ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଅଛି ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଅଣ୍ଟା ଭିଡ଼ିଲେଣି ତିନି ରାଜନୀତିକ ଦଳ। ଗାଁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ନେତାମାନେ ଗାଁ ମୁହାଁ ହେଲେଣି। ଏହିକ୍ରମରେ ଆଜି ବିଜେପି ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି। ପ୍ରଥମ ଦିନରେ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳମନ୍ତ୍ରୀ ହେବା ପରେ ଅଶ୍ୱିନୀ ବୈଷ୍ଣବ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି। କେନ୍ଦ୍ରର ଜନକଲ୍ୟାଣକାରୀ […]

bjd,-bjp-and-congress

bjd,-bjp-and-congress

Ranjit Kumar Jena
  • Published: Thursday, 19 August 2021
  • Updated: 19 August 2021, 08:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଅଛି ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଅଣ୍ଟା ଭିଡ଼ିଲେଣି ତିନି ରାଜନୀତିକ ଦଳ। ଗାଁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ନେତାମାନେ ଗାଁ ମୁହାଁ ହେଲେଣି। ଏହିକ୍ରମରେ ଆଜି ବିଜେପି ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି। ପ୍ରଥମ ଦିନରେ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳମନ୍ତ୍ରୀ ହେବା ପରେ ଅଶ୍ୱିନୀ ବୈଷ୍ଣବ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି।

କେନ୍ଦ୍ରର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନେଇ ଜନତାଙ୍କ ପାଖକୁ ପହଞ୍ଚିବାକୁ ଉଦ୍ଦେଶ୍ୟ ରଖିଛନ୍ତି। ଆଶୀର୍ବାଦ ନେଇ ଦଳ ପାଇଁ ତୟାର କରିବେ ପଞ୍ଚାୟତ ଭୋଟ୍ ଭିତ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବାହାରିଥିଲେ ପୁରୀ। ପୁରୀ ଯିବା ବାଟରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଉ ଶେଷରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ଅଭିଯାନ।

କାର୍ଯ୍ୟସୂଚୀ ଅନୁଯାୟୀ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଚାଲିବାକୁ ଥିବା ଏଇ ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କଟକ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଆଜି ଟ୍ରେନ୍ ଯୋଗେ ପ୍ରଥମେ ରାୟଗଡ଼ା ଓ ସେଠାରୁ ନବରଙ୍ଗପୁର ଓ ବଲାଙ୍ଗିର ଯିବେ। ତେବେ ଜଗନ୍ନାଥ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀକୁ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଳାଚଳ ନେଇ ସୂଚନା ଦେଇଥିଲେ। ସେପଟେ ଧର୍ମେନ୍ଦ୍ର ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଗୋଟିଏ ସମୟରେ କରାଯିବା ଉପରେ ଜୋର୍ ଦେଇଥିଲେ।

ପଞ୍ଚାୟତ ନିର୍ବାଚନକୁ ଯିବା ପୂର୍ବରୁ ଯୋଜନାର ଅସ୍ତ୍ର ସହ ବିଜେଡି ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡକୁ ମୁଖ୍ୟ ଅସ୍ତ୍ର କରି ବିଜେଡି ପଞ୍ଚାୟତ ନିର୍ବାଚନ ଡାକରା ଦେବ। ଅଗଷ୍ଟ ୧୫ରେ ଏନେଇ ଘୋଷଣା ପରେ ଆସନ୍ତାକାଲି ମାଲକାନଗିରିରୁ ହିଁ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋଭିଡ୍ କଟକଣା ପରେ ପ୍ରଥମଥର ପାଇଁ ଜିଲ୍ଲା ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀ ଜିଲ୍ଲା ସଂସ୍କୃତି ଭବନରେ ୧୫୦ ଜଣ ହିତାଧିକାରୀଙ୍କୁ କାର୍ଡ ବାଣ୍ଟି ଯୋଜନାର ଆରମ୍ଭ କରିବେ। ତେଣୁ ତା ପୂର୍ବରୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ୮ ମନ୍ତ୍ରୀଙ୍କ ସହ ଆଗଧାଡ଼ିର ବହୁ ଦଳୀୟ ବିଧାୟକ ଓ ନେତାଙ୍କ ଉପସ୍ଥିତିରେ ସରଗରମ ଜିଲ୍ଲା ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ପରେ ୨୩ ତାରିଖ ପର୍ଯ୍ୟନ୍ତ ଏହିସବୁ ନେତାମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବ୍ଲକ୍‌ୱାରି ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରାଯିବ। ଏଥିପାଇଁ ପ୍ରଶାସନିକ ସ୍ତରରେ ବି ବ୍ୟାପକ ପ୍ରସ୍ତୁତି ହୋଇଛି। ଅପରପକ୍ଷେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବି ରଣନୀତି ଚଳାଇଛି। କଂଗ୍ରେସ ମଧ୍ୟ ସ୍ଥାନୀୟ ପ୍ରସଙ୍ଗ ଆଧାରରେ ନିର୍ବାଚନକୁ ଓହ୍ଲାଇବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story