ନୂଆଦିଲ୍ଲୀ: ଆଣ୍ଠୁରେ ଆଘାତ ଲାଗିବା ଯୋଗୁ ଚଳିତ ଆଇପିଏଲରୁ ବାହାରି ଯାଇଛନ୍ତି ଭାରତର ଷ୍ଟାର୍ ପେସ୍ ବୋଲର୍ ମହମ୍ମଦ ସାମି। ନିକଟରେ ବିଶ୍ୱକପ୍ କ୍ରିକେଟରେ ଚମକ୍ରାର ବୋଲିଂ କରିଥିବା ସାମି ଆଇପିଏଲରେ ‘ଦିଲ୍ଲୀ ଡେୟାର ଡେଭିଲ୍ସ’ ପକ୍ଷରୁ ଖେଳୁଥିଲେ । ସାମି ବାହାରି ଯିବା ପରେ ଦିଲ୍ଲୀକୁ ବଡ଼ ଝଟକା ଲାଗିଛି। ଅବଶ୍ୟ ଆହତ ଯୋଗୁ ସାମି ଏପର୍ଯ୍ୟନ୍ତ ଆଇପିଏଲରେ ଗୋଟିଏ ବି ମ୍ୟାଚ୍ ଖେଳି ନ ଥିଲେ। ଦିଲ୍ଲୀ ଡେୟାର ଡେଭିଲ୍ସ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛି ଏବଂ ଗୋଟିକରେ ବିଜୟୀ ହୋଇଛି।
ସାମିଙ୍କୁ ଭଲ ହେବାକୁ ଆହୁରି ଦୁଇ ମାସ ଲାଗିବ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ସାମି ଆଇପିଏଲରୁ ବାହାରି ଯାଇଛନ୍ତି। ତାଙ୍କ ଆଣ୍ଠୁରେ ଅପରେସନ୍ ଦରକାର ହୋଇପାରେ । ସେ ଆଇପିଏଲରେ ସାମିଲ ହେବାର ନଥିଲା। ତାଙ୍କୁ ଭଲ ହେବାକୁ ଦୁଇ ମାସ ଲାଗିଯିବ।
ବିଶ୍ୱକପରେ ସେ ଭାରତୀୟ ବୋଲରଙ୍କ ମଧ୍ୟରେ ସବୁଠୁ ଅଧିକ ୧୮ଟି ୱିକେଟ୍ ନେଇଥିଲେ। ତେବେ ତାଙ୍କୁ ୟୁଏଇ ବିପକ୍ଷ ମ୍ୟାଚରେ ବସାଇ ଦିଆଯାଇଥିଲା। ସେବଠାରୁ ତାଙ୍କର ଆଣ୍ଠୁରେ ଆଘାତ ଲାଗିଥାଇପାରେ ବୋଲି କୁହାଯାଉଛି। ତାଙ୍କ ବଦଳରେ ଭୁବନେଶ୍ୱର କୁମାରଙ୍କୁ ଖେଳା ଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅମାନବିକତା; ହାଇକୋର୍ଟଙ୍କ କେଉଁ ରାୟ ଉପରେ ରୋକ ଲଗାଇ ସୁପ୍ରିମକୋର୍ଟ ଏମିତି ଶବ୍ଦ ପ୍ରୟୋଗ କଲେ
ହାଇକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ବର୍ଗର ଲୋକେ ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିବା ବୋଲି ଘୋଷଣା କରିଥିଲେ।

Guest Column
ଅସହିଷ୍ଣୁତାର ବାତାବରଣରେ କୁନାଲ କାମରାଙ୍କ ବ୍ୟଙ୍ଗ
ପ୍ରଥମ ପ୍ରଧାନମନ୍ତ୍ରୀ କଂଗ୍ରେସର ପଣ୍ଡିତ ଜବାହର୍ଲାଲ୍ ନେହେରୁ ହୁଅନ୍ତୁ ବା ବିଜେପି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହୁଅନ୍ତୁ, ସେମାନେ ସମାଲୋଚକମାନଙ୍କୁ ସିଧାସଳଖ ନିନ୍ଦା କରିବା ବା ସେମାନଙ୍କ ବିରୋଧରେ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିବାରେ କେବେ ବି ଏକମତ ହୋଇନାହାନ୍ତି।

National
ସାଂସଦଙ୍କ ବେତନ ବୃଦ୍ଧିର ଆଧାର କ’ଣ?
୨୦୧୬ରେ ସାଂସଦମାନଙ୍କ ବେତନ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ମତ ରଖିଥିଲେ। ସାଂସଦମାନେ ନିଜର ଦରମା ସମ୍ପର୍କରେ ନିଜେ ନିଷ୍ପତ୍ତି ନେବା ଉଚିତ୍ ନୁହେଁ ଏବଂ ବେତନ ଆୟୋଗ ଭଳି ଏକ ସଂସ୍ଥା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ଅଥବା ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ପଦବୀ ଏବଂ ପାହ୍ୟାରେ ହେଉଥିବା ବେତନ ବୃଦ୍ଧି ସହ ଏହାକୁ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଥିଲେ।

Guest Column
ଭାଲୁ ମିଡିଆର ପଣସଖିଆ ଟ୍ରାଏଲ
ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ସିବିଆଇ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ଚାଲିଥିବା ଅନୁସନ୍ଧାନକୁ ଅଫିସିଆଲି ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛି। ଦୀର୍ଘ ପାଞ୍ଚ ବର୍ଷ ପରେ ସିବିଆଇ ଏହି ନିଷ୍ପତ୍ତିରେ ପହଞ୍ଚିଛି ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ କେବଳ ‘ଆତ୍ମହତ୍ୟା’ ଥିଲା। ଏହା ପଛରେ ରିଆଙ୍କର କୌଣସି ସମ୍ପୃକ୍ତି ନାହିଁ।

National
କମେଡି ପାଇଁ ସୁପାରୀ!
ଖାର ଥାନାର ଏକ ଟିମ୍ କୁନାଲ କମରାଙ୍କ ମୁମ୍ବାଇ ସ୍ଥିତ ବାସଭବନକୁ ଯାଇ ଏକ ସମନ ଦେଇଛନ୍ତି। ଥାନାରେ ହାଜର ହୋଇ ପଚରାଉଚରାର ସମ୍ମୁଖୀନ ହେବାକୁ ତାଙ୍କୁ ସମନ ଦିଆଯାଇଛି।