ମେଣ୍ଟ ଚର୍ଚ୍ଚାରେ ନୂଆମୋଡ଼: ‍ବିଜେପି ଦୋହରାଇଲା ଏକା ଲଢ଼ିବୁ, ବିଜେଡି ନୀରବ, ସସ୍‌ପେନ୍ସ ଜାରି

‘ବିଜେପି ରାଜ୍ୟରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ । ଗତ ଦୁଇଦିନ ଧରି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେଉଥିଲା ।’

Manmohan Samal PhotoOR

‍ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

Ordigital Desk
  • Published: Friday, 08 March 2024
  • Updated: 08 March 2024, 08:56 PM IST

Sports

Latest News

ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଆଜି ପୁଣି ଥରେ ନୂଆମୋଡ଼ ନେଇଛି । ମେଂଟକୁ ନେଇ ଗତ ଦୁଇଦିନ ଧରି ଚାଲିଥିବା ରାଜନୀତିକ ହଟଚମଟ ଓ ସମ୍ଭାବ୍ୟ ମେଂଟ ଚର୍ଚ୍ଚାରେ ଆଜି ପୁଣିଥରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପୂର୍ବରୁ ମାର୍ଚ୍ଚ ୧ତାରିଖରେ ଦିଲ୍ଲୀରୁ ଫେରି ମନମୋହନ ସମ୍ଭାବ୍ୟ ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।   ରାଜ୍ୟ ବିଜେପି ପକ୍ଷରୁ ଆଜି ସକାଳେ ଓ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଦୁଇଥର ମେଂଟ ସମ୍ଭାବନାକୁ ଖାରଜ କରାଯାଇଥିଲେ ମଧ୍ୟ ବିଜେଡି ଅସ୍ୱାଭାବିକ ନିରବତା ଅବଲମ୍ବନ କରିଛି । ବିଜେପି ରାଜ୍ୟ ନେତୃତ୍ୱଙ୍କ ଏଭଳି ଦମ୍ଭୋକ୍ତି ସତ୍ତ୍ୱେ ରାଜ୍ୟରେ ବିଜେଡି ସହ ମେଂଟକୁ ନେଇ ଏବେବି ସସପେନ୍ସ ଲାଗି ରହିଛି । ଆଉ ରାଜ୍ୟରେ ମେଂଟ ପାଇଁ ଆଗ୍ରହୀ ଥିବା ବିଜେଡି ଉପରେ ଚାପ ପକାଇ ନିଜ ପସନ୍ଦ ମୁତାବକ ଆସନ ନେବାକୁ ବିଜେପିର ଏହା ରଣନୀତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

୩ ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ମେଂଟକୁ ନେଇ କୌଣସି ପ୍ରକାରର ଆଲୋଚନା ଦିଲ୍ଲୀରେ ହୋଇନାହିଁ । ବିଜେପି ରାଜ୍ୟରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ । ଗତ ଦୁଇଦିନ ଧରି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେଉଥିଲା । ବିଜେଡି ସହ ମେଂଟ ପାଇଁ କୌଣସି ପ୍ରକାରର ଆଲୋଚନାକୁ ସେ ଫାଙ୍କି ଦେଇଥିଲେ । ଗତ ମାର୍ଚ୍ଚ ୧ତାରିଖରେ ସେ ଦେଇଥିବା ବୟାନକୁ ଆଜି ମଧ୍ୟ ଦୋହରାଇଥିଲେ ।

ତାଙ୍କ ପୂର୍ବରୁ ଆଜି ପୂର୍ବାହ୍ନରେ ରାଜ୍ୟ ବିଜେପି ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମେଂଟ କେବଳ କପୋଳକଳ୍ପିତ । ମେଂଟ ନେଇ କୌଣସି ନିଷ୍ପତ୍ତି କିମ୍ବା ଆଲୋଚନା ହୋଇନାହିଁ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିଲେ ଭଲ ପ୍ରଦର୍ଶନ କରିବ ବୋଲି ସ୍ପଷ୍ଟ ଭାବେ କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ରାଜ୍ୟ ନେତୃତ୍ୱ ମତ ରଖିଛନ୍ତି । ମେଂଟକୁ ନେଇ କେବଳ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପରିକି କିଛି ଗଣମାଧ୍ୟମ ଓ ସୋସିଆଲ ମିଡିଆ ମଧ୍ୟ ଆସନ ବୁଝାମଣାର ଖବର ପ୍ରସାରଣ କରୁଛନ୍ତି । ବିଜେପି ରାଜ୍ୟରେ ଏକାକୀ ଲଢ଼ିବାର ବହୁତ ସମ୍ଭାବନା ରହିଛି ବୋଲି ସେ କହିଥିଲେ । ତାଙ୍କର ଏହି ବୟାନ ଉପରେ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଥିବାବେଳେ ସନ୍ଧ୍ୟାରେ ମନମୋହନ ମଧ୍ୟ ସମାନ କଥା ଦୋହରାଇ ମେଂଟ ସମ୍ଭାବନାକୁ ଖାରଜ କରିଦେଇଛନ୍ତି ।

