ପୁଅ ନୁହେଁ, ଉତ୍ତାଧିକାରୀ ହେବେ ପୁତୁରା !

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ଅଧିକାଂଶ ସ୍ଥାନରେ ନେତା ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ସ୍ଥାନ ପକ୍କା କରୁଥିବା ଦେଖିବାକୁ ମିଳିଛି। ଓଡ଼ିଶା ହେଉ କି ବିହାର ଅଥବା ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ କି ହରିଆନା, ସବୁ ରାଜ୍ୟରେ ଅନେକ ତୁଙ୍ଗ ରାଜନେତାଙ୍କ ବଦଳରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ପୁଅ। ଦେଶରେ ‘ବଂଶବାଦ’ ରାଜନୀତି ଏକ ବଡ଼ ପ୍ରସଙ୍ଗ ହୋଇଥିବା ବେଳେ ଏଥରର ସ୍ଥିତି ଦେଖି ଲାଗୁଛି ଏହାର ସମ୍ପୁର୍ଣ୍ଣ ବିଲୋପ ଏକ ପ୍ରହେଳିକା ମାତ୍ର। କାରଣ […]

pop

pop

Subhransu Sekhar
  • Published: Thursday, 18 April 2019
  • Updated: 18 April 2019, 06:44 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ଅଧିକାଂଶ ସ୍ଥାନରେ ନେତା ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ସ୍ଥାନ ପକ୍କା କରୁଥିବା ଦେଖିବାକୁ ମିଳିଛି। ଓଡ଼ିଶା ହେଉ କି ବିହାର ଅଥବା ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ କି ହରିଆନା, ସବୁ ରାଜ୍ୟରେ ଅନେକ ତୁଙ୍ଗ ରାଜନେତାଙ୍କ ବଦଳରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ପୁଅ। ଦେଶରେ 'ବଂଶବାଦ' ରାଜନୀତି ଏକ ବଡ଼ ପ୍ରସଙ୍ଗ ହୋଇଥିବା ବେଳେ ଏଥରର ସ୍ଥିତି ଦେଖି ଲାଗୁଛି ଏହାର ସମ୍ପୁର୍ଣ୍ଣ ବିଲୋପ ଏକ ପ୍ରହେଳିକା ମାତ୍ର। କାରଣ ଅନେକ ରାଜନେତା ନିଜ ଉତ୍ତରାଧିକାରୀ ଭାବେ ଦଳର ଅନ୍ୟ କୌଣସି ନେତା ନୁହେଁ ବରଂ ନିଜ ଆତ୍ମଜଙ୍କୁ ହିଁ ବାଛୁଛନ୍ତି। ଯେଉଁମାନେ ଅବିବାହିତ ସେମାନେ ନିଜ ସମ୍ପର୍କୀୟଙ୍କୁ ନିଜ ଉତ୍ତରାଧିକାରୀ ଭାବେ ରଖିବାକୁ ଆଗ୍ରହୀ । ଏହି କ୍ରମରେ ଦେଖିବାକୁ ଗଲେ ଏଥର ଏମିତି କିଛି ରାଜନେତାଙ୍କ କଥା ଆମେ କହିବୁ ଯେଉଁମାନେ ନିଜ ପୁତୁରାଙ୍କୁ ନିଜ ଉତ୍ତରାଧିକାରୀ ଭାବେ ଚୟନ କରିଛନ୍ତି, ଅଥବା ଚର୍ଚ୍ଚାରେ ଅଛନ୍ତି।

ବିଜେପି ୨୦୧୪ରେ ବଂଶବାଦ ନାରା ଦେଇ କଂଗ୍ରେସକୁ କ୍ଷମତାଚ୍ୟୁତ କରିଥିଲା। ଏବେ ମଧ୍ୟ ବଂଶବାଦର ନାରା ଦେଇ କଂଗ୍ରେସ, ଆରଜେଡି, ଜେଡିଏସ ଭଳି ଦଳକୁ ସମାଲୋଚନା କରି ବିଜେପି କେତେକ ସ୍ଥାନରେ ସଫଳ ହୋଇଛି।

ବଂଶବାଦ ତାଲିକାରେ ଏଥର କିଏ ?

ବିଜୁ ଜନତା ଦଳର ସୁପ୍ରିମୋ ନିଜ ଉତ୍ତରାଧିକାରୀ ଭାବେ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ରାଜନୀତିରେ ପ୍ରବେଶ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି। ଚଳିତଥର ହିଞ୍ଜଳି ଓ ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢୁଥିବା ନବୀନ ଆଗାମୀ ଦିନରେ କୌଣସି ଆସନ ପୁତୁରା ପାଇଁ ଛାଡି ପାରନ୍ତି ବୋଲି ଆଲୋଚନା ହେଉଛି। ଅରୁଣ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କୁ ପୁଅ।

ସେହପରି ପଶ୍ଚିମବଙ୍ଗର ଶାସକ ଦଳ ତୃଣମୁଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜି ତାଙ୍କ ୩୧ ବର୍ଷୀୟ ପୁତୁରା ଅଭିଷେକ ବାନାର୍ଜି ନିର୍ବାଚନୀ ମୈଇଦାନରେ ଅଛନ୍ତି। ବହୁପୂର୍ବରୁ ସେ ରାଜନୀତିରେ ସକ୍ରିୟ ଅଛନ୍ତି। ଆଗାମୀ ଦିନରେ ମମତାଙ୍କ ଉତ୍ତରାଧିକାରୀ ଅଭିଷେକ ବୋଲି ରାଜ୍ୟରେ ଚର୍ଚ୍ଚା ହେଉଛି।

