Advertisment

ବଣ୍ଡା ଘାଟିରେ ଦ୍ୱତୀୟ ଭଗବାନ!

ଡାକ୍ତର ଚମ୍ପେଶ୍ୱର ପାଣିଗ୍ରାହୀ ଆଦିବାସୀଙ୍କୁ ଯୋଗାଇ ଚାଲିଛନ୍ତି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା।

Doctor Champeswar

Doctor Champeswar

Advertisment

କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱତୀୟ ଭଗବାନ। ରକ୍ତ ମାଂସର ଶରୀରରେ ମଣିଷରୂପୀ ଦେବତା। ଯାହା ପାଇଁ ସେବା ହିଁ ପରମଧର୍ମ। ଏଭଳି ଜଣେ ଡାକ୍ତର ଅଛନ୍ତି ଯିଏ ନିସ୍ୱାର୍ଥପର ସେବା ଓ ଉନ୍ନତ ଚିକିତ୍ସାର ବ୍ରତୀ। ମାଲକାନଗିରିର ବଣ୍ଡା ଘାଟିରେ ଆଦିବାସୀଙ୍କୁ ଯୋଗାଇ ଚାଲିଛନ୍ତି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା।

Advertisment

ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳ ମାଲକାନଗିରିର ମୁଦୁଲିପଡ଼ା। ଆଉ ତାଭିତରେ ଆଦିମ ଜନଜାତି ରହୁଥିବା ବଣ୍ଡା ଘାଟିର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। ବାହାରେ ଫୁଲ ବଗିଚା, ଭିତରେ ପରିଷ୍କାର ପରିଛନ୍ନତା। ପୁରାପୁରି ଘରୋଇ ମେଡିକାଲର ମାହୋଲ। ଆଉ ଇଏ, ଚିକିତ୍ସାଳୟର ଚିତ୍ର ବଦଳାଇ ଦେଇଥିବା ଡାକ୍ତର ଚମ୍ପେଶ୍ୱର ପାଣିଗ୍ରାହୀ। ଡାକ୍ତର ତ ନୁହନ୍ତି ବଣ୍ଡାଘାଟିର ସତେ ଯେପରି ମଣିଷରୂପୀ ଭଗବାନ। ସପ୍ତାହର ସାତ ଦିନ ଆଉ ୨୪ ଘଣ୍ଟା ଲୋକଙ୍କ ସେବାରେ ରହିଛନ୍ତି। ଖରା, ବର୍ଷା, ଶୀତରେ ଅନବରତ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି ଚମ୍ପେଶ୍ୱର। ଛୋଟ ମୋଟ ରୋଗରୁ ଗର୍ଭବତୀଙ୍କ ଡେଲିଭରି ଯାଏଁ, ବଣ୍ଡା ଆଦିବାସୀଙ୍କୁ ଆଉ ଯିବାକୁ ପଡୁନି ମାଲକାନଗିରି ଜିଲ୍ଲା ହସପିଟାଲକୁ।

ଦୁଇ ବର୍ଷ ତଳେ ନିଯୁକ୍ତି ପାଇ ଏଠାକୁ ଆସିଥିଲେ ଡାକ୍ତର ଚମ୍ପେଶ୍ୱର। ସେତେବେଳେ ବଣ୍ଡା ଜନଜାତି, ସ୍ୱାସ୍ଥ୍ୟକେନ୍ଦ୍ର ନଆସି ଗୁଣିଆ ଓ ଦିଶାରିଙ୍କୁ ଭରସା କରୁଥିଲେ। ସେଇଠୁ ଆରମ୍ଭ ହୋଇଥିଲା ଡାକ୍ତର ଚମ୍ପେଶ୍ୱରଙ୍କ ଅଭିଯାନ। ପ୍ରଥମେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କଲେ, ମେଡିକାଲ ମୁହାଁ କରାଇଲେ। ଦଦରା ଚିକିତ୍ସାଳୟର ଚିତ୍ର ବଦଳାଇ ଘରୋଇ ଚିକିତ୍ସାଳୟ ଭଳି ବ୍ୟବସ୍ଥା କଲେ। କର୍ମଚାରୀଙ୍କୁ ଦାୟିତ୍ୱ ବୁଝାଇ ଉତ୍ତମ ସେବାର ପରାମର୍ଶ ବି ଦେଲେ। ଏବେ ବଣ୍ଡା ଘାଟିରେ କାହାର କ’ଣ ହେଲେ ସିଧା ଆସୁଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ରକୁ।

Advertisment

ବଣ୍ଡା ଘାଟିର ଅପହଞ୍ଚ ଇଲାକାରେ ଆଦିବାସୀଙ୍କ ସେବାରେ ଲାଗିଥିବା ଚମ୍ପେଶ୍ୱରଙ୍କୁ ସହଯୋଗ କରୁଛନ୍ତି ଏମବିଏ ପଢୁଆ ପତ୍ନୀ ଅନୁଜା ମିଶ୍ର। ସେ ଚାହିଁଥିଲେ ଭଲ କମ୍ପାନୀରେ ଚାକିରି କରିପାରିଥାନ୍ତେ। ହେଲେ ସ୍ୱାମୀଙ୍କ ପଥରେ ଅନୁପ୍ରାଣିତ ହୋଇ ପାଲଟିଛନ୍ତି ଉପାନ୍ତ ଅଞ୍ଚଳର ସ୍ଥାୟୀ ସଦସ୍ୟ। ଗାଁ ଗାଁ ବୁଲି ମହିଳାଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ଆସିବାକୁ ସଚେତନ କରାଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe