ରାଜ୍ୟ ସଭାପତିଙ୍କ ସାଙ୍ଗରେ ୧୯ ତାରିଖରେ ଦିଲ୍ଲୀ ଯିବେ ୨୨ ବିଧାୟକ। ଦିଲ୍ଲୀରେ ଏମାନଙ୍କ ସହ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି। ଯେଉଁଠି ୨୪ ନିର୍ବାଚନ ବ୍ଲୁପ୍ରିଣ୍ଟ କାର୍ଯ୍ୟକାରୀ କରିବାକୁ ଆଲୋଚନା ହେବ। ଏଥିସହ କେନ୍ଦ୍ରୀୟ ଯୋଜନା ହଡ଼ପ ଏବଂ ମୋଦି ଫଟୋ ହଟାଯିବା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ ବିଧାୟକ ଦଳ।