କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିକୁ ସଫଳ ଭାବେ ମୁକାବିଲା କରିବା ନିମନ୍ତେ ତୁରନ୍ତ ଏକ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ଦାବି କରିଛି। ଏହାସହିତ କରୋନା ମୁକାବିଲା ନେଇ ବିଧାନସଭା ବାଚସ୍ପତି ଡାକିଥିବା ବିଧାୟକମାନଙ୍କ ବୈଠକ କେବଳ ଏକ ଲୋକଦେଖାଣିଆ ଓ ରାଜନୀତିକ ଚାପଗ୍ରସ୍ତ ଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କରୋନା ପରିସ୍ଥିତି ଉପରେ ଆଲୋଚନା ଓ ମୁକାବିଲା […]

niranjan

Tapas Behera
  • Published: Thursday, 20 May 2021
  • , Updated: 20 May 2021, 11:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିକୁ ସଫଳ ଭାବେ ମୁକାବିଲା କରିବା ନିମନ୍ତେ ତୁରନ୍ତ ଏକ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ଦାବି କରିଛି। ଏହାସହିତ କରୋନା ମୁକାବିଲା ନେଇ ବିଧାନସଭା ବାଚସ୍ପତି ଡାକିଥିବା ବିଧାୟକମାନଙ୍କ ବୈଠକ କେବଳ ଏକ ଲୋକଦେଖାଣିଆ ଓ ରାଜନୀତିକ ଚାପଗ୍ରସ୍ତ ଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କରୋନା ପରିସ୍ଥିତି ଉପରେ ଆଲୋଚନା ଓ ମୁକାବିଲା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଗତ ୧୫ମାସ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ ସେ ଚିଠି ଲେଖିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ କରୋନା ମହାମାରୀର ପ୍ରଥମ ଲହର ସରିଲା, ଦ୍ୱିତୀୟ ଲହରର ପରିସ୍ଥିତି ଅଣଆୟତ୍ତ ଏବଂ ସଙ୍କଟଜନକ ସ୍ଥିତିରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ବାବଦରେ କୌଣସି ଇଛା ବ୍ୟକ୍ତ କଲେ ନାହିଁ । ତେଣୁ ଦ୍ୱିତୀୟ ଥର ପାଇଁ ରାଜ୍ୟର ଏଭଳି ସଂକଟମୟ ସ୍ଥିତିକୁ ଏବଂ ରାଜ୍ୟର ଜନସାଧାରଣଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ଆଜି ଶ୍ରୀ ପଟ୍ଟନାୟକ ପୁଣି ଏକ ଚିଠି ଲେଖିଛନ୍ତି।  ଆଜି ପର୍ଯ୍ୟନ୍ତ ଏଭଳି ଗୋଟିଏ ଦିନ ମଧ୍ୟ ନାହିଁ ଯେ ଜଣେ ବ୍ୟକ୍ତି ନିଜର ଆତ୍ମୀୟ ସ୍ୱଜନକୁ ନ ହରାଉଛି।

ଏଭଳିକି ସରକାରୀ ମୃତ୍ୟୁର ପରିସଂଖ୍ୟାନକୁ ମଧ୍ୟ ଲୋକ ବିଶ୍ୱାସର ସହ ଗ୍ରହଣ କରୁନାହାଁନ୍ତି। ଏଭଳି ଏକ ଘୋର ସଂକଟମୟ ପରିସ୍ଥିତିକୁ ଯେ କେବଳ ସରକାର ଏବଂ ସରକାରୀ କଳ ଆୟତ୍ତ କରିପାରିବେ, ସେଥିରେ ମୁଁ ସନ୍ଦିହାନ। ଏଭଳି ସଂକଟ ସମୟରେ ରାଜନୈତିକ ମତଭେଦକୁ ପଛରେ ପକାଇ ରାଜନୀତିରେ ଉର୍ଦ୍ଧ୍ୱରେ ରହି ସମାଜର ବିଭିନ୍ନ ବର୍ଗ ଏବଂ ଗୋଷ୍ଠୀଙ୍କୁ ନେଇ ଏପରିସ୍ଥିତିକୁ ମୁକାବିଲା କରିବା ଉଚିତ।

