ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ। ତେବେ ଗତ ୨୦ ତାରିଖରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟ ଓ ସରପଞ୍ଚମାନଙ୍କୁ ଶଙ୍ଖ ଭବନକୁ ଡକାଯାଇ ଦିଲ୍ଲୀପଙ୍କୁ ସମର୍ଥନ କରିବାକୁ ଭର୍ଚୁଆଲ ବାର୍ତ୍ତାରେ କହିଥିଲେ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ତା’ସହିତ ବିଧାୟକ ସମୀର ରଞ୍ଜନ ଦାଶଙ୍କୁ କାହିଁକି ଟିକେଟ ଦିଆଗଲା ନାହିଁ, ସେ ବିଷୟରେ ରଣେନ୍ଦ୍ର ସ୍ୱାଇଁ କହିଥିଲେ, ଦିଲ୍ଲୀପଙ୍କୁ ତୁମେମାନେ ସାହାଯ୍ୟ କରିବା ଉଚିତ୍। ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେବ। ସମୀର ଦାଶଙ୍କୁ ଆମେ ଟିକେଟ ଦେଇଥାଆନ୍ତୁ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସମୀରଙ୍କ ନାଁରେ ଯେଉଁ ପ୍ରକାରର କାଗଜପତ୍ର ବାହାରିଥିଲା, ତାକୁ ଦେଖିଲା ପରେ ଦଳର ନିଷ୍ପତ୍ତି ବଦଳିଥିଲା।