ରାଜନୀତିରୁ ସନ୍ନ୍ୟାସ ନେବେ କି ବଦ୍ରି ନାରାୟଣ ପାତ୍ର?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତିରୁ ସନ୍ନ୍ୟାସ ନେବେ କି ତିନି ଦଶନ୍ଧି ଧରି କେନ୍ଦୁଝର ରାଜନୀତିରେ ଦବ୍‌ଦବା ଜାରି ରଖିଥିବା ବଦ୍ରି ନାରାୟଣ ପାତ୍ର? ଆଜି ସେ ଗଣମାଧ୍ୟମକୁ ଦେଇଥିବା ବୟାନରୁ ଏପରି ଆକଳନ କରାଯାଉଛି। ଶ୍ରୀ ପାତ୍ର କହିଛନ୍ତି, ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ। ଯୁବକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗ୍ରାଧିକାର ଦେଉଛନ୍ତି। ଏହା ଭଲ କଥା। ଦଳ ଯଦି ଏହି ଆଭିମୁଖ୍ୟ ନେଉଛି, ଆମର ଆଉ […]

Badri Patra

Badri Patra

Manoranjan Sial
  • Published: Tuesday, 21 June 2022
  • Updated: 21 June 2022, 07:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତିରୁ ସନ୍ନ୍ୟାସ ନେବେ କି ତିନି ଦଶନ୍ଧି ଧରି କେନ୍ଦୁଝର ରାଜନୀତିରେ ଦବ୍‌ଦବା ଜାରି ରଖିଥିବା ବଦ୍ରି ନାରାୟଣ ପାତ୍ର? ଆଜି ସେ ଗଣମାଧ୍ୟମକୁ ଦେଇଥିବା ବୟାନରୁ ଏପରି ଆକଳନ କରାଯାଉଛି।

ଶ୍ରୀ ପାତ୍ର କହିଛନ୍ତି, ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ। ଯୁବକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗ୍ରାଧିକାର ଦେଉଛନ୍ତି। ଏହା ଭଲ କଥା। ଦଳ ଯଦି ଏହି ଆଭିମୁଖ୍ୟ ନେଉଛି, ଆମର ଆଉ ଆବଶ୍ୟକତା କ'ଣ ଅଛି? ଦଳ ସେହି ଲାଇନରେ ବଢ଼ିଲେ ୨୦୨୪ ନିର୍ବାଚନ ଆମ ପାଇଁ ସୁଗମ ହେବ ବୋଲି ସେ କହିଛନ୍ତି।

୨୦୨୪ ମସିହାରେ ହେବାକୁ ଥିବା ନିର୍ବାଚନରେ ଲଢ଼ିବେ କି ପ୍ରଶ୍ନରେ ଶ୍ରୀ ପାତ୍ର କହିଛନ୍ତି- ଲଢ଼ିପାରେ, ନଲଢ଼ିପାରେ। ଦଳର ଆଭିମୁଖ୍ୟକୁ ଆମକୁ ସମ୍ମାନ ଦେବାକୁ ହେବ ବୋଲି ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି।

ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ପଟ୍ଟନାୟକ ପରିବାରର ଦବଦବା ଥିଲା। ସେମାନଙ୍କୁ ରାଜନୀତି ଚକ୍ରବ୍ୟୂହରେ ମାତ ଦେଇ ସାମ୍ନାକୁ ଆସିଥିଲେ ବଦ୍ରି ନାରାୟଣ ପାତ୍ର। କ୍ରମାଗତ ଭାବେ ଘଷିପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏପରିକି ଗତ ପାଳିରେ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ପୁଣି ବିଜୟୀ ହୋଇଥିଲେ। ହେଲେ ତାଙ୍କୁ ମନ୍ତ୍ରୀ ପଦ ମିଳିନଥିଲା।

୭୮ ବର୍ଷୀୟ ଶ୍ରୀ ପାତ୍ର ୬ ମାସ ତଳେ ଅସୁସ୍ଥ ହୋଇପଡ଼ିଥିଲେ। କଟକ ବଡ଼ ମେଡିକାଲ୍‌ରେ ତାଙ୍କର ଚିକିତ୍ସା କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ହାଇଦ୍ରାବାଦକୁ ଏୟାର ଲିପ୍ଟିଂ କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos