'ସୁଶାନ୍ତଙ୍କୁ ଡରୁଛି ରାଜ୍ୟ ପୁଲିସ'

  • Published: Tuesday, 07 November 2023
  • , Updated: 07 November 2023, 04:32 PM IST

ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା: ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବି କଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର। ଏହି ଘଟଣାକୁ ନେଇ ଆଜି ଡିଜିପିଙ୍କୁ ଭେଟିଲା ବିଜେପି ଟିମ୍‌ । ଡିଜିପିଙ୍କୁ ଭେଟିବା ପରେ ଉପସଭାପତି ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା। କହିଲେ, ''ଭଙ୍ଗାରୁଜା ଘଟଣାରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ରହିଛି। ଥାନା ଭଙ୍ଗାରୁଜା ତାଙ୍କ ଇସାରାରେ ହୋଇଛି। ପୁଲିସ ଡିଜିପିଙ୍କୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ଦାବି କଲୁ। କାର୍ଯ୍ୟାନୁଷ୍ଠାନ ନ ହେଲେ ପୁଲିସ ଉପରୁ ଲୋକଙ୍କ ଭରସା ତୁଟିଯିବ।''

Related story