ମମିତା ପ୍ରସଙ୍ଗରେ ଭୟଭୀତ ସରକାର, କଂଗ୍ରେସର କାର୍ଯ୍ୟକ୍ରମ ଭଣ୍ଡୁର ପାଇଁ ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଓ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ପ୍ରତିବାଦ କାର୍ଯ୍ୟକ୍ରମକୁ ନେଇ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି। ମମିତାକୁ ନ୍ୟାୟ ଦେବା ପାଇଁ କଂଗ୍ରେସର ରାଜ୍ୟବ୍ୟାପୀ ପ୍ରତିବାଦ ଡାକରାକୁ ନେଇ ଶାସକ ବିଜେଡି ଓ ରାଜ୍ୟ ପ୍ରଶାସନ ଯେଭଳି ଢଙ୍ଗରେ ତତ୍ପରତା ଦେଖାଇଛି ତାହା ପରୋକ୍ଷରେ ବିଜେଡି ସରକାରର ଭୟାଳୁ ଚେହେରାକୁ ପଦାରେ ପକାଇଛି। ମମିତା ମେହେର […]

Satya-Prakash-Nayak

Satya-Prakash-Nayak

Ordigital Desk
  • Published: Thursday, 11 November 2021
  • Updated: 11 November 2021, 09:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଓ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ପ୍ରତିବାଦ କାର୍ଯ୍ୟକ୍ରମକୁ ନେଇ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି। ମମିତାକୁ ନ୍ୟାୟ ଦେବା ପାଇଁ କଂଗ୍ରେସର ରାଜ୍ୟବ୍ୟାପୀ ପ୍ରତିବାଦ ଡାକରାକୁ ନେଇ ଶାସକ ବିଜେଡି ଓ ରାଜ୍ୟ ପ୍ରଶାସନ ଯେଭଳି ଢଙ୍ଗରେ ତତ୍ପରତା ଦେଖାଇଛି ତାହା ପରୋକ୍ଷରେ ବିଜେଡି ସରକାରର ଭୟାଳୁ ଚେହେରାକୁ ପଦାରେ ପକାଇଛି। ମମିତା ମେହେର ମାମଲାରେ ନିଜର ଦୋଷ ଲୁଚାଇବା ପାଇଁ ଶାସକ ବିଜେଡି ଜୋରଦାର ଉଦ୍ୟମ କରୁଥିବା ଦଳର ଆଚରଣରୁ ସ୍ପଷ୍ଟ ହୋଇଯାଇଛି।

ସୂଚନା ଅନୁସାରେ, ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ମମିତା ମେହେର ହତ୍ୟା ମାମଲାରେ ଜନମତ ସୃଷ୍ଟି କରିବାରେ କାଳେ କଂଗ୍ରେସ ସକ୍ଷମ ହୋଇଯିବ ସେହି ଭୟ ଏବେ ଶାସକ ବିଜେଡିକୁ ଘାରିବାରେ ଲାଗିଛି। ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତାଜନକ ସ୍ଥିତି ଲାଗି ରହିଥିବା ସମ୍ପର୍କରେ ଏନସିଆରବି ରିପୋର୍ଟଠୁ ଆରମ୍ଭ କରି ବିରୋଧୀ ଦଳଗୁଡ଼ିକ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସରକାର ସେଥିପ୍ରତି ସାମାନ୍ୟ ଗୁରୁତ୍ୱ ଦେଉନଥିବାରୁ ମମିତା ମେହେର ଭଳି ହତ୍ୟା ମାମଲାର ତଦନ୍ତ ଏବେ ଦିଗହରା ହେବାକୁ ଯାଉଛି। ଯେଉଁଥିପାଇଁ ମମିତା ମେହେର ହତ୍ୟା ମାମଲାରେ ଦୁୁଇଥର ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିଥିବା ପୁଲିସ ଏବେ ସମ୍ପୂର୍ଣ୍ଣ ନିରବ ରହିଛି। ଏପରିକି ମମିତାଙ୍କ ହତ୍ୟାର ମୁଖ୍ୟ କାରଣ କ’ଣ, ମମିତାର ହତ୍ୟାକାରୀ ଗୋବିନ୍ଦ ସାହୁ କିଭଳି ଫେରାର ହେଲା ଓ ସେଥିରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି କି ନାହିଁ, ଗୋବିନ୍ଦଙ୍କୁ ଦିବ୍ୟଶଙ୍କର ସୁରକ୍ଷା ଦେଉଥିଲେ କି ନାହିଁ, ଗୋବିନ୍ଦର ସମ୍ପୃକ୍ତି ଥିବା ଶିକ୍ଷାନୁଷ୍ଠାନରେ ସେକ୍ସ ସ୍କାଣ୍ଡାଲର ଅଭିଯୋଗରେ ସତ୍ୟତା ରହିଛି କି ନାହିଁ ଏସବୁ ଦିଗ ଉପରେ ପୁଲିସ ଏବେ ସମ୍ପୂର୍ଣ୍ଣ ନିରବ ରହିଛି। ଆଉ ଏସବୁ ପ୍ରଶ୍ନ ସାଧାରଣ ଲୋକଙ୍କ ମନକୁ ଆନ୍ଦୋଳିତ କରୁଥିବାବେଳେ ଦିବ୍ୟଶଙ୍କରକୁ ବଂଚାଇବା ପାଇଁ ବିଜେଡି ନିଜର ଦଳୀୟ ନୀତି ଓ ଆଦର୍ଶକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ।

