ଆଜି ରାତି ୩ଟାରୁ ଉତ୍ତର ଆକାଶରେ ଦେଖାଦେବ ଧୂମକେତୁ

ଯେଉଁମାନେ ଗାଁ ଗହଳରେ ରହୁଛନ୍ତି ବା ଯେଉଁଠି ଆଲୋକ ପ୍ରଦୂଷଣ ନାହିଁ ଓ ଆକାଶର ତାରା ଗୋଡ଼ିକ ଦେଖାଯାଉଥିବା, ସେହି ଅଞ୍ଚଳରେ ଝାପ୍‌ସା ଭାବେ ଲାଞ୍ଜ ଥିବା ତାରାଟିଏ(ଧୂମକେତୁ) ଦେଖାଯିବ।

ଆକାଶରେ ଦେଖା ଦେଇଥିବା ଧୂମକେତୁ

  • Published: Wednesday, 01 February 2023
  • , Updated: 01 February 2023, 04:57 PM IST

News highlights

  • ୨୦୦୫ ମସିହାରେ ହାଲ୍‌ବପ୍‌ ନାମକ ଗୋଟିଏ ଧୂମକେତୁ ଦେଖାଦେଇଥିଲା
  • ୨୦୨୦ ମସିହାରେ ନ୍ୟୁଆଇଜ୍‌ ନାମକ ଏକ ଧୂମକେତୁ ଦେଖାଦେଇଥିଲା
  • C-2022-E3 ଧୂମକେତୁ ସୂର୍ଯ୍ୟ ଚାରି ପାଖରେ ଥରେ ବୁଲିବାକୁ ୫୦ ହଜାର ବର୍ଷ ନେବ

ଆଜି ରାତି ୩ଟାରୁ ଉତ୍ତର ଆକାଶରେ ଦେଖାଦେବ ଧୂମକେତୁ ବା ଲଞ୍ଜା ତାରା। ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଏହି ଧୂମକେତୁକୁ ଖାଲି ଆଖିରେ ଝାପ୍‌ସା ଭାବେ ଦେଖିପାରିବେ। ହେଲେ ସହରାଞ୍ଚର ଲୋକମାନେ ଦେଖିପାରିବେ ନାହିଁ। କାରଣ ସହରାଞ୍ଚଳରେ ଆଲୋକ ପ୍ରଦୂଷିତ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ ବୋଲି ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

୨୦୨୨ ମାର୍ଚ୍ଚ ୭ ତାରିଖରେ C-2022-E3 ନାମକ ଧୂମକେତୁ ଆବିଷ୍କୃତ ହୋଇଥିଲା। ବୈଜ୍ଞାନିକ ପଦ୍ଧତ୍ତି ଅନୁସାରେ ଏହାର ନାମ କରଣ କରାଯାଇଥିଲା। ଏହି ଧୂମକେତୁଟି ଆଜି ପୃଥିବୀର ନିକଟତର ହେବ। ଅର୍ଥାତ ୪.୨ କୋଟି କିଲୋମିଟର ଦୂର ରହିବ। ତେଣୁ ଧୂମକେତୁଟି ଖାଲି ଆଖିରେ ଝାପ୍‌ସା ଆଲୋକ ଭାବେ ଦେଖାଯିବ। ଆଜି ଭୋର ୩ରୁ ୪ଟା ଭିତରେ ଉତ୍ତର ଆକାଶରେ ଦେଖାଦେବ। ଧ୍ରୁବ ତାରା ଓ ସପ୍ତର୍ଶୀ ମଣ୍ଡଳର କର୍ତ୍ତୁ ଓ ପୁଲଃ ତାରାକୁ ସିଧା କରିଦେଲେ, ତାହାର ମଝିରେ ଦେଖାଦେବ C-2022-E3 ଧୂମକେତୁ। ଯେଉଁମାନେ ଗାଁ ଗହଳରେ ରହୁଛନ୍ତି ବା ଯେଉଁଠି ଆଲୋକ ପ୍ରଦୂଷଣ ନାହିଁ ଓ ଆକାଶର ତାରା ଗୋଡ଼ିକ ଦେଖାଯାଉଥିବା, ସେହି ଅଞ୍ଚଳରେ ଝାପ୍‌ସା ଭାବେ ଲାଞ୍ଜ ଥିବା ତାରାଟିଏ(ଧୂମକେତୁ) ଦେଖାଯିବ। କିନ୍ତୁ ଭୁବନେଶ୍ୱର ବା ଓଡ଼ିଶାର ଅନ୍ୟାନ୍ୟ ସହରାଞ୍ଚରେ ଖାଲି ଆଖିରେ ଦେଖାଯିବ ନାହିଁ। କାରଣ ଏଠାକାର ଆଲୋକ ପ୍ରଦୂଷିତ ହୋଇଛି ବୋଲି ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରତିବର୍ଷ ୨୦ରୁ ୨୫ଟି ଧୂମକେତୁ ପୃଥିବୀର ନିକଟତର ହୋଇଥାଆନ୍ତି। ସେମାନେ ଯେତେବେଳେ ସୂର୍ଯ୍ୟ ନିକଟର ହୁଅନ୍ତି, ସେତେବେଳେ ତାଙ୍କର ଗୋଟିଏ ବଡ଼ ଲାଞ୍ଜ ସୃଷ୍ଟି ହୋଇଥାଏ। ଆଉ ଧୂମକେତୁ ଗୁଡ଼ିକ ଆକାର ଛୋଟ ହୋଇଥିବାରୁ ସବୁବେଳେ ଖାଲି ଆକାଶରେ ଦେଖାଦିଅନ୍ତି ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। 

ସେ ଆହୁରି କହିଛନ୍ତି, ୨୦୦୫ ମସିହାରେ ହାଲ୍‌ବପ୍‌ ନାମକ ଗୋଟିଏ ଧୂମକେତୁକୁ ଖାଲି ଆଖିରେ ଦେଖାଦେଇଥିଲା। ସେହିପରି ୨୦୨୦ ମସିହାରେ ନ୍ୟୁଆଇଜ୍‌ ନାମକ ଏକ ଧୂମକେତୁ ଦେଖାଦେଇଥିଲା। ଏବେ ଦେଖାଦେଉଥିବା ଧୂମକେତୁ ସୂର୍ଯ୍ୟ ଚାରି ପାଖରେ ଥରେ ବୁଲିବାକୁ ୫୦ ହଜାର ବର୍ଷ ନେବ। ତା’ର ଅର୍ଥ ଏହି ଧୂମକେତୁ ୫୦ ହଜାର ବର୍ଷରେ ଥରେ ଦେଖାଦେଇଥାଏ ବୋଲି ସେ କହିଛନ୍ତି।

Related story