ବିଜେଡିକୁ ବ୍ଲାକମେଲ୍ କରୁଛନ୍ତି କି ସଂଗଠନ ସମ୍ପାଦକଙ୍କ ଭିଣୋଇ?

ଦଳରେ ଟିକେଟ୍ ଆଶାୟୀ ଅରିନ୍ଦମ ଗତ କିଛିଦିନ ଧରି ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ଗଣମାଧ୍ୟମ ଆଗରେ ପ୍ରକାଶ କରି ଆସୁଛନ୍ତି ।

Arindam

ଅରିନ୍ଦମ ରାୟ

Ordigital Desk
  • Published: Friday, 12 January 2024
  • Updated: 12 January 2024, 08:42 PM IST

Sports

Latest News

କ୍ଷମତାସୀନ ବିଜେଡି ନେତୃତ୍ୱଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ ଚାଲିଛି କି? ଆଉ ଏହି ଚାପ ପକାଇବାରେ ଖୋଦ୍ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ନିରବ ସମ୍ମତି ରହିଛି କି? ସାଧାରଣ ନିର୍ବାଚନରେ ଟିକେଟ୍ ହାତେଇବା ପାଇଁ ଏଭଳି ପ୍ରୟାସ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ(ବବି)ଙ୍କ ଭିଣୋଇ ତଥା ବିଜେଡି ସାଧାରଣ ସମ୍ପାଦକ ଅରିନ୍ଦମ ରାୟ କରୁଛନ୍ତି କି? ଏଭଳି କିଛି ପ୍ରଶ୍ନ ଏବେ ବିଜେଡି ନେତାମାନଙ୍କ ମନରେ ଉଙ୍କି ମାରିବାରେ ଲାଗିଛି । ଆଉ କଟକର ବିଜେଡି ରାଜନୀତିକୁ ଗୋଳିଆ କରିବା ସହ ଦଳର ପୁରୁଖା ନେତାମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ସୃଷ୍ଟି କରିଛି ।

ସୂଚନା ଅନୁସାରେ,ଦଳରେ ଟିକେଟ୍ ଆଶାୟୀ ଅରିନ୍ଦମ ଗତ କିଛିଦିନ ଧରି ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ଗଣମାଧ୍ୟମ ଆଗରେ ପ୍ରକାଶ କରି ଆସୁଛନ୍ତି । ତେବେ ଗତ ୪ଦିନ ତଳେ କଟକସ୍ଥିତ ଧବଳେଶ୍ୱର ଡାକବଙ୍ଗଳାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ଓ ଏବେ ବିଜେଡିର କୌଣସି ଚିହ୍ନବର୍ଣ୍ଣ ନରଖି କଟକ ବାଲିଯାତ୍ରା ପଡ଼ିଆରେ ଏକ ସଂକଳ୍ପ ସମାବେଶ ଆୟୋଜନ କରି ସିଧାସଳଖ ବିଜେଡି ନେତୃତ୍ୱଙ୍କୁ ଚ୍ୟାଲେଞ୍ଜ ଦେବାକୁ ପଛାଇ ନାହାନ୍ତି । ବିଜେଡି ସାଧାରଣ ସମ୍ପାଦକ ଥାଇ ମଧ୍ୟ ସେ ବାଲିଯାତ୍ରା ପଡ଼ିଆରେ ଜାତୀୟ ଯୁବ ଦିବସ ଅବସରରେ ପ୍ରଥମଥର ପାଇଁ ସଂକଳ୍ପ ସମାବେଶର ଆୟୋଜନ କରିଥିଲେ । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସଂକଳ୍ପ ସମାବେଶରେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ବିରୋଧ କରୁଥିବା ନେତାଙ୍କ ସମର୍ଥକମାନଙ୍କ ଭିଡ଼ ରହିଥିବା ଜଣାପଡ଼ିଛି । ଆଉ ଏସବୁ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କ ବିନା ସମ୍ମତିରେ ହେବା ସମ୍ଭବପର ନୁହେଁ ବୋଲି ଚର୍ଚ୍ଚା ହେଉଛି ।

ପ୍ରଥମଥର ପାଇଁ ଅରିନ୍ଦମ ଏଭଳି ଏକ ସମାବେଶର ଆୟୋଜନ କରିଛନ୍ତି । ଯେଉଁଥିରେ ନିଜ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ଫଟୋଚିତ୍ର କିମ୍ବା ସେମାନଙ୍କର ଚିହ୍ନବର୍ଣ୍ଣ ବି ରଖିନାହାନ୍ତି । କିମ୍ବା ବିଜେଡିର ଲୋଗୋ ବି ନାହିଁ । ମାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରାୟତଃ ୧୦୦ ପ୍ରତିଶତ ଲୋକ ବିଜେଡି ସମର୍ଥକ ବୋଲି ଜଣାପଡ଼ିଛି । ତେଣୁ କଟକରେ ଚାଲିଥିବା ବିଜେଡିର ଗୋଷ୍ଠୀବିବାଦ ଭିତରେ ଅରିନ୍ଦମ ନିଜକୁ ନେତା ଦର୍ଶାଇବା ପାଇଁ ଏଭଳି ସଂକଳ୍ପ ସମାବେଶର ଆୟୋଜନ କରିଥିବା ଚର୍ଚ୍ଚା ହେଉଛି ।

Also Read

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହାରେ ପ୍ରଣବ(ବବି)ଙ୍କ ଭଉଣୀଙ୍କୁ ବିବାହ କରିବା ପରେ ତାଙ୍କର ପ୍ରତ୍ୟକ୍ଷ ସହଯୋଗରେ ଅରିନ୍ଦମଙ୍କ ରାଜନୀତିକ ଉତଥାନ ଆରମ୍ଭ ହୋଇଥିଲା । ଯଦିଓ ୨୦୧୪ ସାଧାରଣ ନିର୍ବାଚନରେ ଅନ୍ୟ ଫିଲ୍ମ ତାରକାମାନଙ୍କ ଭଳି ସେ ବିଜେଡି ସପକ୍ଷରେ ପ୍ରଚାର କରିଥିଲେ। ମାତ୍ର ସେବେ ଦଳୀୟସ୍ତରରେ କୌଣସି ପଦପଦବୀ ଅବା ଗ୍ରହଣୀୟ ହୋଇ ପାରିନଥିଲେ । ଦଳରେ ବବିଙ୍କ ପ୍ରଭାବ ବଢ଼ିବା ପରେ ‘ବିରାଟ ବାହୁବଳେ କିଚକ ରାଜା’ ଭଳି ଅରିନ୍ଦମଙ୍କ ରାଜନୀତିକ ମହତ୍ୱକାଂକ୍ଷା ବଢ଼ିଯାଇଥିଲା ଓ ସେ ଅଭିନେତାରୁ ସିଧାସଳଖ ରାଜନେତା ହେବାକୁ ଅଣ୍ଟା ଭିଡ଼ିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ କଟକ-ବାରବାଟୀ ଆସନରୁ ଟିକେଟ୍ ଆଶା ଲବି ଜୋରଦାର କରିଥିଲେ । କିନ୍ତୁ ଦଳ ପୁଣିଥରେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ଉପରେ ଭରସା କରିଥିଲା ।

ଏବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅରିନ୍ଦମ ପୁଣିଥରେ ସେହି ସମାନ ଷ୍ଟାଇଲରେ ଦଳ ଉପରେ ଚାପ ପକାଇବାକୁ ଆରମ୍ଭ କରିଛନ୍ତି । ଏବେ ଦଳୀୟ ଶୃଙ୍ଖଳାକୁ ଭୁଲି ବିଜେଡି ନେତୃତ୍ୱଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ସଂକଳ୍ପ ସମାବେଶର ଆୟୋଜନ କରିଛନ୍ତି । ଯେଉଁଠି ବିଜେଡିର ଚିହ୍ନବର୍ଣ୍ଣ ରଖିନାହାନ୍ତି । ଗତ ୨୦୨୩ ଜୁଲାଇମାସରେ ମଧ୍ୟ ଅରିନ୍ଦମ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ‘ଦଳରେ ବ୍ୟବହାର ନହେଲେ କାହିଁକି ରହିବୁ’ କହି ନିଜର ଅସନ୍ତୋଷ ଝାଡ଼ିଥିଲେ । ଅବଶ୍ୟ ସେତେବେଳେ ତାଙ୍କର ଏଭଳି ଆଚରଣକୁ ତାଙ୍କ ଭିଣୋଇ ବବି ମ୍ୟାନେଜ୍ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଏବେ ଅରିନ୍ଦମ ଯେଭଳି ଭାବେ ବିଜେଡି ନେତୃତ୍ୱଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିଏପରେ ଗୋଟିଏ ଦଳୀୟ ଶୃଙ୍ଖଳା ଭଙ୍ଗ କାର୍ଯ୍ୟ କରିବାରେ ଲାଗିଛନ୍ତି ତାହା ତାଙ୍କ ପାଇଁ ମହଙ୍ଗା ପଡ଼ୁଛି ନା ବବିଙ୍କ ଛତ୍ରଛାୟାରେ ରହି ଟିକେଟ୍ ହାତେଇବାରେ ସକ୍ଷମ ହେଉଛନ୍ତି ତାକୁ ନେଇ ନାନାଦି ଆକଳନ ଜାରି ରହିଛି । ଯଦି ଏଭଳି ଅସ୍ଥିରତା ନିମନ୍ତେ ଦଳ ଅରିନ୍ଦମଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତାହା ବିଜେଡିକୁ ମଧ୍ୟ ଆଗାମୀ ଦିନରେ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି । ଦଳର ଅନ୍ୟ ଅସନ୍ତୁଷ୍ଟ ନେତାମାନେ ଦଳୀୟ ଟିକେଟ୍ ଆଶାରେ ଅନୁରୂପ ସମାବେଶ ଆୟୋଜନ ନିମନ୍ତେ ସାହାସ କରିବେ ଯାହା ବିଜେଡି ସୁପ୍ରିମୋଙ୍କ ନେତୃତ୍ୱଙ୍କ ପ୍ରତି ସିଧାସଳଖ ଚ୍ୟାଲେଞ୍ଜ ହେବ । ତେବେ ବବିଙ୍କ ବିନା ଅରିନ୍ଦମଙ୍କ ରାଜନୀତିକ ଅସ୍ତିତ୍ୱ ନାହିଁ ଓ ବବିଙ୍କ ବିନା ଅରିନ୍ଦମ ଏତେବଡ଼ ସମାବେଶ ଆୟୋଜନ କରି ଦଳୀୟ କର୍ମୀମାନଙ୍କୁ ବିଭ୍ରାନ୍ତ ପାଇଁ ସାହାସ କରିବେ ନାହିଁ ବୋଲି କଟକ ବିଜେଡିରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story