପୁରୁଣୁ ଓଡ଼ିଶା ସରକାର ୨୦୨୦ ମେ’ ୨୯ତାରିଖରେ ରାଜ୍ୟ କ୍ୟାବିନେଟରେ ଦୁଇଟି ଅଧ୍ୟାଦେଶକୁ ଅନୁମୋଦନ କରାଇ ନେଇଥିଲେ ।

୧୯୫୭ ମସିହାରୁ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ‘ଓଡ଼ିଶା କୃଷି ଉତ୍ପାଦ ବଜାର ଆଇନ-୧୯୫୬’କୁ ଉଚ୍ଛେଦ କରି କୃଷି ଉତ୍ପାଦ ଓ ପଶୁସମ୍ପଦର ବଜାରକୁ ଉନ୍ମୁକ୍ତ କରାଇବା ନିମନ୍ତେ ଓଡ଼ିଶା ଏଗ୍ରିକଲଚରାଲ ପ୍ରଡ୍ୟୁସ୍ ଆଣ୍ଡ ଲାଇଭଷ୍ଟକ ମାର୍କେଟିଂ(ପ୍ରୋମୋସନ ଆଣ୍ଡ ଫେସିଲିସେନ) ଅଧ୍ୟାଦେଶ-୨୦୨୦କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରାଇଥିଲେ । ଏହି ଅଧ୍ୟାଦେଶ ମାଧ୍ୟମରେ ରାଜ୍ୟରେ କୃଷି ବଜାର କ୍ଷେତ୍ରରେ ବ୍ୟାପକ ସଂସ୍କାର ସହ ଚାଷୀଙ୍କ ପାଇଁ ଅଧିକ ଫାଇଦାଦାୟକ ହେବ ବୋଲି ଓଡ଼ିଶା ସରକାର ଯୁକ୍ତି ବାଢ଼ିଥିଲେ। ଏହି ଅଧ୍ୟାଦେଶ କେନ୍ଦ୍ର ସରକାରଙ୍କ ବିବାଦୀୟ ଫାର୍ମର୍ସ ପ୍ରଡ୍ୟୁସ୍ ଟ୍ରେଡ୍ ଆଣ୍ଡ କର୍ମସ(ପ୍ରୋମୋସନ ଆଣ୍ଡ ଫେସିଲିସେନ) ଆଇନ-୨୦୨୦ର ପ୍ରାବଧାନ ଅନୁରୂପ ହୋଇଥିଲା ।

ଏହି ଅଧ୍ୟାଦେଶକୁ ପ୍ରଥମଥର ୨୦୨୦ ମେ’ ୨୯ତାରିଖରେ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଇଥିବା ଓଡ଼ିଶା ସରକାର ଏହାକୁ ୬ମାସ ମଧ୍ୟରେ ବିଧାନସଭାରେ ଆଗତ କରାଇବାରେ ସକ୍ଷମ ନହେବାରୁ ପୁଣିଥରେ ସେହି ଅଧ୍ୟାଦେଶକୁ ନଭେମ୍ବର ୧୨ତାରିଖରେ କ୍ୟାବିନେଟର ଅନୁମୋଦନ କରାଇଥିଲେ । ତେବେ ଏହି ଅଧ୍ୟାଦେଶକୁ ଅନୁମୋଦନ କରାଇବାବେଳେ ସରକାର ଚାଷୀଙ୍କ ଚାପରେ ଚୁକ୍ତିଭିତ୍ତିକ ଚାଷ ପାଇଁ ଆଣିଥିବା ଅଧ୍ୟାଦେଶକୁ ଆଉ ପୁନର୍ବାର ଆଣିବାର ସାହାସ କରିପାରିନଥିଲେ ।

