ବିଜେଡିର ଏ କି ଦଶା: ଦଳ ଓ ସରକାରରେ ତଳଠୁ ଉପର ସମସ୍ତେ ନିରବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୪ବର୍ଷର ଇତିହାସରେ ଆଂଚଳିକ ରାଜନୀତିକ ଦଳ ବିଜେଡି କେବେ ଏଭଳି ଅସହାୟ ଅବସ୍ଥାର ସମ୍ମୁଖୀନ ହୋଇନଥିଲା, ଯାହା ଏବେ ହେଉଛି। ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ଘଟଣାରେ ବିଜେଡିର ଅସହାୟତା ବାରି ହୋଇ ପଡ଼ୁଥିବାବେଳେ ଦଳର ନେତାମାନେ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିଜେ ବିବାଦୀୟ ମନ୍ତ୍ରୀଙ୍କଠୁ ଆରମ୍ଭ କରି ଆଇନ ମନ୍ତ୍ରୀ ଓ ପୁଲିସ ଡିଜି ବି ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। […]

Divya Shankar Mishra

Divya Shankar Mishra

Ordigital Desk
  • Published: Thursday, 28 October 2021
  • Updated: 28 October 2021, 09:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୪ବର୍ଷର ଇତିହାସରେ ଆଂଚଳିକ ରାଜନୀତିକ ଦଳ ବିଜେଡି କେବେ ଏଭଳି ଅସହାୟ ଅବସ୍ଥାର ସମ୍ମୁଖୀନ ହୋଇନଥିଲା, ଯାହା ଏବେ ହେଉଛି। ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ଘଟଣାରେ ବିଜେଡିର ଅସହାୟତା ବାରି ହୋଇ ପଡ଼ୁଥିବାବେଳେ ଦଳର ନେତାମାନେ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିଜେ ବିବାଦୀୟ ମନ୍ତ୍ରୀଙ୍କଠୁ ଆରମ୍ଭ କରି ଆଇନ ମନ୍ତ୍ରୀ ଓ ପୁଲିସ ଡିଜି ବି ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ଯାହାକି କୋଟିଏ ସଦସ୍ୟଙ୍କ ଦଳ ଓ ଓଡ଼ିଶାବାସୀଙ୍କ ବଳ ବୋଲି ଦାବି କରୁଥିବା ବିଜେଡିର ଦୟନୀୟ ସ୍ଥିତିକୁ ପଦାରେ ପକାଇଛି।

ଗତ ୨୧ବର୍ଷର ଶାସନରେ ବିଜେଡି ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି, କିନ୍ତୁ ଏବେ ଯେଉଁଭଳି ଦୟନୀୟ ସ୍ଥିତିରେ ରହିଛି ତାହା କେବେ ଦେଖିବାକୁ ମିଳିନଥିଲା। ପୁଳାପୁଳା ପ୍ରମାଣ ଥାଇ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରକୁ ସୁରକ୍ଷା ଦେବାକୁ ବିଜେଡି କୋରଟିମର ଜିଦ୍ ଯୋଗୁ ଦଳ ଏବେ ସାଧାରଣରେ ଅପମାନିତ ହେଉଥିବା ଜଣାପଡ଼ିଛି।

ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ଅଭିଯୋଗ ଆଣି ତାଙ୍କର ବରଖାସ୍ତ ଦାବିରେ ଗତ କିଛି ଦିନ ଧରି ବିରୋଧୀ ଦଳ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ କରିବା ସହ ଦିଲ୍ଲୀ ଦରବାରରେ ଏହାର ପ୍ରତିଧ୍ୱନି ଶୁଭିଲାଣି। ପଂଚାୟତ ନିର୍ବାଚନ ହେଉ ଅବା ଅନ୍ୟ କୌଣସି କାରଣ ପାଇଁ ବିଜେପି ଓ କଂଗ୍ରେସ ଏହି ଆନ୍ଦୋଳନ ଓ ପ୍ରତିବାଦକୁ ଅଧିକ ଶାଣିତ ରୂପ ଦେଉଥିବାବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଇ ବିଜେଡି ଦିନକୁ ଦିନ ବ୍ୟାକଫୁଟକୁ ଯିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ, ଏହି ମାମଲାରେ ଏବେ ବିଜେଡିର ନେତାମାନେ ମୁହଁ ଖୋଲିବାକୁ ମଧ୍ୟ ସଙ୍କୋଚ କରୁଛନ୍ତି।

