ବବିଙ୍କୁ ଜୟନାରାୟଣଙ୍କ କଟାକ୍ଷ: ଚୋର ମୁହଁ ଟାଣ, ବିଜେପିର ନୈତିକତା ଅଶୋକ ଦାସ ଜାଣିଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତ ମେହେର ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ପରେ ବିଜେଡି-ବିଜେପି ମଧ୍ୟରେ ଟ୍ୱିଟର ୱାର ଆରମ୍ଭ ହୋଇଛି। ଧର୍ମେନ୍ଦ୍ର କଡ଼ା ଭାଷାରେ ସମାଲୋଚନା କରିବା ପରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓରଫ ବବି ଟ୍ୱିଟର ମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଥିବାବେଳେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଟ୍ୱିଟର ମାଧ୍ୟମରେ ବବିଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । […]

Jaynarayan and Babi

Jaynarayan and Babi

Ordigital Desk
  • Published: Friday, 19 November 2021
  • Updated: 19 November 2021, 10:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତ ମେହେର ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ପରେ ବିଜେଡି-ବିଜେପି ମଧ୍ୟରେ ଟ୍ୱିଟର ୱାର ଆରମ୍ଭ ହୋଇଛି। ଧର୍ମେନ୍ଦ୍ର କଡ଼ା ଭାଷାରେ ସମାଲୋଚନା କରିବା ପରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓରଫ ବବି ଟ୍ୱିଟର ମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଥିବାବେଳେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଟ୍ୱିଟର ମାଧ୍ୟମରେ ବବିଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ବିଜେପିକୁ ନୈତିକତା ପାଠ ପଢ଼ାଅ ନାହିଁ । ବିଜେପିର ନୈତିକତା ତୁମେ ଜାଣିନାହଁ, ତୁମ ବାପା ଅଶୋକ ଦାସ ଜାଣିଥିଲେ ବୋଲି କହି କଟାକ୍ଷ କରିଛନ୍ତି ।

ବିଧାୟକ ଜୟନାରାୟଣ ମିଶ୍ର ଆଜି ଟ୍ୱିଟର ମାଧ୍ୟମରେ କହିଛନ୍ତି ଯେ, ଚୋର ମୁହଁ ଟାଣ । ଯଦି ଦମ୍ ଅଛି ଓଡ଼ିଆ ଝିଅ ମମିତା ମେହେର ବୀଭତ୍ସ ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅ । ତୁମ ପୁଲିସ ପ୍ରଶାସନ ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଅସମର୍ଥ ଅଛି । ସିବିଆଇକୁ ତଦନ୍ତ ଭାର ଦିଆଗଲେ ପ୍ରମାଣ ବି ସାମ୍ନାକୁ ଆସିବ ଓ ଦୋଷୀ ବି ବନ୍ଧା ହେବ । ତୁମର ଆଇନ ମନ୍ତ୍ରୀ ଏଠି ଅପରାଧ କରୁଛନ୍ତି । ରାଜ୍ୟରେ ପରୀ, ସୌମ୍ୟରଞ୍ଜନ ଓ ମମିତା ମେହେର ମାମଲାରେ ଦଳର ମନ୍ତ୍ରୀମାନେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ତା’ପରେ ବି ସେମାନେ ମନ୍ତ୍ରୀ ପଦରେ ଅଛନ୍ତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଆଉ ତୁମେ କାହାକୁ ନୈତିକତାର ପାଠ ପଢ଼ାଉଛ । ରାଜବାସୀଙ୍କ ପକ୍ଷରୁ ଯେଉଁ ପ୍ରଶ୍ନ ପଚରାଯାଉଛି ତା’ର ଉତ୍ତର ନଦେଇ ବାଉଳା କାହିଁକି ହେଉଛ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଅତୀତରେ ଅନେକ ନୈତିକତାର ଉଦାହରଣ ଦେଇଛି । ତୁମେ ଜାଣିନାହଁ, । ତୁମ ବାପା ସ୍ୱର୍ଗତ ଅଶୋକ ବାବୁ ଜାଣିଥିଲେ, ଆମ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ସାମାନ୍ୟ ଅଭିଯୋଗ ଭିତ୍ତିରେ ରାଜନୀତି ଇତିହାସରେ କଠୋର ନିଷ୍ପତ୍ତି ନେଇଥିଲେ । ଏହାକୁ ଅନୁକରଣ କରି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦଳରୁ ବହିଷ୍କାର କର । ତୁମେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷଣକୁ ଜାଣିଶୁଣି ବୁଝି ଅବୁଝା ହେଉଛ । ତୁମ ଦଳ ଆଗରୁ କେଉଁ ତଥ୍ୟ ପ୍ରମାଣ ଆଧାରରେ ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲା ଓ ସେହି ତଥ୍ୟ କିଏ ଦେଉଥିଲା ଓ କେଉଁ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା ତାକୁ ସାର୍ବଜନୀନ କରିବାକୁ ଶ୍ରୀ ମିଶ୍ର କହିଛନ୍ତି ।

ତୁମର ବିଜେଡି ଗୋଟିଏ ଆଂଚଳିକ ଦଳ । ଉତ୍ତରପ୍ରଦେଶ କଥା ନକହି ଓଡ଼ିଶା କଥା ବୁଝ । ବିଜେଡି ଶାସନ କାଳରେ ରାଜ୍ୟରେ ଦୈନିକ ୪ଟି ଧର୍ଷଣ, ୬ଟି ଅପହରଣ ଓ ୫ବର୍ଷରେ ୨୭ହଜାର ଶିଶୁ ନିଖୋଜ ଅଛନ୍ତି । ଏହାର ନୈତିକ ଦାୟିତ୍ୱ କିଏ ନେବ ସେ କଥା କହିବାକୁ ଶ୍ରୀ ମିଶ୍ର ଆଜି ବବିଙ୍କୁ ଆହ୍ୱାନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story