ବ୍ରଜରାଜନଗର: ପ୍ରଥମ ଥର ଜିତିଥିଲା ବିଜେଡି, ତଥାପି ବିରୋଧୀ ଅସଜଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅକାଳ ମୃତ୍ୟୁ ଯୋଗୁ ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ବିଧାନସଭା ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏହି ବିଧାନସଭା ଆସନରେ ଗତ ଅଢ଼େଇ ଦଶନ୍ଧି ମଧ୍ୟରେ ବିଜେଡି ପ୍ରଥମଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ନିଜର ଖାତା ଖୋଲିଥିଲେ ମଧ୍ୟ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସେଠାରେ ନିଜର ଦୁର୍ବଳ ଅସଜଡ଼ା ସଂଗଠନକୁ ନେଇ ଚିନ୍ତାରେ ରହିଥିବା ଜଣାପଡ଼ିଛି । ବିଶେଷକରି ନିକଟରେ ଶେଷ […]

election

election

Ordigital Desk
  • Published: Tuesday, 03 May 2022
  • Updated: 03 May 2022, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅକାଳ ମୃତ୍ୟୁ ଯୋଗୁ ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ବିଧାନସଭା ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏହି ବିଧାନସଭା ଆସନରେ ଗତ ଅଢ଼େଇ ଦଶନ୍ଧି ମଧ୍ୟରେ ବିଜେଡି ପ୍ରଥମଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ନିଜର ଖାତା ଖୋଲିଥିଲେ ମଧ୍ୟ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସେଠାରେ ନିଜର ଦୁର୍ବଳ ଅସଜଡ଼ା ସଂଗଠନକୁ ନେଇ ଚିନ୍ତାରେ ରହିଥିବା ଜଣାପଡ଼ିଛି । ବିଶେଷକରି ନିକଟରେ ଶେଷ ହୋଇଥିବା ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ଏକପାଖିଆ ସଫଳତା ସହ ନିଜର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଛି ।

ସୂଚନା ଅନୁସାରେ, ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡି ନିଜର ଦୃଢ଼ ସଂଗଠନ ଯୋଗୁ ରାଜ୍ୟରେ କ୍ରମାଗତ ସରକାର ଗଢ଼ିବାରେ ସଫଳ ହେଉଥିଲେ ମଧ୍ୟ ବ୍ରଜରାଜନଗର ବିଧାନସଭା ଆସନରେ ସଫଳତାର ସ୍ୱାଦ ଚାଖିବାକୁ ବିଜେଡିକୁ ପ୍ରାୟ ୨୨ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ଦଳ ଗଠନ ପରଠୁ ବିଜେଡି ପ୍ରଥମଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ନିଜର ବରିଷ୍ଠ ନେତା କିଶୋର ମହାନ୍ତିଙ୍କୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା । ପୂର୍ବରୁ ଏହି ଆସନ ୨୦୧୪ରେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା, ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ୩ଥର କଂଗ୍ରେସର ଅନୁପ ସାଏ( ଏବେ ବିଜେଡିରୁ ବହିଷ୍କୃତ), ୧୯୬୧ରୁ ୧୯୯୫ ପର୍ଯ୍ୟନ୍ତ ୬ଥର ସିପିଆଇର ପ୍ରସନ୍ନ କୁମାର ପଣ୍ଡା ଓ ମଝିରେ ୧୯୭୧, ୧୯୭୭ ଓ ୧୯୮୦ରେ ୩ଥର ଉପେନ୍ଦ୍ର ଦୀକ୍ଷିତ ଏଠାରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ । ୨୦୧୪ରେ ଅନୁପ ସାଏ ବିଜେଡି ପ୍ରାର୍ଥୀ ଭାବେ ଲଢ଼ି ମଧ୍ୟ ବିଜେପିର ରାଧାରାଣୀଙ୍କଠୁ ପରାଜିତ ହୋଇଥିଲେ । ତେବେ ପଂଚାୟତ ଓ ପୌର ନିର୍ବାଚନର ଠିକ୍ ପୂର୍ବରୁ ୨୦୨୧ ଡିସେମ୍ବର ୩୦ତାରିଖରେ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ବ୍ରଜରାଜନଗର ନେତା ଶୂନ୍ୟ ହୋଇପଡ଼ିଥିଲା । ମାତ୍ର ବିଜେଡି ନିଜର ନିର୍ବାଚନୀ ରଣନୀତି ମାଧ୍ୟମରେ ଏହି ବିଧାନସଭା ଆସନରେ ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ଏକପାଖିଆ ସଫଳତା ପାଇଛି ।

ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବ୍ରଜରାଜନଗର ଓ ବେଲପାହାଡ଼ ପୌରାଂଚଳ ସମେତ ଲଖନପୁର ବ୍ଲକର ସମସ୍ତ ଅଂଚଳ ଏବଂ ଝାରସୁଗୁଡ଼ା ବ୍ଲକର କିଛି ପଂଚାୟତ ରହିଛି । ପଂଚାୟତ ନିର୍ବାଚନରେ ବିଜେଡିକୁ ଏହି ଦୁଇଟି ବ୍ଲକରେ ଏକତରଫା ସଫଳତା ମିଳିବା ସହ ସମସ୍ତ ଜିଲ୍ଲା ପରିଷଦ ଆସନ ଓ ପଂଚାୟତ ସମିତି ମଧ୍ୟ ବିଜେଡି ଖାତାକୁ ଯାଇଛି । ସେହିପରି ବ୍ରଜରାଜନଗର ପୌର ନିର୍ବାଚନରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ରୀତାରାଣୀ ଧୂରିଆ ଜିତିଥିବାବେଳେ ଏହାର ମୋଟ ୨୩ରୁ ୨୦ଟି ୱାର୍ଡରେ ବିଜେଡି ଓ ମାତ୍ର ୨ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କଂଗ୍ରେସ ଖାତା ଖୋଲିପାରିନି ଓ ବିଏସପି ଖାତାକୁ ଗୋଟିଏ ୱାର୍ଡ ଯାଇଛି ।

ସେହିପରି ବେଲପାହାଡ଼ ପୌର ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ନିମାଇଁ ଚରଣ ପଣ୍ଡା ଜିତିଥିଲେ ମଧ୍ୟ ଏଠାରେ ମୋଟ ୧୯ଟି ୱାର୍ଡରୁ ୧୪ଟି ବିଜେଡିକୁ, ୩ଟି ବିଜେପିକୁ ଓ କଂଗ୍ରେସକୁ ମାତ୍ର ୨ଟି ୱାର୍ଡ ଯାଇଛି । ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ହିତେଶ ଠକ୍କରଙ୍କୁ ପ୍ରାୟ ୪ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହେବାକୁ ପଡ଼ିଥିଲା ।

