ପିସିସି ସଭାପତିଙ୍କୁ ଦିଲ୍ଲୀ ଡକରା, ଚୂଡ଼ାନ୍ତ ହେବ ନୂଆ ଟିମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତମାସରେ ଓଡ଼ିଶା ପିସିସି ସଭାପତି ଭାବେ ନିଯୁକ୍ତି ପାଇଥିବା ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡକରା ହୋଇଛି । କଂଗ୍ରେସ ହାଇକମାଣ୍ଡଙ୍କ ସହ ସେ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା କରିବା ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପକୁ ଚୂଡ଼ାନ୍ତ କରିବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଦୟପୁର ନବସଂକଳ୍ପ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କି […]

Sarat Patnaik

Ordigital Desk
  • Published: Tuesday, 07 June 2022
  • , Updated: 07 June 2022, 07:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତମାସରେ ଓଡ଼ିଶା ପିସିସି ସଭାପତି ଭାବେ ନିଯୁକ୍ତି ପାଇଥିବା ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡକରା ହୋଇଛି । କଂଗ୍ରେସ ହାଇକମାଣ୍ଡଙ୍କ ସହ ସେ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା କରିବା ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପକୁ ଚୂଡ଼ାନ୍ତ କରିବେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଦୟପୁର ନବସଂକଳ୍ପ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରିବେ । ଏହା ସହିତ ପିସିସି ନୂଆ ଟିମ୍ ଗଠନ ନେଇ ମଧ୍ୟ ଆଲୋଚନା ହେବ । ଦଳରେ ଶୃଙ୍ଖଳା ଓ ୨୦୨୪ ରୋଡମ୍ୟାପ୍ ପ୍ରସ୍ତୁତି ନେଇ ଆଲୋଚନା କରିବା ପରେ କେନ୍ଦ୍ରୀୟ ନେତାମାନଙ୍କ ସହ ମଧ୍ୟ ରାଜ୍ୟ ସଂଗଠନ ସମ୍ପର୍କରେ ବିଚାରବିମର୍ଶ କରିବେ । କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ବେଳେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ ଚେଲା କୁମାର ଓ ସହପ୍ରଭାରୀ ରାଜୁ ମଧ୍ୟ ଉପସ୍ଥିତ ରହିବେ ।

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ନୂଆ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ପୂର୍ଣ୍ଣ ସମର୍ଥନ କରି ତାଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ସୁଦୃଢ଼ ହେବ ବୋଲି କହିଛନ୍ତି । ସେ ନୂଆ ପିସିସି କମିଟିରେ ୮୦%ରୁ ଅଧିକ ଯୁବକଯୁବତୀଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ପୂର୍ବରୁ ପିସିସି ସଭାପତି ଥିଲେ, ତାଙ୍କୁ ସବୁକିଛି ଜଣା ଅଛି । ତେଣୁ ତୃଣମୂଳସ୍ତରରୁ ପିସିସି ପର୍ଯ୍ୟନ୍ତ ସଂଗଠନକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ଓ ସେ ଏହା କରନ୍ତୁ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଯଦି କେହି କଂଗ୍ରେସ ନେତା ନବନିଯୁକ୍ତ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ସାଂଗଠନିକ କାର୍ଯ୍ୟରେ ବିରୋଧ କରିବେ ତାଙ୍କ ଘର ଆଗରେ ଧାରଣା ଦିଆଯିବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜୁନ୍ ୧ ଓ ୨ରେ ଦଳର ବରିଷ୍ଠ ନେତା, ଦଳର ବିଧାୟକ, ସାଂସଦ ଓ ପରାଜିତ ବିଧାୟକ-ସାଂସଦ ପ୍ରାର୍ଥୀଙ୍କ ସମେତ ସବୁ ଛାମୁଆ ସଂଗଠନର କର୍ମକର୍ତ୍ତା ଓ ଜିଲ୍ଲାସ୍ତର ନେତାମାନଙ୍କ ସହ ସଂଗଠନ ସମ୍ପର୍କରେ ବିଚାରବିମର୍ଶ କରିଥିଲେ । ଏହାସହିତ ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଉପରେ ମଧ୍ୟ ବୈଠକ ହୋଇଥିବା ଆଲୋଚନା ସମ୍ପର୍କରେ କଂଗ୍ରେସ ନେତୃତ୍ୱଙ୍କୁ ଅବଗତ କରାଇବେ ବୋଲି ଜଣାପଡ଼ିଛି ।

Related story