ବିଜେପି ରାଜ୍ୟ କାର୍ଯ୍ୟକାରିଣୀ: ସଂଗଠନକୁ ବିସ୍ତାର ଓ ସୁଦୃଢ଼ କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ୍‌ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଛି। ସଂଗଠନକୁ ବୁଥସ୍ତରରୁ ସୁଦୃଢ଼ ଓ ବିସ୍ତାର କରିବା ପାଇଁ ଯୋଜନା ସମ୍ପର୍କରେ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଅବଗତ କରାଯାଇଛି । ଏହାସହିତ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି । ଏହାସହିତ ରାଜନୀତିକ […]

bjp

Ordigital Desk
  • Published: Wednesday, 29 June 2022
  • , Updated: 29 June 2022, 10:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ୍‌ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଛି। ସଂଗଠନକୁ ବୁଥସ୍ତରରୁ ସୁଦୃଢ଼ ଓ ବିସ୍ତାର କରିବା ପାଇଁ ଯୋଜନା ସମ୍ପର୍କରେ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଅବଗତ କରାଯାଇଛି । ଏହାସହିତ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି । ଏହାସହିତ ରାଜନୀତିକ ଓ ସାମାଜିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇ ଏହା ପାରିତ ହୋଇଛି।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ସମ୍ପର୍କରେ ସୂଚନା ଦେଇ ଦଳର ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଥିଲେ ଯେ, ଓଡ଼ିଶାର ବିକାଶ ବିନା ଭାରତର ବିକାଶ ଯେ ଅସମ୍ଭବ, ସେହି ଅର୍ଥନୈତିକ ଦର୍ଶନରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱାସ କରୁଥିବା ତାଙ୍କ ଶାସନ କାଳରେ ସେ ବାରମ୍ବାର ପ୍ରମାଣିତ କରିଛନ୍ତି । ବିଭିନ୍ନ କେନ୍ଦ୍ରୀୟ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରଚୁର ପରିମାଣର ଅର୍ଥ ଦେଉଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ, ଉଜ୍ୱଳା, ସ୍ୱଚ୍ଛ ଭାରତ, ହରଘର ନଲ ପେଜଲ୍ , ଗରିବ କଲ୍ୟାଣ ଅନ୍ନ ଯୋଜନା, ଏଲଇଡି ବଲବ ବଂଟନ, କିଷାନ ସମ୍ମାନନିଧି , ପ୍ରଧାନମନ୍ତ୍ରୀ ଫସଲବୀମା, ଏମଏସପି , ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଦିରେ ଓଡ଼ିଶାର ଲୋକେ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟରେ ରାଜ୍ୟରେ ୮ଟି ମେଡିକାଲ କଲେଜ, ଆଇଜର, ନାଇଜର ଓ ଆଇଆଇଏମ ପ୍ରତିଷ୍ଠା ହୋଇଛି । ରେଳ ବିଭାଗ ପାଇଁ ରାଜ୍ୟର ଦାବିଠାରୁ ଅଧିକ ଅର୍ଥରାଶି ମଞ୍ଜୁର କରାଯାଇଛି। ଏସବୁ ସତ୍ୱେ ମୋଦି ପଠାଉଥିବା ସାହାଯ୍ୟ ଓ ସହାୟତାରୁ ରାଜ୍ୟବାସୀ ଯେପରି ବଂଚିତ ନହୁଅନ୍ତି ସେ ସମ୍ପର୍କରେ ବ୍ୟାପକ ଖସଡ଼ା ପ୍ରସ୍ତୁତ ପାଇଁ ଆଜିର ବୈଠକରେ ଆଲୋଚନା ହୋଇଛି।

ରାଜନୈତିକ ଚିଠା ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଥିଲେ । ଜନଆନ୍ଦୋଳନ ଚାପରେ ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ୪ଜଣ ମନ୍ତ୍ରୀଙ୍କୁ ବିଦା କରି ତାଙ୍କୁ ସୁରକ୍ଷା ଦେଉଥିବାବେଳେ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ କାର୍ଯ୍ୟକାରିଣୀ ଦାବି କରିଛି ।

"ମହାନଦୀ ମହାନାଟକ" ଓ ବିଜୁ ଜନତା ଦଳର କୁମ୍ଭୀର କାନ୍ଦଣା ୨୦୧୯ ନିର୍ବାଚନ ପରେ ବଳ ହୋଇଯାଇଛି। ଦୁର୍ନୀତି ଚରମ ସୀମାରେ ପହଂଚିଛି । ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ବ୍ୟାପକ ମାତ୍ରାରେ ଦୁର୍ନୀତି ଚାଲିଛି । ବିକାଶ ପାଇଁ ଆସୁଥିବା ବ୍ୟାପକ କେନ୍ଦ୍ରୀୟ ଅନୁଦାନକୁ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ଲୁଟି ଖାଉଛନ୍ତି।

ସେହିପରି ବିଜୁଳି ସମସ୍ୟା, ଧ୍ୱଂସାଭିମୁଖୀ ଶିକ୍ଷା ବ୍ୟବସ୍ଥା, କୁପୋଷଣ, ଲଘୁ ଖଣିଜ ଚୋରୀ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟବସ୍ଥା, ମହାନଦୀ ସମେତ ଅନ୍ୟାନ୍ୟ ନଦୀ ସମସ୍ୟା, ଓବିସି ବର୍ଗଙ୍କୁ ବିଶ୍ୱାସଘାତକତା, ନିଯୁକ୍ତି, ଶ୍ରମିକ ସମସ୍ୟା, ବାଟବଣା ହୋଇଥିବା ମହିଳା ସଶକ୍ତିକରଣ, ଅଚଳାବସ୍ଥାରେ ପରିଣତ ହୋଇଥିବା ରାଜ୍ୟର ସମବାୟ ସଂସ୍ଥା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କାର୍ଯ୍ୟକାରିଣୀରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Related story