ଆଉ ଆଶ୍ଚର୍ଯ୍ୟଜନକ ଭାବେ ୨୦୨୦ ନଭେମ୍ବର ୨୫ତାରିଖରେ ରାଜ୍ୟ ବିଧାନସଭାରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ବିଲକୁ ଉପସ୍ଥାପନ କରି ଏହା ରାଜ୍ୟର ଚାଷୀଙ୍କ ସ୍ୱାର୍ଥରେ ବୋଲି ଯୁକ୍ତି ବାଢ଼ିଥିଲେ । ଅବଶ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ବିଲ୍ ଉପସ୍ଥାପନ ସମୟରେ ଏହାକୁ ଦୃଢ଼ ବିରୋଧ କରିଥିଲେ । ବିରୋଧୀ ଦଳର ଶାଣିତ ସମାଲୋଚନା ଓ ଚାଷୀଙ୍କ ଆକ୍ରୋଶକୁ ଭୟ କରି ସରକାର ଏହି ବିଲ ଉପରେ ଅଧିକ ଆଗେଇ ପାରିନଥିଲେ । ତେବେ ବିଲ୍ ବିଧାନସଭାରେ ଥିବାବେଳେ ସରକାର ପୁଣିଥରେ ୨୦୨୧ ଫେବୃୟାରୀ ୯ତାରିଖରେ ଏହି ଅଧ୍ୟାଦେଶକୁ କ୍ୟାବିନେଟରେ ଗୃହୀତ କରାଇଥିଲେ । ଆଉ ୨୦୨୧ ବଜେଟ୍ ଅଧିବେଶନ ଓ ମୌସୁମୀ ଅଧିବେଶନରେ ଏହି ବିଲକୁ ପାରିତ କରାଇବା ପାଇଁ ବିଧାନସଭା କାର୍ଯ୍ୟସୂଚୀରେ ସାମିଲ କରାଇବାକୁ ପଛାଇ ନଥିଲେ ।

ପରିତାପର ବିଷୟ, ଯେଉଁ ବିବାଦୀୟ ଆଇନକୁ ବିରୋଧ କରି ଚାଷୀମାନେ ଦିଲ୍ଲୀ ସୀମାରେ ଦୀର୍ଘଦିନ ଧରି ଲଢ଼େଇ କରୁଥିଲେ, ଆଉ ସବୁ ବର୍ଗରୁ ବିରୋଧାଭାସ ଆସୁଥିଲା, ତାକୁ ଅଣଦେଖା କରି ଓଡ଼ିଶା ସରକାର କୃଷି ମାର୍କେଟିଂ ସଂସ୍କାର ନାଁରେ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରି ଚାଲିଥିଲେ ।

ଏଭଳି ସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଯାକ କୃଷି ବିଲକୁ ପ୍ରତ୍ୟାହାର ପାଇଁ ଘୋଷଣା କରିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ବି ବେଶ୍ ଗୁରୁତ୍ୱ ବହନ କରିଛି । ନବୀନ ଏହି ଆଇନ ପ୍ରତ୍ୟାହାର କରାଯିବାର ଶ୍ରେୟ ଚାଷୀଙ୍କୁ ନଦେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସ୍ୱାଗତ କରିବା ସହ ଚାଷୀଙ୍କୁ ତାଙ୍କର ପରିବାର ଓ ଜମି ଅପେକ୍ଷା କରିଥିବା ଏବଂ ସ୍ୱାଗତ କରି ଖୁସି ହେବ ବୋଲି କହିଛନ୍ତି । ଆଉ ବିଜେଡି ସବୁବେଳେ ଚାଷୀଙ୍କ ସହ ରହିଛି ବୋଲି କହିବାକୁ ପଛାଇ ନାହାନ୍ତି ।

ମାତ୍ର ଯେଉଁ ଢ଼ଙ୍ଗରେ କେନ୍ଦ୍ର ଆଇନ ଅନୁରୂପ ବିଜେଡି ରାଜ୍ୟରେ ଓଡ଼ିଶା କୃଷି ଉତ୍ପାଦ ବଜାର ଆଇନ-୧୯୫୬’କୁ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ସେଥିରୁ ବିଜେଡିର ଚାଷୀବିରୋଧୀ ଚେହେରା ପଦାରେ ପଡ଼ିଛି ।

ଅନ୍ୟପକ୍ଷରେ ସମ୍ବିଧାନ ବିଶେଷଜ୍ଞଙ୍କ ଅନୁସାରେ, କୌଣସି ବିଲ୍ ଯଦି ବିଧାନସଭାରେ ଉପସ୍ଥାପନ ହୋଇଥିବ ତା’ହେଲେ ତାକୁ ସରକାର ଚାହିଁଲେ ଯେକୌଣସି ମୁହୂର୍ତ୍ତରେ ପ୍ରତ୍ୟାହାର କରିପାରିବେ । ନଚେତ୍ ସରକାରର କାର୍ଯ୍ୟକାଳ ୫ବର୍ଷରେ ସରିବା ପରେ ଏହି ବିଲ୍ ସ୍ୱତଃ ଅକାମୀ ହୋଇଯିବ । ତେଣୁ ସବୁକିଛି ସରକାରଙ୍କ ଉପରେ ନିର୍ଭର କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story