ଦ୍ରୁତ ଗତିରେ ଖସୁଛି ନବୀନଙ୍କ ଲୋକପ୍ରିୟତI:ସର୍ଭେ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ହେଉଥିବା ସର୍ଭେ ଫଳାଫଳ ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ପାଇଁ ନୈରାଶ୍ୟଜନକ ପାଲଟିଛି। ପୂର୍ବର ସମସ୍ତ ସର୍ଭେରେ ଲୋକସଭା ନିର୍ବାଚନରେ ରାଜ୍ୟରେ ବିଜେଡି ତୁଳନାରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଥିବାବେଳେ ଆଜି ‘ଇଣ୍ଡିଆ ଟୁଡେ ଟିଭିର ପଲଟିକାଲ ଷ୍ଟକ୍ ଏକ୍ସଚେଞ୍ଜ’ ରିପୋର୍ଟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ଦ୍ରୁତ ଗତିରେ […]

naveen-dharmendra

naveen-dharmendra

Tapas Behera
  • Published: Thursday, 31 January 2019
  • Updated: 01 February 2019, 11:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ହେଉଥିବା ସର୍ଭେ ଫଳାଫଳ ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ପାଇଁ ନୈରାଶ୍ୟଜନକ ପାଲଟିଛି। ପୂର୍ବର ସମସ୍ତ ସର୍ଭେରେ ଲୋକସଭା ନିର୍ବାଚନରେ ରାଜ୍ୟରେ ବିଜେଡି ତୁଳନାରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଥିବାବେଳେ ଆଜି ‘ଇଣ୍ଡିଆ ଟୁଡେ ଟିଭିର ପଲଟିକାଲ ଷ୍ଟକ୍ ଏକ୍ସଚେଞ୍ଜ’ ରିପୋର୍ଟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଉଥିବା ଦର୍ଶାଇଛି।

ଇଣ୍ଡିଆ ଟୁଡେ ଟିଭିର ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ(ପିଏସଇ) ସର୍ଭେ ଫଳାଫଳ ଅନୁସାରେ, ୨୦୦୦ ମସିହାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଗତ ୪ମାସ ମଧ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିଲେ ମଧ୍ୟ ସେ ରାଜ୍ୟରେ ଲୋକପ୍ରିୟ ନେତା ତାଲିକାର ଶୀର୍ଷରେ ଅଛନ୍ତି।

ଜାନୁଆରୀ ମାସରେ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ନବୀନଙ୍କ ଲୋକପ୍ରିୟତା ଗତ ସେପ୍ଟେମ୍ବର ମାସ ତୁଳନାରେ ୭ ପ୍ରତିଶତ ହ୍ରାସ ପାଇଛି। ସେପ୍ଟେମ୍ବର ମାସରେ ତାଙ୍କର ଲୋକପ୍ରିୟତା ୫୯% ଥିବାବେଳେ ନଭେମ୍ବରରେ ଏହା ୫୪% ଓ ଚଳିତ ଜାନୁୟାରୀରେ ୫୨%କୁ ହ୍ରାସ ପାଇଛି । ଅବଶ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ସେ ଏବେ ବି ସର୍ବାଧିକ ପସନ୍ଦର ନେତା ରହିଛନ୍ତି। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଦ୍ୱିତୀୟ ପସନ୍ଦ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି। ତାଙ୍କର ଲୋକପ୍ରିୟତା ଗତ ସେପ୍ଟେମ୍ବର ମାସ ତୁଳନାରେ କ୍ରମାଗତ ବୃଦ୍ଧି ହୋଇଛି। ସେପ୍ଟେମ୍ବରରେ ରାଜ୍ୟର ୨୧ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବାବେଳେ ନଭେମ୍ବରରେ ୨୪ ପ୍ରତିଶତ ଓ ଜାନୁୟାରୀରେ ୨୬ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ ଗତ ୪ ମାସ ମଧ୍ୟରେ ତାଙ୍କର ଲୋକପ୍ରିୟତାର ଗ୍ରାଫ୍  ୫% ବଢ଼ିଛି।

ସେହିପରି ନିରଞ୍ଜନ ପଟ୍ଟନାୟକଙ୍କ ଲୋକପ୍ରିୟତା ଗତ ୪ମାସ ମଧ୍ୟରେ ୩ ପ୍ରତିଶତ ବୃଦ୍ଧି ପାଇଛି। ସେପ୍ଟେମ୍ବରରେ ରାଜ୍ୟର ୫ ପ୍ରତିଶତ ଲୋକ ଓ ଜାନୁଆରୀରେ ୮ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ନିଜର ପସନ୍ଦ ବୋଲି ଦର୍ଶାଇଛନ୍ତି। ଜୁଏଲ ଓରାମ ଓ ବସନ୍ତ ପଣ୍ଡାଙ୍କୁ ୧ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି କିନ୍ତୁ ଏହି ଦୁଇ ନେତାଙ୍କ ଲୋକପ୍ରିୟତା ୪ମାସ ମଧ୍ୟରେ ହ୍ରାସ ପାଇବାରେ ଲାଗିଛି।

ସେହିପରି ନରେନ୍ଦ୍ର ମୋଦିଙ୍କୁ ରାଜ୍ୟର ୫୮ ପ୍ରତିଶତ ଲୋକ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବାବେଳେ ରାହୁଲ ଗାନ୍ଧିଙ୍କୁ ମାତ୍ର ୨୦ ପ୍ରତିଶତ ଓ ନବୀନ ପଟ୍ଟନାୟକଙ୍କୁ ୧୦ ପ୍ରତିଶତ ଲୋକ ଏହି ପଦବୀ ପାଇଁ ପସନ୍ଦ କରିଛନ୍ତି। ଓଡ଼ିଶାରେ ଗତ ୪ମାସ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ୪ ପ୍ରତିଶତ ବଢ଼ିଥିବାବେଳେ ରାହୁଲଙ୍କର ୧ ପ୍ରତିଶତ ହ୍ରାସ ପାଇଛି।

ସେହିପରି ରାଜ୍ୟର ୫୬ ପ୍ରତିଶତ ଲୋକ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି। ସେପ୍ଟେମ୍ବରରେ ୫୨ ପ୍ରତିଶତ ଲୋକ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଥିବାବେଳେ ଜାନୁଆରୀରେ ଏହା ୫୬ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟ ସରକାରଙ୍କ କାର୍ଯ୍ୟରେ ୪୯ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି। ସେପ୍ଟେମ୍ବର ୪୪ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବାବେଳେ ଜାନୁଆରୀରେ ଏହା ୪୯ ପ୍ରତିଶତକୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story