ପଦ୍ମପୁର: ୧୪ ଟେବୁଲରେ ହେବ ଭୋଟ ଗଣତି, ୨୩ଟି ରାଉଣ୍ଡରେ ଫଳ ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ କାଉଣ୍ଟିଂ ହେବ। ଏହାପରେ ଇଭିଏମ୍ ଗଣତି ହେବ। ୩୧୯ଟି ବୁଥର ଭୋଟ ଗଣତି ୧୪ଟି ଟେବୁଲରେ କରାଯିବ। ବୁଥ୍ ସଂଖ୍ୟା ଓ ପ୍ରାର୍ଥୀ ସଂଖ୍ୟା ବେଶୀ ଥିବାରୁ ଗଣତି ୨୩ ରାଉଣ୍ଡ ହୋଇ ଫଳାଫଳ ପ୍ରକାଶ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଆଜି ସୂଚନା ଦେଇଛନ୍ତି। ସମସ୍ତ ବୁଥ୍ ଗଣତି […]

padampur

  • Published: Wednesday, 07 December 2022
  • , Updated: 07 December 2022, 06:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ କାଉଣ୍ଟିଂ ହେବ। ଏହାପରେ ଇଭିଏମ୍ ଗଣତି ହେବ। ୩୧୯ଟି ବୁଥର ଭୋଟ ଗଣତି ୧୪ଟି ଟେବୁଲରେ କରାଯିବ। ବୁଥ୍ ସଂଖ୍ୟା ଓ ପ୍ରାର୍ଥୀ ସଂଖ୍ୟା ବେଶୀ ଥିବାରୁ ଗଣତି ୨୩ ରାଉଣ୍ଡ ହୋଇ ଫଳାଫଳ ପ୍ରକାଶ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଆଜି ସୂଚନା ଦେଇଛନ୍ତି।

ସମସ୍ତ ବୁଥ୍ ଗଣତି ସରିଲେ ୫ଟି ବୁଥର ଭିଭିପାଟ୍ ମ୍ୟାଚ କରାଯିବ। ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସେପଟେ ପଦ୍ମପୁରରେ କିଏ ମାରିବ ବାଜି ? ଗଣତି ପୂର୍ବରୁ ଏବେ ଫଳାଫଳକୁ ନେଇ ବଢୁଛି ହାର୍ଟ ବିଟ୍। ତେବେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି, ‘ମୋ ଛାତି ଧଡ ଧଡ ନାହିଁ, ମୁଁ ନିଶ୍ଚୟ ଅଛି ଯେ ବିଜେଡ଼ି ଠାରୁ ବୃହତ ବ୍ୟବଧାନରେ ବିଜୟ ହେବ। ତାରିଖ ଘୋଷଣା ଦିନଠାରୁ ଲୋକଙ୍କ ଅଶୀର୍ବାଦ ଓ ସମର୍ଥନ ମିଳିଛି। କର୍ଯ୍ୟକର୍ତ୍ତା ଏବଂ ସାଧାରଣ ଭୋଟରଙ୍କ ମଧ୍ୟରେ ଉତ୍ସାହ ଥିଲା। ଅଧିକ ମତଦାନ ହୋଇଛି। ବିଜୟ ନେଇ ଶତ ପ୍ରତିଶତ ଆଶାବାଦୀ ବୋଲି ସେ କହିଛନ୍ତି।

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ମଧ୍ୟ ନିଜ ସପକ୍ଷରେ ରେଜଲ୍ଟ ନେଇ ଆଶାବାଦୀ ଅଛନ୍ତି। ଅନ୍ୟପଟେ କିନ୍ତୁ ଇଭିଏମ ଖୋଲିବା ପୁର୍ବରୁ ହାତ ଟେକି ଦେଇଛି କଂଗ୍ରେସ। ଗଣତନ୍ତ୍ର ନୁହଁ ଧନତନ୍ତ୍ରର ବିଜୟ ହେବ ବୋଲି ବିଧାୟକ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ କହିଛନ୍ତି। ଶାସକ ଦୁଇ ଦଳ ପକ୍ଷରୁ ଅଜସ୍ର ଟଙ୍କା ଖର୍ଚ୍ଚ ହେଲା, ଟଙ୍କାର ସୁଅ ଛୁଟିଲା। ତେଣୁ ଏତେ ଭଲ ହେବନି ବୋଲି ସେ କହିଛନ୍ତି। ପସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ପଦ୍ମପୁରରେ କଂଗ୍ରେସର ବିଜୟ ସମ୍ଭାବନା ନାହିଁ। ଅର୍ଥ ଲଢେଇ ପାଇଁ ଆମେ ପଛରେ ରହୁଛୁ। ପଦ୍ମପୁର ଉପନିର୍ବାଚନ ହେଉଛି ରାଜ୍ୟ ଓ କେନ୍ଦ୍ର ଭିତର ଲଢେଇ। କିଏ ଇଡି ପଠାଉଛି ତ ଆଉ କିଏ GST ରେଡ୍ କରୁଛି। ଟଙ୍କା ଖୋଲା ଖୋଲି ବଣ୍ଟା ଯାଇଛି। ଆମେ କିନ୍ତୁ ଆଦର୍ଶ ଭାବେ ଲଢ଼ିଛୁ ବୋଲି ସେ କହିଛନ୍ତି।

Related story