Advertisment

ବଞ୍ଚିବାର ରାସ୍ତା ଦେଖାଇଲା ଛତୁ ଚାଷ

କରୁଣାକରଙ୍କ ପଦାଙ୍କ ଅନୁସରଣ କରି ପୁଅ ମନୋରଞ୍ଜନ ଛତୁ ଚାଷ ପ୍ରତି ମନୋନିବେଶ କରିଥିଲେ। ସେଥିପାଇଁ ଗ୍ରାଜୁଏସ୍‌ନ ପାସ କରିବା ପରେ ଚାକିରି ପଛରେ ଗୋଡ଼ାଇ ସମୟ ନଷ୍ଟ ନକରି ଚାଷରେ ବାପାଙ୍କୁ ସହାଯ୍ୟ କଲେ।

author-image
Manoranjan Sial
Mushroom

Mushroom

ବଞ୍ଚିବାର ରାସ୍ତା ଦେଖାଇଲା ଛତୁ ଚାଷ। ଦୂର ହେଲା ପରିବାର ଦୁଃଖ। ମାଲାମାଲ ହେଲେ ଯୁବ ଚାଷୀ ମନୋରଞ୍ଜନ ଟୁଙ୍ଗ। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଭଲ ଖବର।

Advertisment

ରେମୁଣା ବ୍ଲକ୍‌ ମଙ୍ଗଳପୁର ଗାଁର କରୁଣାକର ଟୁଙ୍ଗ। ବେଶୀ ପାଠ ପଢ଼ିନଥିଲେ ମଧ୍ୟ ଚାଷ ପ୍ରତି ବିଶେଷ ରୁଚି ରଖିଥିଲେ। ସେଥିପାଇଁ ଭୁବନେଶ୍ୱର ସ୍ଥିତ OUATରୁ ଛତୁ ଚାଷ ସମ୍ପର୍କରେ ତାଲିମ ନେଇଥିଲେ। ତାଲିମ ନେବା ପରେ କରୁଣାକର ନିଜ ଘରେ ଛତୁ ଚାଷ କରୁଥିଲେ। ଚାଷରୁ ଯାହା ରୋଜଗାର ହେଉଥିଲା, ସେଥିରେ ପରିବାର ଚଳି ଯାଉଥିଲେ। ପରିବାର ଖର୍ଚ୍ଚବାଚ ଓ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ଉଠି ଯାଉଥିଲା।

କରୁଣାକରଙ୍କ ପଦାଙ୍କ ଅନୁସରଣ କରି ପୁଅ ମନୋରଞ୍ଜନ ଛତୁ ଚାଷ ପ୍ରତି ମନୋନିବେଶ କରିଥିଲେ। ସେଥିପାଇଁ ଗ୍ରାଜୁଏସ୍‌ନ ପାସ କରିବା ପରେ ଚାକିରି ପଛରେ ଗୋଡ଼ାଇ ସମୟ ନଷ୍ଟ ନକରି ଚାଷରେ ବାପାଙ୍କୁ ସହାଯ୍ୟ କଲେ। ନୂଆ ଜ୍ଞାନ କୌଶଳରେ ଛତୁ ଚାଷ ଆରମ୍ଭ କରିଥିଲେ। ବେଶ୍‌ ଲାଭବାନ ମଧ୍ୟ ହେଉଛନ୍ତି। ବର୍ଷରୁ ଲକ୍ଷା ଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ବର୍ତ୍ତମାନ ମନୋରଞ୍ଜନ ଓ ତାଙ୍କ ବାପା ମିଶି ପାଳ, ଧିଙ୍ଗିରି ଓ ମିକ୍ସ ମସ୍‌ରୁମ ଚାଷ କରୁଛନ୍ତି। ବର୍ଷକ ୩୬୫ ଦିନ ଛତୁ ଚାଷ କରୁଛନ୍ତି। ତେବେ ପାଳ ଛତୁର ଡିମାଣ୍ଡ ଅଧିକ ଥିବାରୁ ସେଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଅମଳ ହେଉଥିବା ଛତୁକୁ ବାଲେଶ୍ୱର ଟାଉନ୍‌ରେ ବିକ୍ରି କରିଦେଉଛନ୍ତି। ସବୁ ଖର୍ଚ୍ଚ ଯାଇ ବର୍ଷକୁ ୧ ଲକ୍ଷେ ୨୦ ହଜାରରୁ ଅଧିକ ଟଙ୍କା ଲାଭ ମିଳୁଥିବା କହିଛନ୍ତି କରୁଣାକର ଓ ତାଙ୍କ ପୁଅ ମନୋରଞ୍ଜନ।

Advertisment

ପ୍ରଣାଳୀ- ଛତୁ ଚାଷ ପାଇଁ ମନୋରଞ୍ଜନ ସ୍ଵତନ୍ତ୍ର କୋଠରୀ ନିର୍ମାଣ କରିଛନ୍ତି। ଯେଉଁଥିରେ ବାୟୁମଣ୍ଡଳର ଆଦ୍ରତା ଓ ତାପମାତ୍ରା ସ୍ଥିର ରଖିବାକୁ ପଡ଼ୁଛି। ପାଳ ଛତୁ ଚାଷ ପାଇଁ ୩୦ରୁ ୩୨ ଡିଗ୍ରୀ ତାପମାତ୍ରା ଓ ଆଦ୍ରତା ୯୫ରୁ ୧୦୦ ରହିବା ଦରକାର। ଏହା ପରେ ସମାନ ପରିମାଣର ନଡ଼ା ଓ ତୁଳାକୁ କାଟି ମିଶା ଯାଏ। ସେଥିରେ କୁଣ୍ଡା, ଚୂନ ଓ ଖତ ଗୋଳାଇ ଦିଆଯାଇଥାଏ। ସେଥିରୁ ଆମୋନିଆ ଗ୍ୟାସ୍ ବାହାରି ଯିବା ପରେ ଚାମ୍ବରରେ ବାମ୍ଫ ଦେଇ ବେଡରେ ପକାଇ ଦିଆଯାଇଥାଏ। ବେଡ୍‌ରେ ପକାଇବାର ୯ ଦିନ ପରେ କଢ଼ ଆସେ ଓ ୧୨ ଦିନ ପରେ ଅମଳ ହୋଇଥାଏ। ଗୋଟିଏ ଗୋଟିଏ ବେଡରୁ ୨ କିଲୋ ଛତୁ ଅମଳ ହେଉଥିବା ବେଳେ ଦିନକୁ ୮ରୁ ୧୦ କିଲ ଛତୁ ଅମଳ ହେଉଛି। ଏହାକୁ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି ଯୁବ ଚାଷୀ।

ରିପୋର୍ଟ- ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା

Balasore