ବିଜେଡି ଟିକେଟ ବଣ୍ଟନ ପଛରେ ବଡ଼ଧରଣର କିକ୍‌ ବ୍ୟାକ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଟିକେଟ ବଣ୍ଟନ ପଛରେ ବଡ଼ଧରଣର କିକ୍‌ବ୍ୟାକ୍। କେବଳ କିକ୍‌ବ୍ୟାକ୍ ନୁହେଁ, ପ୍ରୀୟାପ୍ରୀତି ତୋଷଣ ବି ଚାଲିଥିଲା ବିଜେଡିରେ। ଟଙ୍କା ନେଇ ଏବଂ ମହିଳାଙ୍କୁ ଶୋଷଣ କରି ଟିକେଟ ଦିଆଯାଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ । ଯାହାର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। ରାଇରଙ୍ଗପୁରର ଏକ କର୍ମୀ ସମ୍ମିଳନୀରେ ଜଣେ ବିଜେଡି କର୍ମୀ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ବିରୋଧରେ ଆଣିଛନ୍ତି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ। ବିଜେଡିରେ ପ୍ରଥମେ ପ୍ରାର୍ଥୀ ଚୟନକୁ ନେଇ ଦେଖାଦେଇଥିଲା ଅସନ୍ତୋଷ। ପରେ […]

y-99

Tapas Behera
  • Published: Saturday, 06 April 2019
  • , Updated: 06 April 2019, 09:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଟିକେଟ ବଣ୍ଟନ ପଛରେ ବଡ଼ଧରଣର କିକ୍‌ବ୍ୟାକ୍। କେବଳ କିକ୍‌ବ୍ୟାକ୍ ନୁହେଁ, ପ୍ରୀୟାପ୍ରୀତି ତୋଷଣ ବି ଚାଲିଥିଲା ବିଜେଡିରେ। ଟଙ୍କା ନେଇ ଏବଂ ମହିଳାଙ୍କୁ ଶୋଷଣ କରି ଟିକେଟ ଦିଆଯାଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ । ଯାହାର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି।

ରାଇରଙ୍ଗପୁରର ଏକ କର୍ମୀ ସମ୍ମିଳନୀରେ ଜଣେ ବିଜେଡି କର୍ମୀ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ବିରୋଧରେ ଆଣିଛନ୍ତି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ। ବିଜେଡିରେ ପ୍ରଥମେ ପ୍ରାର୍ଥୀ ଚୟନକୁ ନେଇ ଦେଖାଦେଇଥିଲା ଅସନ୍ତୋଷ। ପରେ ପ୍ରାର୍ଥୀ ଘୋଷଣା ପରେ କ୍ରମାଗତ ଭାବେ ନବୀନ ନିବାସ ଆଗରେ ବିଦ୍ରୋହ ଦେଖିବାକୁ ମିଳିଥିଲା।

ଏସବୁ ଭିତରେ ଟିକେଟ ବଣ୍ଟନ ପଛର ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ତେବେ ଭାଇରାଲ୍ ହୋଇଥିବା ଭିଡିଓର ସତ୍ୟତା କେତେ, ତାହା ସ୍ପଷ୍ଟ ହୋଇନଥିଲେ ବି ବିରୋଧୀଙ୍କୁ ଏହା କିନ୍ତୁ ଭିନ୍ନ ଖୋରାକ୍ ଯୋଗାଇଛି। କଂଗ୍ରେସରେ ବି ଟଙ୍କା ନେଇ ଟିକେଟ କାରବାର ହେଉଥିବା ଅଭିଯୋଗ ଉଠିଥିଲା। ପିପିଲିରେ ଟିକେଟ ନେବାକୁ ସିଧାସିଧା ମନା କରିବା ସହ ନିରଞ୍ଜନ ଟିକେଟ ବିକୁଥିବା ନେଇ ଅଭିଯୋଗ ଆଣିଥିଲେ ଯୁଧିଷ୍ଠିର ସାମନ୍ତରାୟ।

Related story