ପାଣ୍ଡିଆନଙ୍କୁ କେଉଁ ଆଧାରରେ ମିଳିଛି ଜେଡ୍ ସୁରକ୍ଷା : ଫେରାଦ ହେଲା ବିଜେପି, ଧର୍ମେନ୍ଦ୍ର ବି କଲେ କଟାକ୍ଷ

ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପାଣ୍ଡିଆନଙ୍କ କାର୍ଯ୍ୟକଳାପ ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛି ବିଜେପି।

BJP

ବିଜେପି ନେତା

Ordigital Desk
  • Published: Thursday, 25 April 2024
  • Updated: 25 April 2024, 08:13 PM IST

Sports

Latest News

ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ କେଉଁ ଆଧାରରେ ଜେଡ୍ କାଟେଗୋରୀର ସୁରକ୍ଷା ଦିଆଯାଉଛି ବୋଲି ବିଜେପି ପ୍ରଶ୍ନ ଉଠାଇବା ସହ ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି । ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ, ଇଏ ତ ଇଂରେଜ ଶାସନଠୁ ବଳିଗଲାଣି । ଆମ ରାଜ୍ୟରେ ଚାକିରି କରି, ଆମ ଖଜଣାରେ ଦରମା ନେଇ ଏବେ ଆମକୁ ନାଲିଆଖି ଦେଖାଇଲେଣି । କାହାକୁ ଡର, କ୍ଷମତାରେ ନଥାଇ ଏଭଳି ସୁରକ୍ଷା କ’ଣ ପାଇଁ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ନେତା ପାଣ୍ଡିଆନଙ୍କ କାର୍ଯ୍ୟକଳାପ ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ପାଣ୍ଡିଆନ କୌଣସି ସାମ୍ବିଧାନିକ ପଦ ପଦବୀରେ ନାହାନ୍ତି । ସେ ସାଂସଦ କି ବିଧାୟକ ବି ନୁହଁନ୍ତି । ବିଜେଡିର ଜଣେ ସାମାନ୍ୟ ସଦସ୍ୟ । ଶାସକ ବିଜେଡିର ଜଣେ ସାଧାରଣ କର୍ମୀ ପାଣ୍ଡିଆନଙ୍କୁ ପୁଲିସ ଛାଉଣିରେ ରଖିବା ସହ ତାଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ କିଭଳି ନିର୍ମାଣ କରାଯାଉଛି। କେଉଁ ଆଧାରରେ ପାଣ୍ଡିଆନଙ୍କୁ ଏତେ ମାତ୍ରାରେ ଜେଡ୍ କାଟେଗୋରୀର ସୁରକ୍ଷା ଦିଆଯାଉଛି ? ରାଜ୍ୟ ମୁଖ୍ୟ ସଚିବ ଓ ଗୃହ ସଚିବ କାହିଁକି ଓ କାହା ନିର୍ଦ୍ଦେଶରେ ପାଣ୍ଡିଆନଙ୍କୁ ଏହି ଜେଡ୍ କାଟେଗୋରୀ ସୁରକ୍ଷା ଦେଇଛନ୍ତି ? ନେତାଗିରି କରୁଥିବା ପାଣ୍ଡିଆନଙ୍କର ଲୋକଙ୍କୁ ଏତେ ଭୟ କାହିଁକି ? ବିଜେଡିର ସାମାନ୍ୟ କର୍ମୀ ପାଣ୍ଡିଆନଙ୍କୁ ଏଭଳି ସୁରକ୍ଷା ଯୋଗାଇ ଦେବା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ତାଙ୍କଠାରୁ ତୁରନ୍ତ ସୁରକ୍ଷା ପ୍ରତ୍ୟାହାର କରାଯାଉ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଦାବି କରିଛି ।

Also Read

ଶ୍ରୀମହାନ୍ତି ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଦୃଶ୍ୟ ହୋଇଯାଇଛନ୍ତି । ଭିଡିଓ କଲ୍ ଜରିଆରେ ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ସାଜିଥିବା ଭିକେ ପାଣ୍ଡିଆନ ରିମୋର୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପରିଚାଳିତ କରୁଛନ୍ତି । ଶ୍ରୀ ପାଣ୍ଡିଆନଙ୍କ କାର୍ଯ୍ୟକଳାପ ହିଁ ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି ।

ସେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଶାସକ ବିଜେଡିକୁ ଭୋଟ ନଦେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହିଙ୍କ ଭଳି ଦୁର୍ଦ୍ଦଶା ଭୋଗିବ । ମିଥ୍ୟା କେସରେ ଜେଲ ପଠାଯିବାର ଧମକ ପୁଲିସ୍ ଦେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଥାନା ଏଏସଆଇ  କୃଷ୍ଣଚନ୍ଦ୍ର ଦାସ ଫୋନ କରି ସ୍ଥାନୀୟ ସରପଂଚ, ଜିଲ୍ଲା ପରିଷଦ ସଦସ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମା'ମାନଙ୍କୁ ଏଭଳି ଧମକ ଦେଉଛନ୍ତିା  ବିଜେଡିର ମୁଷ୍ଟିମେୟ ଅଧିକାରୀମାନେ ସରକାରୀ କଳ, ବଳ ପ୍ରୟୋଗ କରିବା ସହ ଲୋକଙ୍କୁ ଧମକାଇ ଭୋଟ ହାତେଇବାକୁ ଚାହୁଁଛନ୍ତି । ତେଣୁ କମିଶନ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର ଓ ପିଙ୍କି ପ୍ରଧାନଙ୍କ ସମେତ ଦିଲୀପ ମଲ୍ଲିକ, ସୁଜିତ୍ କୁମାର ଦାସ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

ଏପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ଶାସନ ବ୍ୟବସ୍ଥା ନାହିଁ। କିଛି ଲୋକ ପଛ କବାଟ ତାଡ଼ି ପଶିବାକୁ ଚାହୁଁଛନ୍ତି । ଗଣତନ୍ତ୍ରରେ ଭୋଟ୍ ହେଉଛି ପରମ୍ପରା, ଲୋକଲଜ୍ଜା ମାନ୍ୟତାଠାରୁ ସବୁଠୁ ଉପରେ। ଏଠି କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟା ହେଉଛି । କିନ୍ତୁ ବାବୁମାନେ ମାଲିକ ସାଜିଛନ୍ତି । କିଛି ଗୁମାସ୍ତା ଶ୍ରେଣୀର ଲୋକମାନେ ଏଭଳି କାର୍ଯ୍ୟ କରୁଛନ୍ତି ଯାହାକୁ ଲୋକେ ଦେଖୁଛନ୍ତି । ସତସାହାସ ଥିଲେ, ନିଜ ରାଜ୍ୟରେ ନିର୍ବାଚନ ଲଢ଼ିକି ଦେଖାଅ । ଇଏ ତ ଇଂରେଜଙ୍କଠୁ ବି ବଳିଗଲେ । ଆମ ରାଜ୍ୟରେ ଚାକିରି କଲେ, ଆମ ଖଜଣାରୁ ଦରମା ପାଇଲେ ଏବେ ଆମକୁ ନାଲିଆଖି ଦେଖାଉଛନ୍ତି। ଇଂରେଜ ଶାସନ ଯାହା ଚାଲିଥିଲା ସେଭଳି ବ୍ୟବହାର କରୁଛନ୍ତି । କ୍ଷମତାରେ ନଥାଇ କି ବି କାହାକୁ ଡରୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଯୋଡ଼ି ଶଙ୍ଖ ବହୁତ ଦୁଃଖ, ଯୋଡ଼ି ଫୁଲ୍ ବହୁତ ଭଲ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story