କାହିଁକି କଟିଲା ବରିଷ୍ଠ ବିଧାୟକଙ୍କ ଟିକେଟ ?

  • Published: Sunday, 21 April 2024
  • , Updated: 21 April 2024, 12:43 PM IST

ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଘୋଷଣା କରିଥିବା 9 ଆସନ ମଧ୍ୟରୁ 5 ଜଣଙ୍କ ଟିକେଟ କଟିଛି । ତେବେ ଦଳ ପାଇଁ ଏମାନେ ଯୋଗ୍ୟ ହେଲନି ନା ଗୋଷ୍ଠୀ କନ୍ଦଳକୁ ମ୍ୟାନେଜ ? ବରିଷ୍ଠ ସଦସ୍ୟଙ୍କ ଟିକେଟ୍ କଟିଲା ଆଉ ଦିଆଗଲା ନବାଗତଙ୍କୁ । ବଡ଼ଚଣାର 3 ଗୋଷ୍ଠୀଙ୍କୁ ମ୍ୟାନେଜ ପାଇଁ ଦିଆଗଲା ଅଭିନେତ୍ରୀ ବର୍ଷାଙ୍କୁ ଟିକେଟ୍ । କେନ୍ଦ୍ରାପଡ଼ାରେ ଶଶି ଗଲେ କଂଗ୍ରେସରୁ ଆସିଥିବା ଗଣେଶ୍ବର ପାଇଲେ। ଚମ୍ପୁଆରୁ କିଙ୍ଗ ମେକର୍ ସନାତନଙ୍କୁ ଦଳ ଏଥର କିଙ୍ଗ କରିଦେଇଛି । ଆନନ୍ଦପୁରରେ ଭାଗରଥୀ 19ର ଅଦଳବଦଳର ମଜା 24ରେ ଚାଖିଲେ। ସିମୁଳିଆରେ ପଞ୍ଚାୟତ ନିର୍ବାଚନର ଖରାପ ପ୍ରଦର୍ଶନର ଫଳ ଭୋଗିଛନ୍ତି ଜ୍ୟୋତି ପାଣିଗ୍ରାହୀ।

Related story