ଶଙ୍ଖ ଭବନକୁ ଶବ ମନା !

  • Published: Monday, 04 September 2023
  • , Updated: 04 September 2023, 06:11 PM IST

ଦିବଙ୍ଗତ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତି ଏ କି ପ୍ରକାର ଶ୍ରଦ୍ଧାଞ୍ଜଳି ଦେଲା ବିଜେଡି ? ମରଶରୀର 'ଶଙ୍ଖ ଭବନ'କୁ ମଡେଇ ଦେଲେ ନାହିଁ। ନନେବା ଲାଗି କାହାର ଥିଲା ନିର୍ଦ୍ଦେଶ ? ବିଜୁ ଜନତା ଦଳର ବରିଷ୍ଠ ନେତା, ୭-୭ ଥରର ବିଧାୟକ। ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ତଥା ବିଧାନସଭାର ପୂର୍ବତନ ବାଚସ୍ପତି। ଏହା ସତ୍ତ୍ବେ ଦିବଂଗତ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାର୍ଥିବ ଶରୀର ଯାଇ ପାରିଲା ନାହିଁ ଭୁବନେଶ୍ୱର ସ୍ଥିତ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ- ‘ଶଙ୍ଖ ଭବନ’କୁ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Related story