ଆଉ ସରକାରରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କଠୁ ଆରମ୍ଭ କରି ପୁଲିସ ଡିଜି ପର୍ଯ୍ୟନ୍ତ ସମସ୍ତେ ନିରବ ରହିଥିବାରୁ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ଆସୁଥିବା ପୁଳାପୁଳା ଅଭିଯୋଗକୁ ଲୋକେ ସତ ବୋଲି ବିବେଚନା କରିବାକୁ ଏକରକମ ବାଧ୍ୟ ହେଲେଣି। ବାୟୁସେନାର ଅଫିସର ଚାକିରିରୁ ଆସି ବିଧାୟକ ହୋଇଥିବା ମନ୍ତ୍ରୀ ଶ୍ରୀ ମିଶ୍ର, ଏତେ ଅଭିଯୋଗ ସତ୍ତ୍ୱେ ବି ନିଜେ ନୈତିକତା ଦୃଷ୍ଟିରୁ ମୁହଁ ନଖୋଲିବା ତାଙ୍କ ଉପରେ ଥିବା ସାଧାରଣ ଲୋକଙ୍କ ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରାଇଛି।

ଦିବ୍ୟଶଙ୍କର ଦ୍ୱିତୀୟ ଦଫାରେ ବିଧାୟକ ହୋଇ ଆସିବା ପରେ ତାଙ୍କୁ ଏକକାଳୀନ ୪ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ(ଶକ୍ତି, ଶିଳ୍ପ, ଏମଏସଏମଇ ଓ ଗୃହ) ଦେଇ ପ୍ରଚ୍ଛଦପଟ୍ଟରେ ରହି ଜଣେ ଯୁବ ବିଧାୟକ ଏସବୁ ବିଭାଗର ସୁପର ମିନିଷ୍ଟର ପାଲଟିଥିବା ତଥା ବ୍ୟବସାୟିକ ସ୍ୱାର୍ଥ ରକ୍ଷା ନିମନ୍ତେ ଏବେ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବା ଏକପ୍ରକାର ବାଧ୍ୟବାଧକତା ହୋଇଯାଇଛି। ଆଉ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଓ ଏହି ଯୁବ ବିଧାୟକଙ୍କ ମଧ୍ୟରେ ରହିଥିବା ଗୋପନ ବୁଝାମଣା ଯୋଗୁ ‘ଦିବ୍ୟଶଙ୍କର’ ଭଳି ନିଆଁକୁ ବିଜେଡି ଏବେ ଅଣ୍ଟିରେ ପୁରାଇଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରୁନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ମହିଳାଙ୍କ ସପକ୍ଷରେ ଭୋଟ ରାଜନୀତି କରୁଥିବା ଶାସକ ବିଜେଡି ପାଖରେ ମନ୍ତ୍ରୀଙ୍କର ମମିତା ମେହେର ଓ ସେକ୍ସ ମାମଲାରେ ସମ୍ପୃକ୍ତିର ବଳିଷ୍ଠ ପ୍ରମାଣ ରହିଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବପର ହୋଇପାରିନି। ବିରୋଧୀ ନିୟମିତ ଭାବେ ସରକାର ଓ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରୁଥିବାବେଳେ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ବିଜେଡିର କେହି ଆଗକୁ ନଆସିବା ଦଳର ଦୟନୀୟ ସ୍ଥିତିକୁ ପଦାରେ ପକାଇଛି। ଓଲଟା ବିଧାୟିକା ଲତିକା ପ୍ରଧାନ ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ବୟାନ ଦେବାକୁ ତାଙ୍କୁ ଚୁପ୍ ରହିବାକୁ ତାଗିଦ୍ କରାଯାଇଥିବା ଜଣାପଡ଼ିଛି।

