ନିଜ ନିର୍ବାଚନମଣ୍ଡଳୀର ବିଜେଡି ନେତାଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ନିର୍ବାଚନମଣ୍ଡଳୀର ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ହିଞ୍ଜିଳି,ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକର ନିର୍ବାଚିତ ପୌର ଓ ପଂଚାୟତ ପ୍ରତିନିଧିମାନଙ୍କ ସହ ଶ୍ରୀ ପଟ୍ଟନାୟକ ଆଲୋଚନା କରିବା ସହ ମିଳିମିଶି କଠିନ ପରିଶ୍ରମ କରି ଅଂଚଳର ବିକାଶକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି । ତେବେ ପୌର ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ବିଜେପିର ଭୋଟ ହାର ବୃଦ୍ଧି ଓ କେତେକ ସହର ବିଜେପି […]

naveen

Ordigital Desk
  • Published: Friday, 22 April 2022
  • , Updated: 22 April 2022, 10:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ନିର୍ବାଚନମଣ୍ଡଳୀର ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ହିଞ୍ଜିଳି,ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକର ନିର୍ବାଚିତ ପୌର ଓ ପଂଚାୟତ ପ୍ରତିନିଧିମାନଙ୍କ ସହ ଶ୍ରୀ ପଟ୍ଟନାୟକ ଆଲୋଚନା କରିବା ସହ ମିଳିମିଶି କଠିନ ପରିଶ୍ରମ କରି ଅଂଚଳର ବିକାଶକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି । ତେବେ ପୌର ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ବିଜେପିର ଭୋଟ ହାର ବୃଦ୍ଧି ଓ କେତେକ ସହର ବିଜେପି ଦଖଲକୁ ଯିବା ଏବେ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି । ଦୀର୍ଘ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀର ସମୂହ ଜନ ପ୍ରତିନିଧିମାନଙ୍କ ସହ ଏଭଳି ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ହିଞ୍ଜିଳି ଓ ଶେରଗଡ଼ର ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହ ଆଲେଚନା କରି ସେ ଅଂଚଳର ବିକାଶ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ନବୀନ ଅଭିନନ୍ଦନ ଜଣାଇବା ସହ ନିଜ ଅଂଚଳର ଉନ୍ନୟନ ପ୍ରକ୍ରିୟାକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ପୌରାଂଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲରମାନେ ଯୋଗ ଦେବା ସହ ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଂଚ ଓ ଅନ୍ୟ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ମିଶାଇ ମୋଟ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ।

୨୦୧୯ ସାଧାରଣ ନିର୍ବାଚନ ପରେ ପ୍ରଥମଥର ପାଇଁ ନବୀନ ତାଙ୍କ ବାସଭବନରେ ନିଜ ନିର୍ବାଚନମଣ୍ଡଳୀର ଜନ ପ୍ରତିନିଧିମାନଙ୍କୁ ଭେଟିଥିବା ଜଣାପଡ଼ିଛି ।

Related story