ଦିବ୍ୟଶଙ୍କର ନିଆଁକୁ ଅଣ୍ଟିରେ ପୁରାଇ ବିଜେଡି ଯେନତେନ ପ୍ରକାରେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଜିଣିବା ପାଇଁ ବିରୋଧୀ ଦଳଗୁଡ଼ିକର ଅଭିଯୋଗକୁ ଅଣଦେଖା କରିବାରେ ଲାଗିଛି। ଆଉ ବିରୋଧୀ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ମଧ୍ୟ ପଛାଉ ନାହିଁ। ମମିତା ପ୍ରସଙ୍ଗରେ ବିରୋଧୀଙ୍କ ବେଶୀ ହଙ୍ଗାମା ସାଧାରଣ ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ଥିବା ବିଜେଡି ଆକଳନ କରିସାରିଛି । ଯେଉଁଥପାଇଁ ପଂଚାୟତ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗକୁ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପକାଇବା ଉଦ୍ୟମରେ ଲାଗି ପଡ଼ିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜୁଲାଇ ୧୫ ଓ ସେପ୍ଟେମ୍ବର ୨୭ତାରିଖରେ ଦୁଇଥର କଂଗ୍ରେସ ସମର୍ଥନରେ ଓଡ଼ିଶା ବନ୍ଦ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ଆଉ ଏବେ ଗତ କିଛିଦିନ ଧରି ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ଜିଲ୍ଲାୱାରି ବନ୍ଦ ଓ ବିକ୍ଷୋଭ ଚାଲିଛି। ତେବେ ଏନେଇ ମୁହଁ ଖୋଲି ନଥିବା ଶାସକ ବିଜେଡି କିନ୍ତୁ ଆସନ୍ତାକାଲି କଂଗ୍ରେସର ଧର୍ମଘଟ ବା ଶାନ୍ତପୂର୍ଣ୍ଣ ରାଜ୍ୟବ୍ୟାପୀ ହରତାଳକୁ କଡ଼ା ବିରୋଧ କରିଛି। ପ୍ରଥମଥର ପାଇଁ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଡାକି କଂଗ୍ରେସର ଏଭଳି କାର୍ଯ୍ୟକ୍ରମକୁ ବିରୋଧ କରିବା ସହ ଏଭଳି ନିଷ୍ପତ୍ତିରୁ ତୁରନ୍ତ ଓହରି ଯିବାକୁ କହିଛି। ଏହାସହିତ ବିଜେପିର ‘ବି’ ଟିମ୍ ଭଳି ତା’ର ଇସାରାରେ କଂଗ୍ରେସ ଏଠାରେ କାର୍ଯ୍ୟ କରୁଥିବା କହିଛି। ବିଜେଡିର ଏଭଳି ଆଚରଣ ହିଁ ମମିତା ମାମଲାରେ ଦଳ ଓ ସରକାରକୁ ବ୍ୟାକଫୁଟରେ ରଖିଥିବାବେଳେ ଡିଜି ପୁଲିସ ସମସ୍ତ ଜିଲ୍ଲାର ଏସପିଙ୍କ ସହ ବୈଠକ କରି ଆସନ୍ତାକାଲି ବନ୍ଦ ପାଳନରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳିବାକୁ କହିଛନ୍ତି।

ସୂଚନାଯୋଗ୍ୟ, ମମିତା ମେହେର ମାମଲାରେ ଗୃହମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ସୁରକ୍ଷା ଦେବାକୁ ଶାସକ ବିଜେଡି ଫୁଲଦମରେ ଲାଗି ପଡ଼ିଥିବାବେଳେ ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ନଛୋଡବନ୍ଧା ହୋଇଛନ୍ତି । ପଂଚାୟତ ନିର୍ବାଚନରେ ଜନମତକୁ ନିଜ ସପକ୍ଷରେ କରିବା ପାଇଁ ମମିତା ମେହେର ପ୍ରସଙ୍ଗ ଅଧିକ ପ୍ରଭାବଶାଳୀ ହେବ ବୋଲି ଭାବି ତଦନୁରୂପ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏହି ପ୍ରସଙ୍ଗ ହିଁ ଦୁଇ ଦଳକୁ ରାଜ୍ୟରେ ନିଜର ଅସ୍ତିତ୍ୱ ରକ୍ଷା କରିବାରେ ସହାୟକ ହୋଇପାରିବ। ଆଉ ଏହି ସୁବର୍ଣ୍ଣ ସୁଯୋଗକୁ ଛାଡ଼ି ଯଦି ବିଜେପି ଓ କଂଗ୍ରେସ ବ୍ୟାକଡୋରରେ ଶାସକ ବିଜେଡି ସହ ସଲାସୁତରା କରନ୍ତି ତେବେ ରାଜ୍ୟରେ ସେମାନେ ନିଶ୍ଚିହ୍ନ ହେବା ନିଶ୍ଚିତ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story