Also Read

ଅନ୍ୟପକ୍ଷରେ, ଅସମର୍ଥିତ ସୂତ୍ର ଅନୁସାରେ ସମ୍ଭାବ୍ୟ ମେଂଟକୁ ନେଇ ଯେଉଁ ଫର୍ମୂଲା ତିଆରି ହୋଇଛି ସେଥିରେ ଦୁଇ ଦଳର ସହମତି ହୋଇପାରୁନି । ବିଜେପି ଏବେ ୨୦୦୦ ମସିହାର ଫର୍ମୂଲା( ବିଧାନସଭାରେ ୮୪/୬୩ ଓ ଲୋକସଭାରେ ୧୨/୯)ରୁ କୌଣସି ପରିସ୍ଥିତିରେ ବି ଗୋଟିଏ ସିଟ କମ୍ ହେଲେ ତାହା ଗ୍ରହଣୀୟ ନୁହେଁ ବୋଲି କହିଛି । ବିଜେପି ଏବେ ଅଧିକ ସିଟ୍ ପାଇଁ ବିଜେଡି ଉପରେ ଚାପ ବଜାୟ ରଖିଛି । ବିଭିନ୍ନ କାରଣରୁ ବ୍ୟାକଫୁଟରେ ଥିବା ବିଜେଡି ନିଜ ଆଡ଼ୁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟରେ ସାମିଲ ହେବାକୁ ଚାହୁଁଥିବାରୁ ବିଜେପିକୁ ଅଧିକ ସିଟ୍ ମୂଲଚାଲ କରିବା ସହଜ ହେଉଛି । ମାତ୍ର ବିଜେଡି ନିଜ ଆଡ଼ୁ ୧୩ଟି ଲୋକସଭା ଓ ୪୯ଟି ବିଧାନସଭା ଆସନ ବିଜେପିକୁ ଅଫର କରିଛି । କିନ୍ତୁ ବର୍ତ୍ତମାନର ରାଜ୍ୟ ରାଜନୀତିକ ପରିଦୃଶ୍ୟରେ ଏହା ଗ୍ରହଣୀୟ ନୁହେଁ ବୋଲି ବିଜେପି ନେତୃତ୍ୱ ରୋକଠୋକ୍ ଜଣାଇ ଦେବାପରେ ବିଜେଡି ଅକଳରେ ପଡ଼ିଥିବା ଜଣାପଡ଼ିଛି । ଯେଉଁଥିପାଇଁ ଗତ ୩ଦିନ ମଧ୍ୟରେ ବିଜେପି ବାରମ୍ବାର ଏକାକୀ ଲଢ଼ିବ ବୋଲି ବୟାନ ଦେବାରେ ଲାଗିଛି ଓ ବିଜେଡି କୌଣସି ପ୍ରତିକ୍ରିୟା ନରଖି ନିରବତା ଅବଲମ୍ବନ କରିଛି ।

ସେହିପରି ବିଜେପି ନେତୃତ୍ୱଙ୍କ ସହ ଆଲୋଚନା ପାଇଁ ଗୁରୁବାର ଅପରାହ୍ନରେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଦିଲ୍ଲୀ ଗସ୍ତ କରିଥିଲେ ମଧ୍ୟ ଆସନ ବୁ୍‌ଝାମଣାକୁ ନେଇ ଦ୍ୱନ୍ଦ୍ୱ ଯୋଗୁ ଆଜିର ବୈଠକକୁ ବିଜେପି ଶୀର୍ଷ ନେତୃତ୍ୱ ବାତିଲ କରିଦେଇଥିଲେ ବୋଲି ଜଣାପଡ଼ିଛି । ଆଉ ନିରାଶ ହୋଇ ଉଭୟ ଦିଲ୍ଲୀରୁ ଫେରିଥିଲେ । ତଥାପି ମେଂଟ ପାଇଁ ବ୍ୟାକଡୋରରେ ଏବେବି ଆଲୋଚନା ଜାରି ରହିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୬ତାରିଖରେ ବିଜେଡି ଅଚାନକ ନିଜର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡାକି ସମ୍ଭାବ୍ୟ ମେଂଟକୁ ନେଇ ବିଚାରବିମର୍ଶ କରିଥିବାବେଳେ ବିଜେପି ନିଜର ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡକାଇଥିଲା । ଗୋଟିଏ ଦିନରେ ଦୁଇଦଳର ଏଭଳି ଅଚାନକ ରାଜନୀତିକ ଗତିବିଧି ଓ ବିଜେଡିର ଦୁଇ ନେତା ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଯିବା ଘଟଣା ରାଜ୍ୟରେ ମେଂଟ ଚର୍ଚ୍ଚାକୁ ବଳ ଯୋଗାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story