ମମିତା ମେହେର ହତ୍ୟା ଓ ସେକ୍ସ ମାମଲାରେ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଥାଉ କି ନଥାଉ, କିନ୍ତୁ ତାହା ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିର ପ୍ରଶ୍ନ ହୋଇଥିବାରୁ ତଦନ୍ତରେ କ୍ଲିନଚିଟ୍ ମିଳିବା ପର୍ଯ୍ୟନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ବିଦା କରିବାରେ ଅସୁବିଧା କେଉଁଠି ତାହା ମଧ୍ୟ ବୁଝାପଡ଼ୁନି। ଦିବ୍ୟଶଙ୍କର ବି ଗଣମାଧ୍ୟମ ସମ୍ମୁଖକୁ ଆସି ନିଜ ସପକ୍ଷରେ ପ୍ରତିକ୍ରିୟା ଦେବାକୁ ଉଚିତ୍ ମଣୁନାହାନ୍ତି।

ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଏବେ ନରସିଂହ ମିଶ୍ରଙ୍କ ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦିବ୍ୟଶଙ୍କର ତାଙ୍କ ରାୟପୁରସ୍ଥିତ ବାସଭବନରେ ମମିତା ଓ ହତ୍ୟାକାରୀ ଗୋବିନ୍ଦ ସାହୁ ମଧ୍ୟରେ ବୁଝାମଣା କରାଇବାକୁ ପ୍ରୟାସ କରିଥିଲେ। ବିଜେଡି କିମ୍ବା ସରକାର ପକ୍ଷରୁ ଏହି କଥାକୁ ଖଣ୍ଡନ ବି କରାଯାଉନି। ତା’ଛଡ଼ା ମନ୍ତ୍ରୀ ପ୍ରତି ମାସରେ ମହାଲିଙ୍ଗ କଲେଜକୁ ଯିବାର ତଥ୍ୟପ୍ରମାଣ କଲେଜର ଛାତ୍ରଛାତ୍ରୀ ଦେଉଛନ୍ତି । ସ୍ଥାନୀୟ ବିଧାୟକ ଭାବେ ମନ୍ତ୍ରୀ ଶ୍ରୀ ମିଶ୍ର କଲେଜ ଯିବାରେ ଅସୁବିଧା ନାହିଁ, କିନ୍ତୁ ପ୍ରତିମାସରେ ଯିବା ନିଶ୍ଚିତ ଭାବେ ଭୃକୁଂଚନ ସୃଷ୍ଟି କରିଛି। ଆଉ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ପାଦେ ଆଗେଇ ଯାଇ ଏକ ସଙ୍ଗୀନ ବୟାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତାଙ୍କ ପତ୍ନୀ ଛାଡ଼ି ପଳାଇଥିବାରୁ ସେ ନିଜର ଯୌନ କ୍ଷୁଧା ମେଣ୍ଟାଇବାକୁ ବାରମ୍ବାର ସେ କଲେଜକୁ ଯାଉଥିଲେ ବୋଲି ଶ୍ରୀମତୀ ପଣ୍ଡା କହିଛନ୍ତି।

ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବଂଚାଇବା ପାଇଁ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଘଟଣାକୁ ହାଲକା କରିବାକୁ ଶାସକ ବିଜେଡି ପ୍ରାରମ୍ଭରୁ ଯେଉଁ ରଣନୀତି ଆପଣାଇଥିଲା ତାହା ବୁମେରାଂ ହେବା ପରେ ଏବେ ଆଉ ଗଣମାଧ୍ୟମକୁ ଡାକି ବୟାନ ଦେବାକୁ ବିଜେଡି କୋରଟିମ୍ ଭୟ କଲାଣି। ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଇ ବିଜେଡି କୋରଟିମ୍ ପରୋକ୍ଷରେ ନବୀନଙ୍କ ୨୪ବର୍ଷର ଅର୍ଜିତ ଭାବମୂର୍ତ୍ତିକୁ ମଧ୍ୟ ଖିନଭିନ୍ କରୁଥିବାରୁ ବିଜେଡିରେ ବି ଅସନ୍ତୋଷ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story