ତେବେ କିଶୋର ମହାନ୍ତିଙ୍କ ଅକାଳ ମୃତ୍ୟୁ ସତ୍ତ୍ୱେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିକୁ ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ଏକପାଖିଆ ସଫଳତା ମିଳିଛି । ବର୍ତ୍ତମାନର ରାଜନୀତିକ ଓ ସାଂଗଠନିକ ସ୍ଥିତିକୁ ଦେଖିଲେ ବିଜେଡି ଏଠାରେ ଏବେବି ସୁଦୃଢ଼ ସ୍ଥିତିରେ ରହିଛି । ବିଜେପି ଓ କଂଗ୍ରେସ ଏହି ନିର୍ବାଚନମଣ୍ଡଳୀରେ ନିଜର ସ୍ଥିତି ଓ ସଂଗଠନକୁ ଜାଣିଶୁଣି ଦୁର୍ବଳ କରିଛନ୍ତି । ବିଶେଷକରି ସାଧାରଣ ଲୋକଙ୍କ ସହ ଦୈନନ୍ଦିନ ସମସ୍ୟାରେ ଯୋଡ଼ି ନହେବା ବି ଏହି ଦୁଇ ଦଳର ସ୍ଥାନୀୟ ନେତୃତ୍ୱଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ହୋଇଛି । ଯଦିଓ ବିଜେଡିରେ ଏଠାରେ ଗୋଷ୍ଠୀକନ୍ଦଳ ଓ ଛକପଞ୍ଝା ରହିଛି । ତଥାପି ଉପନିର୍ବାଚନ ପାଇଁ ବିଜେଡିର ରଣନୀତି ଓ ଫୋକସ୍ କେବଳ ‘ବିଜୟ’ ଉପରେ ନିବଦ୍ଧ ଥିବାରୁ ଦୁଇ ବିରୋଧୀ ଦଳ ନିମନ୍ତେ ବିଜେଡିର ରଣନୀତିକୁ ଭେଦ କରିବା ଏକପ୍ରକାର ଚ୍ୟାଲେଞ୍ଜ ହେବ । ବିଜେଡିର ଉପନିର୍ବାଚନ ରଣନୀତିର ଇତିହାସ ଯାହା ଦଳ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କଳବଳକୌଶଳ ସବୁ ଲଗାଇ ଦେଇଥାଏ । ଗତ ୩ବର୍ଷ ମଧ୍ୟରେ ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ ଓ ପିପିଲିରେ ଉପନିର୍ବାଚନକୁ ବିଜେଡି କିଭଳି ଲଢ଼ିଛି ତାହା ସମଗ୍ର ରାଜ୍ୟ ଦେଖିଛି । ତେଣୁ ବ୍ରଜରାଜନଗର ଉପନିର୍ବାଚନକୁ ଦଳ କେତେ ସୁଚିନ୍ତିତ ରଣନୀତି ଓ କଳବଳକୌଶଳ ଖଟାଇ ଲଢ଼ିବ ତାହା ଯେକେହି ଅନୁମାନ କରିପାରିବେ ।

ଏହାବ୍ୟତୀତ ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବ୍ରଜରାଜନଗର ବିଧାନସଭା ଆସୁଛି । ଏହି ଲୋକସଭା ଆସନ ବିଜେପି ପାଖରେ ଥିଲେ ବି ଏହାର ସମସ୍ତ ୭ଟି ବିଧାନସଭାରେ ବିଜେଡିର ବିଧାୟକ । ତୃତୀୟ ମହଲାର ଦୁଇ ନିକଟତମ ମନ୍ତ୍ରୀ ନବ ଦାସ ଓ ସୁଶାନ୍ତ ସିଂ ଏହି ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଏହି ଲୋକସଭା ମଣ୍ଡଳୀରୁ ବିଧାୟିକା ଅଛନ୍ତି । ତେଣୁ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ଜିତିବା ସୁନିଶ୍ଚିତ କରାଇବା ଦାୟିତ୍ୱ ଏହି ଦୁଇ ମନ୍ତ୍ରୀ ଓ ବିଧାୟକମାନଙ୍କ ଉପରେ ନ୍ୟସ୍ତ ହେବ । ତେଣୁ ଶାସକ ଦଳ ଏହି ଉପନିର୍ବାଚନ ଜିତିବା ପାଇଁ ସବୁକିଛି ଏକ କରିଦେବ । ଯାହାକୁ ଟକ୍କର ଦେବା ଉଭୟ ବିଜେପି ଓ କଂଗ୍ରେସ ପକ୍ଷେ ସହଜ ହେବନାହିଁ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ବିଜେଡି ଏଠାରେ ଦିବଂଗତ ଶ୍ରୀ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବାର ଏକପ୍ରକାର ସୁନିଶ୍ଚିତ ଥିବାବେଳେ ବିଜେପି ମଧ୍ୟ ରାଧାରାଣୀ ପଣ୍ଡାଙ୍କୁ ଦଳୀୟ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ଅଛି । କଂଗ୍ରେସ ନିଜର ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କୁ ମଇଦାନକୁ ଓହ୍ଲାଇପାରେ ବୋଲି ଜଣାପଡ଼ିଛି । ଏହି ନିର୍ବାଚନମଣ୍ଡଳୀର ପ୍ରାୟ ୨ଲକ୍ଷ ୧୪ହଜାର ୨୬୧ଜଣ ଭୋଟର ଆସନ୍ତା ଉପନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବାର ସମ୍ଭାବନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story