ମୋଟା ଲୋକଙ୍କ ପାଇଁ ଘାତକ ହୋଇପାରେ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ ଏକ ଚିନ୍ତାଜନକ ଖବର ଆସିଛି। ନୂଆ ଗବେଷଣା ରିପୋର୍ଟ ଅନୁଯାୟୀ ଯଦି କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କର ଓଜନ ଆବଶ୍ୟକରୁ ଅଧିକ ଥିବ (ମେଦବହୁଳତା) ତେବେ ଏହି ରୋଗ ସେମାନଙ୍କ ଜୀବନକୁ ବିପଦରେ ପକାଇପାରେ। ପବ୍ଲିକ ହେଲଥ ଇଂଲଣ୍ଡ (ପିଏଚଇ)ର ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଧିକ ଓଜନ ବା ମୋଟା ବ୍ୟକ୍ତିଙ୍କର କରୋନା ଭାଇରସ୍ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି। […]

Fat

Subhransu Sekhar
  • Published: Saturday, 25 July 2020
  • , Updated: 25 July 2020, 05:31 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ ଏକ ଚିନ୍ତାଜନକ ଖବର ଆସିଛି। ନୂଆ ଗବେଷଣା ରିପୋର୍ଟ ଅନୁଯାୟୀ ଯଦି କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କର ଓଜନ ଆବଶ୍ୟକରୁ ଅଧିକ ଥିବ (ମେଦବହୁଳତା) ତେବେ ଏହି ରୋଗ ସେମାନଙ୍କ ଜୀବନକୁ ବିପଦରେ ପକାଇପାରେ। ପବ୍ଲିକ ହେଲଥ ଇଂଲଣ୍ଡ (ପିଏଚଇ)ର ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଧିକ ଓଜନ ବା ମୋଟା ବ୍ୟକ୍ତିଙ୍କର କରୋନା ଭାଇରସ୍ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି।

ପିଏଚଇର ମୁଖ୍ୟ ବିଶେଷଜ୍ଞ ଆଲିସନ୍ ଟେଡଷ୍ଟୋନ୍ କହିଛନ୍ତି ଯେ ଅଧିକ ଓଜନ କିମ୍ବା ମେଦବହୁଳତା ଅନେକ ବଡ଼ ବଡ଼ ରୋଗ ତଥା କରୋନା ଭାଇରସ୍ ଭଳି ଘାତକ ରୋଗର କାରଣ ହୋଇପାରେ। ମେଦବହୁଳତା ଶରୀରରେ ଟାଇପ୍-୨ ଡାଇବେଟିସ୍, ଷ୍ଟ୍ରୋକ୍, ହୃଦଘାତ ଏବଂ କର୍କଟ ଭଳି ଅନେକ ରୋଗର କାରଣ ହୋଇଥାଏ।

ପିଏଚଇ କହିଛି ଯେ ଯଦି ଜଣେ ବ୍ୟକ୍ତିର ବଡ଼ି ମାସ୍କ ଇଣ୍ଡେକ୍ସ (ବିଏମଆଇ) ୩୦-୩୫ ରହିଛି ତା’ହେଲେ ସଂପୃକ୍ତ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ସମ୍ଭାବନା ୪୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ସେହିପରି ବିଏମଆଇ ୩୦ରୁ ଅଧିକ ଥିବା ବ୍ୟକ୍ତି ମେଦବହୁଳତା ତାଲିକାରେ ସାମିଲ୍ ହେବେ। ସେମାନେ କରୋନାରେ ଆକ୍ରାନ୍ତ ହେବା ସମ୍ଭାବନା ଅଧିକ।

ହେଲେ, ଯେଉଁ ବ୍ୟକ୍ତିଙ୍କର ବିଏମଆଇ ୩୦ ରୁ କମ୍ ଥିବା ସେମାନେ କରୋନାରେ ସଂକ୍ରମିତ ହେବା ସମ୍ଭାବନା କମ୍। ଏଥି ସହିତ, ଯେଉଁମାନେ ଅଧିକ ଓଜନିଆ, ସେମାନଙ୍କ ପାଖରେ ୪୦ ରୁ ଅଧିକ ବିଏମଆଇ ଥିବ ସେମାନେ କରୋନା କାରଣରୁ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଛି।

ମେଦବହୁଳତା ଥିବା ବ୍ୟକ୍ତିଙ୍କ ପାଖରେ ଇନ୍‌ଫ୍ଲୁଏଞ୍ଜା (Influenza) ପରି ରୋଗ ରହିଥାଏ। ଏହାଦ୍ୱାରା ଶ୍ୱାସକ୍ରିୟା ରୋଗରେ ଥିବା ଲୋକ ପ୍ରାୟ ତିନି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। ଏହାର କାରଣ ହେଉଛି ଫୁସଫୁସ ଉପରେ ଅତିରିକ୍ତ ଚାପ ପାଇଁ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ଡିଜିଜ କଣ୍ଟ୍ରୋଲ ଏବଂ ପ୍ରିଭେନସନ ସେଣ୍ଟରର ରିପୋର୍ଟ ଅନୁଯାୟୀ ମେଦ ବହୁଳତା SARS-CoV-2 ପାଇଁ ଏକ ବଡ଼ ବିପଦ।

ପିଏଚଇର ରିପୋର୍ଟ ଅନୁଯାୟୀ, ପଶ୍ଚିମ ଦେଶ ଗୁଡ଼ିକରେ ବ୍ରିଟେନ ହେଉଛି ଏମିତି ଏକ ଦେଶ ଯେଉଁଠି ମେଦ ବହୁଳତା ସର୍ବାଧିକ। ଏଠାରେ ପ୍ରାୟ ୬୩ ପ୍ରତିଶତ ବୟସ୍କ ଲୋକଙ୍କର ଓଜନ ଅଧିକ। ବ୍ରିଟେନର ଜଣେ ମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କୁ ମୋଟାପଣରୁ ରକ୍ଷା କରିବା ପାଇଁ ଜଙ୍କ ଫୁଡ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ। ଏହି ଯୋଜନା ଖୁବ ଶୀଘ୍ର ଦେଶରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ସରକାର ଜଙ୍କ ଫୁଡ ପରି କ୍ଷତିକାରକ ଖାଦ୍ୟ ସାମଗ୍ରୀର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି।

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଜେ କରୋନାର ଶିକାର ହୋଇ ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ସେ ମେଦବହୁଳତା ବିରୋଧରେ ଅଭିଯାନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି।

Related story