ଏମାନେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଷ୍ଟାର ପ୍ରଚାରକ

ଭଦ୍ରକ (ପାର୍ଥସାରଥୀ ନାୟକ): ଧାମନଗରରେ ହେବାକୁ ଯାଉଛି ଉପନିର୍ବାଚନ। ନଭେମ୍ୱର ୩ ତାରିଖରେ ହେବ ଭୋଟ୍‌। ସେଥିପାଇଁ ଧାମନଗର ରାଜନୀତି ସରଗରମ ହୋଇଛି। ନିଜ ସପକ୍ଷରେ ଜନମତ ହାତେଇବା ପାଇଁ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ନିଜ ନିଜର ସବୁଠାରୁ ଦକ୍ଷ ସେନାପତିଙ୍କୁ ମୈଦାନରେ ଓହ୍ଲାଇଛନ୍ତି। ଏପରି ସ୍ଥିତିରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ କିନ୍ତୁ ନିର୍ବାଚନମଣ୍ଡଳୀର ଲୋକଙ୍କ ଆଶ୍ରୟ ନେଇଛନ୍ତି। ଧାନମନଗର ନିର୍ବାଚନମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର […]

Rajandra-Das

  • Published: Monday, 17 October 2022
  • , Updated: 17 October 2022, 04:27 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): ଧାମନଗରରେ ହେବାକୁ ଯାଉଛି ଉପନିର୍ବାଚନ। ନଭେମ୍ୱର ୩ ତାରିଖରେ ହେବ ଭୋଟ୍‌। ସେଥିପାଇଁ ଧାମନଗର ରାଜନୀତି ସରଗରମ ହୋଇଛି। ନିଜ ସପକ୍ଷରେ ଜନମତ ହାତେଇବା ପାଇଁ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ନିଜ ନିଜର ସବୁଠାରୁ ଦକ୍ଷ ସେନାପତିଙ୍କୁ ମୈଦାନରେ ଓହ୍ଲାଇଛନ୍ତି। ଏପରି ସ୍ଥିତିରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ କିନ୍ତୁ ନିର୍ବାଚନମଣ୍ଡଳୀର ଲୋକଙ୍କ ଆଶ୍ରୟ ନେଇଛନ୍ତି।

ଧାନମନଗର ନିର୍ବାଚନମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଆଜି ଜାରି କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା। ସେଥିରେ ସେ ମାଆ, ବାପା, ଗୁରୁଜନ, ବୁଜୁର୍ଗୁ, ଚାଚା, ଚାଚି, ଗରିବ ଖଟିଖିଆ, କୃଷକ ଭାଇ, ଭାଇ, ଭଉଣୀ ଓ ସାଧାରଣ ଜନତାଙ୍କୁ ଷ୍ଟାର ପ୍ରଚାରକ କରିଛନ୍ତି।

ସେପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ କହିଛନ୍ତି, ଧାମନଗର ମାଟି ମା’ର ସମ୍ମାନ ପାଇଁ ଲଢୁଛି। ଯେଉଁମାନେ ଭୋଟ ଦେବେ, ସେମାନେ ଆଶୀର୍ବାଦ କରିଛନ୍ତି। ସେମାନଙ୍କ ସହଯୋଗରେ ମୁଁ ନିଶ୍ଚିତ ନିର୍ବାଚନ ଜିତିବି। ଲୋକଙ୍କ ସହ ସବୁବେଳେ ରହିଥିବାରୁ ତାଙ୍କ ଆଶୀର୍ବାଦ ରହିଛି। କାଲିଠାରୁ ପ୍ରଚାର ଆରମ୍ଭ କରିବି ବୋଲି ରାଜେନ୍ଦ୍ର କହିଛନ୍ତି।

ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ଯୋଗୁ ସେଠାରେ ହେଉଛି ଉପନିର୍ବାଚନ। ଏଥିରେ ବିଜେପିରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ଓ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜେନ୍ଦ୍ର ପ୍ରାର୍ଥୀ ହେବା ପରେ ଧାମନଗରରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଆଶା କରାଯାଉଛି।

Related story