ସରକାର ଏ ସମସ୍ତ ମୁକାବିଲା ପରିଚାଳନା କ୍ଷେତ୍ରରେ ନିଜେ ସମସ୍ତ ଦାୟିତ୍ୱ ନେବା ସହିତ ସମାଜର ସବୁବର୍ଗର ଲୋକଙ୍କର କଥା ଶୁଣିବାର ଆବଶ୍ୟକତା ରହିଛି । ବିଧାନସଭାର  ବାଚସ୍ପତି ଓଡିଶା ବିଧାନସଭାର ବିଧାୟକ ମାନଙ୍କୁ  ବିଶ୍ୱାସରେ ନେବାପାଇଁ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ଆପଣ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଅତି ବିଡମ୍ବନାର କଥା ଏହି ସଭାକୁ ବହୁ ରାଜନୈତିକ ଦଳର ନେତୃବର୍ଗଙ୍କୁ ନିମନ୍ତ୍ରଣ କରାଯାଇନଥିଲା ତଥା ବହୁ ବିଧାୟକ ମାନେ ମଧ୍ୟ ଏ ବୈଠକରେ ଉପସ୍ଥିତ ନଥିଲେ । ବୋଧହୁଏ ଆପଣ ରାଜନୈତିକ ଚାପଗ୍ରସ୍ତ ହୋଇ ଆପଣଙ୍କର ଅନିଚ୍ଛା ସତ୍ତ୍ୱେ ଏଭଳି ଏକ ଲୋକ ଦେଖାଣିଆ ବୈଠକ ଡକାଇବାର ବ୍ୟବସ୍ଥା କରିଥିଲେ । ଯଦ୍ୱାରା ଆପଣ ଆପଣ ସମାଜର ବିଭିନ୍ନ ବର୍ଗର ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗଙ୍କର ସର୍ବସମ୍ମତ ନିଷ୍ପତି ଗ୍ରହଣ କରିବାର ଏକ ଲୋକଦେଖାଣିଆ ନାଟକଟି କରିଲେ ।

ତେଣୁ ସମୟ ନଷ୍ଟନକରି ସମାଜର ପ୍ରତିଷ୍ଠିତ ସାମାଜିକ କର୍ମୀ, ବିଶେଷଜ୍ଞ ଏବଂ ବିଭିନ୍ନ ରାଜନୈତିକ ଦଳର ଅଭିଜ୍ଞ ସଂପନ୍ନ ନେତୃବୃନ୍ଦମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଡାକନ୍ତୁ। ସମସ୍ତଙ୍କ ସହିତ ପୁଂଖାନୁପୁଂଖ ଆଲୋଚନା କରି ମହାମାରୀକୁ କିଭଳି ଭାବରେ ପ୍ରତିହିତ କରାଯାଇ ପାରିବ ସେଥିପାଇଁ ଏକ ସ୍ୱତନ୍ତ୍ର ସମୟ ଉପଯୋଗୀ ଏବଂ ବୈଜ୍ଞାନିକ ନୀତିନୀୟମ ଅନୁସାରେ ଏକ ଖସଡ଼ା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। କୋଭିଡ ମହାମାରୀ ରାଜ୍ୟରେ ଗ୍ରାମାଂଚଳ ଠାରୁ ଆରମ୍ଭ କରି ଅପହଂଚ ଅଂଚଳରେ ପଂହଚି ସାରିଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ସେ ତାଙ୍କ ଦଳ ତଥା ଆମ ଦ୍ୱାରା ଯାହାକିଛି ଆର୍ଥିକ ସହାୟତା କରାଯାଇ ପାରିବ ତାହା କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ଏହି ସମୟ ପ୍ରଂଶସା ସାଉଁଟିବା ବା ନିନ୍ଦା ବା ଅପବାଦ କରିବାର ସମୟ ନୁହେଁ। କିଭଳି ଆମେ ଆମ ଲୋକମାନଙ୍କୁ ଅଧିକ ଟୀକାକରଣ କରିପାରିବୁ ଏବଂ ଜନସାଧାରଣଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିପାରିବୁ ତାହାହିଁ ଏ ସମୟର ବଡ଼ ଆହ୍ୱାନ କହିବା ସହ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିର ଶୀଘ୍ର ଉତ୍ତର ମୁଖ୍ୟମନ୍ତ୍ରୀ ଦେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Related story