ସୁକାନ୍ତ ଓ ଅଧିରାଜଙ୍କ ବିରୋଧରେ କେବେ ହେବ ଆକ୍ସନ ?

  • Published: Friday, 12 April 2024
  • , Updated: 12 April 2024, 12:19 PM IST

ଟିକେଟ କସରତ ଭିତରେ ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ। ବିଜେଡି ଛାଡି ବିଜେପିରେ ଯୋଗ ଦେବା ମହଙ୍ଗା ପଡିଲା କି ? ଦଳ ବଦଳ ଅଭିଯୋଗ କଲା ବିଜେଡି, ସଭ୍ୟ ପଦ ରଦ୍ଦ କଲେ ବାଚସ୍ପତି। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ଦଳ ବଦଳ ଅଭିଯୋଗରେ ସଭ୍ୟ ପଦ ହରାଇବାକୁ ପଡିଛି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଅଭିଯୋଗ କ୍ରମେ, ବାଚସ୍ପତି ଘଟଣାକୁ ବିଚାରକୁ ନେଇଥିଲେ । ଦେଖନ୍ତୁ ପୂରା ରିପୋର୍ଟ। 

Related story