ସେହିପରି ୟୁପିର ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ମଧ୍ୟ ଚଳିତ ନିର୍ବାଚନରେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳରେ ମିଶାଇ ନିଜର ଉତ୍ତରାଧିକାରୀ ସାବ୍ୟସ୍ତ କରିଛନ୍ତି।

ଆକାଶ ଆନନ୍ଦ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ନିଜ ୨୪ ବର୍ଷୀୟ ପୁତୁରା ଆକାଶଙ୍କୁ ଏଥର ନିର୍ବାଚନରେ ସାମିଲ କରିଛନ୍ତି। ଗତବର୍ଷ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ପୁତୁରା ଆକାଶଙ୍କ ରାଜନୈତିକ ସକ୍ରିୟତା ନେଇ ମାୟାବତୀ ଜଣାଇଥିଲେ। ଏ ବର୍ଷ ସେ ନିର୍ବାଚନୀ ରଣାଙ୍ଗନରେ ସକ୍ରିୟ ଅଛନ୍ତି। ଲଣ୍ଡନରେ ଏମବିଏ କରିଛନ୍ତି ଆକାଶ ଆନନ୍ଦ। ପୂର୍ବରୁ ବିଭିନ୍ନ ସଭା ସମିତିରେ ଆକାଶ ଆନନ୍ଦଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏପ୍ରିଲ ୭ରେ ଉତ୍ତର ପ୍ରଦେଶ ଦେଓବନ୍ଦରେ ଏସପି-ବିଏସପି-ଆରଏଲଡି ମିଳିତ ନିର୍ବାଚନୀ ରାଲିରେ ପ୍ରଥମଥର ପାଇଁ ଆକଶ ଆନନ୍ଦଙ୍କୁ ମାୟାବତୀଙ୍କ ସହ ଦେଖିବାକୁ ମିଳିଥିଲା। ଏହି ସଭାରେ ମାୟାବତୀ ଜାତି ଆଧାରରେ ଭୋଟ ଭିକ୍ଷା କରି ଅଡୁଆରେ ପଡ଼ିଥିଲେ। ଯେଉଁଥିପାଇଁ ମାୟାବତୀଙ୍କ ଉପରେ ୪୮ ଘଣ୍ଟା ନିର୍ବଚନୀ ପ୍ରଚାର ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ।ଏହାପରେ କିନ୍ତୁ ଆଗ୍ରାରେ ଏସପି-ବିଏସପି-ଆରଏଲଡି ମିଳିତ ଭାବରେ ଏକ ରାଲି କରିଥିଲେ। ଯେଉଁଥିରେ ମାୟାବତୀ ଯୋଗ ଦେଇପାରିନଥିଲେ କଟକଣା କାରଣରୁ। ହେଲେ ତାଙ୍କ ସ୍ଥାନରେ ପୁତୁରା ଆନନ୍ଦ ଓ ବିଏସପିର ବରିଷ୍ଠ ନେତା ଯୋଗ ଦେଇଥିଲେ।

ଅଭିଷେକ ବାନାର୍ଜ: ସେହିପରି ମମତା ବାନାର୍ଜିଙ୍କ ପୁତୁରା ଅଭିଷେକ ବାନାର୍ଜି ଏବେ ମମତାଙ୍କ ଉତ୍ତରାଧିକାରୀ ବୋଲି ଚର୍ଚ୍ଚା ହେଉଛି। ମହାମେଣ୍ଟ ଜରିଆରେ ନିଜର ସ୍ଥିତି ଜାହିର କରୁଥିବା ଟିଏମସି ସୁପ୍ରିମୋ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ହେବାକୁ ଅଭିଳାଶ ରଖିଛନ୍ତି। ତେଣୁ ପୁତୁରା ଅଭିଷେକଙ୍କ ପାଇଁ ରାସ୍ତା ପ୍ରଶସ୍ତ କରୁଥିବା ଜଣାପଡ଼ିଛି। ହାର୍ବର ଲୋକସଭା ଆସନରୁ ୨୦୧୯ରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅଭିଷେକ। ୨୦୦୯ରେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମାର୍କେଟିଂରେ ଏମବିଏ କରିଥିଲେ ଅଭିଷେକ।୨୦୧୫ରେ ଟିଏମ୍‌ସିର ୟୁଥ କଂଗ୍ରେସର ଅଧ୍ୟକ୍ଷ ଅଭିଷେକ ହେବା ପରେ ଟିଏମସି ଯୁବ ସଙ୍ଗଠନକୁ ଭାଙ୍ଗି ଦିଆଯାଇଛି। ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ଟିଏମସି ପଶ୍ତିମବଙ୍ଗର ୪୨ଟି ଲୋକସଭା ଆସନ ପାଇଁ ଏକ ଆଇଟି ସେଲ ଗଠନ କରିଛନ୍ତି। ଯାହାର ନେତୃତ୍ୱ ଅଭିଷେକ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story